Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବରଗଡ଼ ଜିଲ୍ଲା ବରପାଲି ରେ ଦିର୍ଘଦିନ ଧରି ଚାଲିଥିଲା ନକଲି ଖାଦ୍ୟ ସାମଗ୍ରୀ କାରଖାନା ; ସ୍ଥାନୀୟ ପୋଲିସ ପୂର୍ବରୁ ଜାଣି ପାରିଲା ନାହିଁ କାହିଁକି ?

ବରଗଡ଼ ଜିଲ୍ଲା ବରପାଲି ରେ ଦିର୍ଘଦିନ ଧରି ଚାଲିଥିଲା ନକଲି ଖାଦ୍ୟ ସାମଗ୍ରୀ କାରଖାନା ; ସ୍ଥାନୀୟ ପୋଲିସ ପୂର୍ବରୁ ଜାଣି ପାରିଲା ନାହିଁ କାହିଁକି ? ବରଗଡ଼,୦୮/୦୫(ବିଜୟ...

ବରଗଡ଼ ଜିଲ୍ଲା ବରପାଲି ରେ ଦିର୍ଘଦିନ ଧରି ଚାଲିଥିଲା ନକଲି ଖାଦ୍ୟ ସାମଗ୍ରୀ କାରଖାନା ; ସ୍ଥାନୀୟ ପୋଲିସ ପୂର୍ବରୁ ଜାଣି ପାରିଲା ନାହିଁ କାହିଁକି ?


ବରଗଡ଼,୦୮/୦୫(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ବରପାଲି ସହରରେ ବହୁ ଦିନ ଧରି ଚାଲିଥିବା ବହୁ ଚର୍ଚ୍ଚିତ ନକଲି ଖାଦ୍ୟ ପ୍ରସ୍ତୁତି କାରଖାନା ଉପରେ ପୁଲିସ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

Ad..


ଏହି ମାମଲାରେ ସଂପୃକ୍ତ ମାଲିକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବରପାଲି ସାପ୍ତାହିକ ବଜାର ରାସ୍ତାରେ ଏ. ଏସ୍. ଏଣ୍ଟରପ୍ରାଇଜ' ନାମକ ଏକ ସଂସ୍ଥା ଦୀର୍ଘ ଦିନ ଧରି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି କାରବାର କରିଆସୁଥିଲା। 

      Ad..


ଗତ ବୁଧବାର ଦିନ ବରପାଲି ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଥିବା ବେଳେ କାରଖାନା ମାଲିକ ଫେରାର ହୋଇଯାଇଥିଲେ। ଫଳରେ ପୁଲିସ କାରଖାନା ଓ ଗୋଦାମ ଘରକୁ ସିଲ୍ କରିଥିଲା। 

Ad..


ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ବରପାଲି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ପୂର୍ଣ୍ଣ ଘଟଣା ଉପରେ ମତାମତ ଉପସ୍ଥାପନ କରିଛନ୍ତି। କାରଖାନା ମାଲିକ ଅଙ୍କିତ ଅଗ୍ରୱାଲ ଏବଂ ଅଭିଲାଷ ଅଗ୍ରୱାଲଙ୍କୁ ପୁଲିସ ଚିହ୍ନଟ କରି ଗିରଫ କରିଛି। 

ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ସଂଗୀନ ଦଫା ୩୧୮(୪), ୨୭୨, ୨୭୪, ୨୭୫, ୩୩୮, ୩୩୬(୪),୧୦୩/୧୦୪ ଆଦିରେ ମାମଲା ରୁଜୁ କରାଯାଇଛି। କାରଖାନାରୁ ପ୍ରାୟ ୨୦ ପ୍ରକାରର ନକଲି ସାମଗ୍ରୀ ଓ କଞ୍ଚାମାଲ ଜବତ ହୋଇଛି, ଯେଉଁଥିରେ ୨୦ କ୍ୱିଣ୍ଟାଲ,ପୁରୁଣା ଖବରକାଗଜ ୨ କ୍ୱିଣ୍ଟାଲ ,କାଠ ଗୁଣ୍ଡ ନକଲି ମୃଦୁ ପାନୀୟ, ଚକଲେଟ୍ ଏବଂ ଜେଲି ବୋଲି ଚିହ୍ନଟ ହୋଇଛି।

ଏହି ସବୁ ସାମଗ୍ରୀର ନମୂନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ଏହି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କେଉଁ କେଉଁ ଅଞ୍ଚଳର ଦୋକାନୀଙ୍କୁ ବିକ୍ରୟ କରାଯାଇଛି, ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ବରପାଲି ଥାନା ଅଧିକାରୀ ପ୍ରମୋଦ କୁମାର ସାହୁ ସୂଚନା ଦେଇଛନ୍ତି। 

ଦୁଇ ଅଭିଯୁକ୍ତ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ବରଗଡ଼ ଜିଲ୍ଲା ର ବରପାଲି ରେ ଏଭଲି ଏକ ବେଆଇନ ନକଲି ଖାଦ୍ୟ ପ୍ରସ୍ତୁତ କାରଖାନା ଦିର୍ଘଦିନ ଧରି ଚାଲିଥିଲା ଅଥଚ ପୋଲିସ କିମ୍ବା ସ୍ବାସ୍ଥ୍ୟ ବିଭାଗ କିପରି ପୂର୍ବରୁ ଜାଣିପାରିଲା ନାହିଁ ବୋଲି ସନ୍ଦେହ ସୃଷ୍ଟି ହୋଇ ନାନା ପ୍ରକାରର ଆଲୋଚନା ଓ ସମାଲୋଚନା ଶୁଣିବାକୁ ମିଳୁଛି।



Edited by k.s thakur...

No comments