Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ସିରୋଲ ଗ୍ରାମରେ ତୃତୀୟ ବର୍ଷ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ...

ସିରୋଲ ଗ୍ରାମରେ ତୃତୀୟ ବର୍ଷ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ... ମୁରିବାହାଲ,୧୧/୦୫ (ଶଙ୍କର ମାଝୀ ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ...

ସିରୋଲ ଗ୍ରାମରେ ତୃତୀୟ ବର୍ଷ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ...


ମୁରିବାହାଲ,୧୧/୦୫ (ଶଙ୍କର ମାଝୀ ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଗ୍ରାମପଞ୍ଚାୟତ ସଦର ମହକୂମା ସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପୂଜା କମିଟି ଆନୁକୂଲ୍ୟରେ ତୃତୀୟ ବର୍ଷ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ରବିବାର  ସନ୍ଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Ad..


ସ୍ଥାନୀୟ ସିରୋଲ ଗ୍ରାମର  ବନ୍ଧ ରୁ ସଙ୍କୀର୍ତ୍ତନ୍ୟ ବାଦ୍ୟ ସହ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ।ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ...

    Ad..


ନବୀନ ହାତୀ ଓ ତାଙ୍କ ଧର୍ମପତ୍ନୀ ନବସିନୀ ହାତୀ, ଉତ୍ତମ ବଗର୍ତ୍ତୀ,ଓ  ତାଙ୍କ ଧର୍ମ ପତ୍ନୀ ସଞ୍ଜୁ ବଗର୍ତ୍ତୀ ପୂଜକ ରୂପେ ଚନ୍ଦ୍ରଧ୍ଵଜ ମିଶ୍ର,ର୍ସପତ୍ନିକ ଦାୟିତ୍ଵ ନିର୍ବାହ କରୁଛନ୍ତି।ସମୋବାର ସକାଳ ୦୭.୪୦ମିରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନାମାରମ୍ଭ ହେବ ବୋଲି ଜଣାପଡିଛି।

Ad..


ଆୟୋଜକ ସିରୋଲ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର,ଷୋହଳ ପ୍ରହରୀ ନାମଯଜ୍ଞ କମିଟିର ବରିଷ୍ଠ ସଦସ୍ୟ, ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ବଗର୍ତ୍ତୀ,ପୂର୍ବତନ ମୁରିବାହାଲ ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ହଂସରାଜ ଜୈନ,ପୂର୍ବତନ ମୁରିବାହାଲ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ଲଳିତା ଦେବୀ ଜୈନ,ସିରୋଲ ସରପଞ୍ଚ ଶ୍ରୀମତୀ ଲୋଚନା ବଗର୍ତ୍ତୀ,ସହ ସମସ୍ତ ସିରୋଲ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।



Edited by k.s thakur...

No comments