ଅଞ୍ଚଳ କଲେଜ ପଦ୍ମପୁରରେ ଜାତୀୟ ଶିକ୍ଷା ଦିବସ ପାଳନ...
ପଦ୍ଶପୁର,୧୨/୧୧(ବିଜୟ କୁମାର ସାହୁ) : ଅଞ୍ଚଳ କଲେଜ ପଦ୍ମପୁରରେ ଜାତୀୟ ଶିକ୍ଷା ଦିବସ 2025 କଲେଜର ସମ୍ମେଳନ ପ୍ରକୋଷ୍ଠରେ ଉତ୍ସାହମୟ ପରିବେଶରେ ପାଳିତ ହୋଇଅଛି।
Ad..
କାର୍ଯ୍ୟକ୍ରମରେ ସଭାପତିତ୍ବ କରୁଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଃ ଖଗେଶ୍ୱର ଦାଶ ଶିକ୍ଷାର ଗୁରୁତ୍ୱ ଓ ଜାତୀୟ ଶିକ୍ଷା ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ର ଗଠନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଉତ୍ସାହ ଦେଇଥିଲେ।
Ad..
ପ୍ରଃ ଅଶୋକ ପୁଜାରୀ, ପୂର୍ବତନ ଅଧ୍ୟକ୍ଷ, ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କର୍ମବଦ୍ଧତା ଓ କଠିନ ପରିଶ୍ରମ ଦ୍ୱାରା ସଫଳତା ଲାଭ କରିବାକୁ ପ୍ରେରିତ କରିଥଲେ।
Ad..
ପ୍ରଃ ଚିତ୍ତରଞ୍ଜନ ଦାଶ, ପୂର୍ବତନ ଅଧ୍ୟକ୍ଷ, ଦେବଗଡ଼ କଲେଜ, ମୁଖ୍ୟ ବକ୍ତା ଭାବେ NEP-2020 ଓ ଶିକ୍ଷାରେ କୃତ୍ରିମ ବୁଦ୍ଧିମତ୍ତା (AI) ର ଭୂମିକା ବିଷୟରେ ଆଲୋଚନା କରି ନୂତନ କୌଶଳ ଶିଖିବାକୁ ଓ ନିଜ ଅନ୍ତର୍ନିହିତ ଗୁଣାବଳୀଗୁଡ଼ିକୁ ଚିହ୍ନିବା ପାଇଁ ପରାମର୍ଶ ଦେଲେ।
Ad..
ଡ଼ଃ ତୁଷାରକାନ୍ତ ସାହୁ, ଶିକ୍ଷା ବିଭାଗ ମୁଖ୍ୟ, ଅତିଥିମାନଙ୍କୁ ପରିଚୟ କରାଇ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ବିଷୟରେ କହିଥିଲେ। ଡ଼ଃ ଭେଙ୍କଟେଶ୍ୱର ମେହେର ବିକଶିତ ଭାରତ @2047 ଓ ବିକଶିତ ଓଡିଶା @2036 ସନ୍ଦର୍ଭରେ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିଥିଲେ।
Ad..
ଡ଼ଃ ସସ୍ମିତା ମେହେର ଯୁବମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଶିକ୍ଷାର ଗୁରୁତ୍ୱ ଉଲ୍ଲେଖ କରିଥିଲେ । ଶ୍ରୀ ଶ୍ରୀକାନ୍ତ ସାହୁ ମୌଲାନା ଅବୁଲ କଲାମ ଆଜାଦଙ୍କ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟାବଳୀ ଓ ଅବଦାନ ବିଷୟରେ ସଂକ୍ଷିପ୍ତରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମର ସଂଚାଳନ ମଞ୍ଜୁ ବାଲମ କରିଥିଲେ। ଦୀପିକା ଓ ତାଙ୍କ ଦଳ ସ୍ବାଗତ ସଙ୍ଗୀତ ପ୍ରଦର୍ଶନ କରିଥିଲେ। ଶେଷରେ ଡ଼ଃ ଭେଙ୍କଟେଶ୍ୱର ମେହେର ବିଭାଗ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କର୍ମକର୍ମକୁ ଶିକ୍ଷା ବିଭାଗର ଶୁଭମ୍, ରଞ୍ଜନ, ପ୍ରମୋଦ, ରୋସନ, ଦୃଶ୍ଚନ, ଭେଶମନି, ରାକେଶ, ଶାଲିନି, ସ୍ନେହାଶ୍ରୀ, ସସ୍ମିତା, ବର୍ଷା ଏବଂ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...






