Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ହିଆଁଲ କ୍ଳଷ୍ଟର ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ...

ହିଆଁଲ କ୍ଳଷ୍ଟର ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ... କଣ୍ଟାବାଞ୍ଜି,୦୮/୦୫(ନି.ପ୍ର): ତୁରେକେଲା ବ୍ଳକ ଅନ୍ତର୍ଗତ ହିଆଁଲ କ୍ଳଷ୍ଟରର ଚଟୁଅନକା ପିଏମଶ୍ରୀ ଉଚ୍ଚ ବିଦ୍...

ହିଆଁଲ କ୍ଳଷ୍ଟର ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ...


କଣ୍ଟାବାଞ୍ଜି,୦୮/୦୫(ନି.ପ୍ର): ତୁରେକେଲା ବ୍ଳକ ଅନ୍ତର୍ଗତ ହିଆଁଲ କ୍ଳଷ୍ଟରର ଚଟୁଅନକା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି।

Ad..


ହିଆଁଲ କ୍ଳଷ୍ଟରର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ସମାଜସେବୀ ଥମିର ଛତ୍ରିଆ, ରାଜେନ୍ଦ୍ର ସେଠ,ଶିକ୍ଷୟିତ୍ରୀ ଭି,କ୍ରିଷ୍ଣା ଯୋଗ ଦେଇଥିଲେ।

    Ad..


ବିଶ୍ୱରେ ଯେତେବେଳେ ବିପଦପଡେ ସେତେବେଳେ ରେଡକ୍ରସ ଅଣ୍ଟାଭିଡେ ଆଉ ସାହାଯ୍ୟ ସହଯୋଗର ହାତ ବଢାଏ ତେଣୁ ତାର କାର୍ଯ୍ୟ ଅତୁଳନୀୟ ବୋଲି ଉପସ୍ଥିତ ଅତିଥିମାନେ ମତ ରଖିଥିଲେ।କରୋନା ସମୟରେ ରେଡକ୍ରସ କର୍ମୀ ମାନଙ୍କ ସେବାକୁ ଦେଶ କେବେବି ଭୁଲି ପାରିବ ନାହିଁ ବୋଲି ଶ୍ରୀ ଦାଶ ନିଜ ବକ୍ତବ୍ୟରେ କହିଥିଲେ।

    Ad..


ଏହି ସଭାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ବିଜୟ ତାଣ୍ଡୀ,ଭୁରଷି ରଣା, ଡିଙ୍ଗର ଭୋଇ, କିଶୋର ବରିହା, ମାନସୀ ସାହୁ ଯୋଗ ଦେଇଥିଲେ।

ସେହିପରି ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ଥିତ ଋତୁକାଳୀନ ଆବାସିକ କେନ୍ଦ୍ରର ଅନ୍ତେବାସୀଙ୍କୁ ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦ ଏବଂ ସମାଜସେବାକୁ ଆପଣେଇ ନେବାକୁ ପରାମର୍ଶ ଦେଇଥିଲେ।



Edited by k.s thakur...

No comments