ବରଗଡ଼ ଭଟଲି ରାସ୍ତା ରେ ଭୟାବହ ସଡ଼କ ଦୂର୍ଘଟଣା ;ରଖେହିରି ତ ମାରେ କିଏ , ୩ ଜଣ ସୁରକ୍ଷିତ ଜିବିତ...

ବରଗଡ଼ ଭଟଲି ରାସ୍ତା ରେ ଭୟାବହ ସଡ଼କ ଦୂର୍ଘଟଣା ;ରଖେହିରି ତ ମାରେ କିଏ , ୩ ଜଣ ସୁରକ୍ଷିତ ଜିବିତ...


ବରଗଡ଼,୧୩/୧୧(ବିଜୟ କୁମାର ସାହୁ): ବରଗଡ଼ ଭଟଲି ରାସ୍ତା ର ବରଡୋଲ ଗ୍ରାମରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। 

Ad..


ଘଟଣା ଟି ମଧ୍ୟ ରାତିରେ ଘଟିଥିବା ଓ ଭୟଙ୍କର ଧକ୍କା ଘଟଣା ଘଟି ଥିବା ବେଳେ ଗାଡ଼ିରେ ଥିବା ତିନିଜଣ ବ୍ୟକ୍ତି ସମସ୍ତେ ସାମାନ୍ୟ ଆହତ ହୋଇ ସୁରକ୍ଷିତ ଥିବା ସୂଚନା ମିଳିଛି। 

    Ad..


ରାତି ପ୍ରାୟ ୧୨ ଘଣ୍ଟା ପାଖାପାଖି ଉକ୍ତ ଦୁର୍ଘଟଣା ଘଟିଥିବାର ସ୍ଥାନୀୟ ଲୋକେ କହୁଛନ୍ତି। ସକାଳୁ ସିସିଟିଭି ଫୁଟେଜ ଯାଞ୍ଚ ରୁ ଜଣା ପଡିଛି ଯେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଲୋହା ବିଦ୍ୟୁତ ପୋଲୋ ସହିତ ଗାଡିର ଇଂଜିନ ବାହାରି ଛିଟିକି ହୋଇ ପଡିଛି। 

Ad..


ଗାଡି ଦ୍ରୁତ ଗତିରେ ଭଟଲିରୁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ବରଡୋଳ ଗ୍ରାମ ସଡ଼କ ପଡା ରାଜ୍ୟ ରାଜପଥରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗାଡ଼ିରେ ଥିବା ତିନିଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। 

Ad..


ମଧ୍ୟ ରାତିରେ ଘଟଣା ଘଟିଲା ଯାହାକି ଦିନବେଳେ ହୋଇଥିଲେ ହୁଏତ ଅନେକ ଙ୍କ ଜୀବନ ହାନି ଘଟିବାର ସମ୍ଭାବନା ରହିଥିଲା। ସକାଳୁ ଯିଏ ଦେଖୁଛି କହୁଛି ଯେ ଗାଡିରେ ଥିବା ସମସ୍ତ ଯାତ୍ରି ମରିଥିବେ ହେଲେ ରଖେ ହରି ତ ମାରେ କିଏ ବୋଲି ଜଣାପଡିଛି।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post