Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

କ୍ୱାକ ର ଭୁଲ ଇଞ୍ଜେକ୍ସନ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ!

କ୍ୱାକ ର ଭୁଲ ଇଞ୍ଜେକ୍ସନ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ! ମୁରିବାହାଲ,୧୧/୦୫( ଶଙ୍କର ମାଝୀ ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ...

କ୍ୱାକ ର ଭୁଲ ଇଞ୍ଜେକ୍ସନ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ!


ମୁରିବାହାଲ,୧୧/୦୫( ଶଙ୍କର ମାଝୀ ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ କର୍ଲ୍ଲାପିଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।କ୍ୱାକ ର ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀ ର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। 

Ad..


ମୃତ ବୃଦ୍ଧା ଜଣକ ହେଲେ କର୍ଲ୍ଲାପିଟା ଗାଁର  କୌଶଲ୍ୟା ପନିକା।ଆଜି ସକାଳୁ ସକାଳୁ ଦେହରେ ଅସୁସ୍ଥ ଅନୁଭବ କରିଥିଲେ।ଫଳରେ କୌଶଲ୍ୟାଙ୍କ  ନାତୁଣୀ ସହ ହଳଦୀ ଗାଁରେ ଥିବା ଟୁନୁ ବଗର୍ତ୍ତିଙ୍କ କ୍ଲିନିକକୁ ଚିକିତ୍ସା ପାଇଁ ନେଇଥିଲେ।

    Ad..


କ୍ୱାକ କୌଶଲ୍ୟାକୁ ଏକ ଇଞ୍ଜେକ୍ସନ ଦେଇଥିଲେ।ଫଳରେ କୌଶଲ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି।କୌଶଲ୍ୟାଙ୍କ ମୃତ୍ୟୁ ହେବା ପରେ କ୍ଲିନିକକୁ ବନ୍ଦ କରି ଫେରାର ମାରିଛି କ୍ୱାକ ଟୁନୁ ବଗର୍ତ୍ତି।

Ad..



ସ୍ଥାନୀୟ ଲୋକଙ୍କ ଚାପରେ ପରିବାର ଲୋକେ ମୁହଁ  ଖୋଲୁନାହାନ୍ତି ବୋଲି ଚର୍ଚ୍ଚା ର ବିଷୟ ବୋଲି ପରିବାର ଲୋକେ କହୁଛନ୍ତି !ସେପଟେ ଗାଁର କିଛି ଜଣ ଲୋକ ଆସି ରୁଦ୍ରଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି।



Edited by k.s thakur...

No comments