ଶ୍ରୀ ଶ୍ରୀ ଗଙ୍ଗା ମାଈ ପୂଜା ଦ୍ବିତୀୟ ଦିନରେ ମାଆଙ୍କ ନଗର ପରିକ୍ରମା ପୂଜା ଅର୍ଚ୍ଚନା ସହିତ ରାତିରେ ମୀନା ବଜାରର ମଜା... କଣ୍ଟାବାଞ୍ଜି,୧୬/୦୫(ନି.ପ୍ର) :-ବଲାଙ୍ଗୀର ...
ଶ୍ରୀ ଶ୍ରୀ ଗଙ୍ଗା ମାଈ ପୂଜା ଦ୍ବିତୀୟ ଦିନରେ ମାଆଙ୍କ ନଗର ପରିକ୍ରମା ପୂଜା ଅର୍ଚ୍ଚନା ସହିତ ରାତିରେ ମୀନା ବଜାରର ମଜା...
କଣ୍ଟାବାଞ୍ଜି,୧୬/୦୫(ନି.ପ୍ର) :-ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ର ସର୍ବ ପୁରାତନ ମନ୍ଦିର ଶ୍ରୀ ଶ୍ରୀ ଗଙ୍ଗା ମାଈ ମନ୍ଦିର ର ପୂଜା ଗତ ଶୁକ୍ରବାର ଦିନରୁ ଆରମ୍ଭ ହୋଇଛି । ଏହା ସ୍ଥାନୀୟ ରେଳୱେ ପଡ଼ିଆ ଠାରେ ସ୍ଥିତ ମାଆଙ୍କ ମନ୍ଦିର ପରିସରରେ ହେଉଛି।
Ad..
ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଧୁମ୍ ଧାମରେ ପାଳିତ ହେଉଛି। ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ମାଆଙ୍କୁ ଆହ୍ବାନ ପରେ ଶୁକ୍ରବାର ଦିନ ଠାରୁ ପୂଜା ଅର୍ଚ୍ଚନା ଚାଲୁଛି । ପ୍ରତ୍ୟେକ ଦିନ ଅପରାହ୍ନ ରେ ମାଙ୍କ ନଅ ଗୋଟି ଛତର ନଗର ପରିକ୍ରମା ହୁଏ ଏଥିରେ ମାନସିକ ଧାରି ମାନେ ତାକୁ ମୁଣ୍ଡରେ ବୋହି ମାଙ୍କ ଆଶୀର୍ବାଦ ନିଅନ୍ତି।
Ad..
ଏପରିକି ମାଆଙ୍କ ଉକ୍ତି ଛତର ନଗର ପରିକ୍ରମା ବେଳେ ପ୍ରତ୍ୟେକ ଘର ସାମ୍ନାରେ ଗୋବର ବୋଲି ବନ୍ଦାପନା କରନ୍ତି । ଏହା ଆସନ୍ତା ସୋମବାର ତା୧୮/୫/୨୦୨୬ ଯାଏ ନଗର ପରିକ୍ରମା ପରେ ମଙ୍ଗଳବାର ମାଙ୍କ ଠାରେ ମାନସିକ ଧାରି ବୁଦା ବୋଲି ଦେବେ ଯାହା ହଜାର ହଜାର ସଂଖ୍ୟାରେ ଆନ୍ଧ୍ର,ଛତିଶଗଡ,ଝାଡଖଣ୍ଡ ରାଜ୍ୟ ସହ ଅଞ୍ଚଳ ର ଭକ୍ତମାନେ ସାମିଲ ହୁଅନ୍ତି।
Ad..
ବୁଧବାର ଅପରାହ୍ନରେ ମାଙ୍କ ନିଆଁ ରେ ଚାଲନ୍ତି ଯାହା ଖନ୍ଦା ଚଲା ବୋଲି କହନ୍ତି । ଦୀର୍ଘ ଦିନରୁ ଏହି ଯାତ୍ରା ହେଇ ଆସୁଥିବା ବେଳେ ଏହା ପ୍ରାୟ ୧୯୩୨ ମସିହା ରେ କଣ୍ଟାବାଞ୍ଜି ରେଳ ସଂଯୋଗ ହେବା ଠାରୁ ଏହି ମନ୍ଦିର ପ୍ରତିଷ୍ଠା ଓ ଯାତ୍ରା ହେଉଥିବା ପୁରୁଣା ଲୋକଙ୍କ ଠାରୁ ଜାଣିବାକୁ ମିଳେ।
ବର୍ତ୍ତମାନ ଏହି ପୂଜା କମିଟି ର ସଭାପତି କୈଳାଶ ଦୀପ, ନାଗେଶ୍ବର୍ ଦୀପ, ସୁନୀଲ ଦୀପ,କୈଳାସ ବନଛୋର,ଜସପାଲ ସୁନା,ରାକେଶ ସୁନା ସୁଚାରୁ ରୂପେ ପରିଚାଳନା କରୁଛନ୍ତି।
ରାତିରେ ମୀନା ବଜାର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଉଭୟ ରେଳୱେ ପୋଲିସ,ଆର୍ ପି ଏଫ୍ ପୋଲିସ ସହ ଟାଉନ୍ ପୋଲିସ ମଧ୍ୟ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରୁଛନ୍ତି।
Edited by k.s thakur...





No comments