ବରଗଡ଼ ୭୮ ତମ ଧନୁଯାତ୍ରା ମସୋତ୍ସବ ପାଳନ ନିମନ୍ତେ କଳାକାର ଚୟନ ପାଇଁ ଘୋଷଣା...
ବରଗଡ଼,୧୩/୧୧ (ବିଜୟ କୁମାର ସାହୁ): ବରଗଡ଼ ୭୮ ତମ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଳନ ନିମନ୍ତେ କଳାକାର ଚୟନ ନିମନ୍ତେ କମିଟି ତରଫରୁ ଘୋଷଣା ହୋଇଛି।
Ad..
ଆସନ୍ତା ନଭେମ୍ବର ୧୫, ୧୬ ଏବଂ ୧୭ ତାରିଖ ତିନି ଦିନ ଧରି ବରଗଡ଼ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ବିଭିନ୍ନ କଳାକାର ଙ୍କ ଚୟନ ପ୍ରକିୟା ଅନୁଷ୍ଠିତ ହେବ।
Ad..
ଆସନ୍ତା ୧୫ ତାରିଖ ରେ ଦେବକୀ, ନାରଦ, ଚାଣୁର , ମୁଷ୍ଟିକ, ସାର୍ତ୍ତକି, ବସୁଦେବ , ଅକ୍ରୁର ଏବଂ ଉଗ୍ରସେନ ଭୂମିକା ପାଇଁ, ୧୬ ତାରିଖ ଦିନ ମହାମନ୍ତ୍ରୀ ଓ ସେନାପତି ପାଇଁ ତଥା ୧୭ ତାରିଖ ଦିନ କଂସ ମହାରାଜ ସକାଶେ ସାକ୍ଷାତକାର ଅନୁଷ୍ଠିତ ହେବ।
Ad..
ଆବେଦନକର୍ତ୍ତା ନିଜ ଭୂମିକା ପାଇଁ ଉଦ୍ଦିଷ୍ଟ ତାରିଖ ରେ ପୂର୍ବାହ୍ନ ୯ ଘଣ୍ଟା ୩୦ ମିନିଟ ସୁଦ୍ଧା ବିଜୁ ପଟ୍ଟନାୟକ ଟାଉନ ହଲ ରେ ପହଞ୍ଚିବା ପାଇଁ ଫୋନ୍ ମାଧ୍ୟମ ରେ ସମସ୍ତ କଳାକାର ମାନଙ୍କୁ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି।
Ad..
ଆବେଦନ କରିଥିବା ବିଭିନ୍ନ ଭୂମିକା ପାଇଁ ଯୋଗ୍ୟ ଆବେଦକ ସଂଖ୍ୟା ମଧ୍ୟରେ କଂସ ମହାରାଜ ଚୟନ ପ୍ରକିୟା ପାଇଁ- ୪୪ ଜଣ,ମହାମନ୍ତ୍ରୀ - ୩୩ ଜଣ,ସେନାପତି - ୭୪ ଜଣ,ଦେବକୀ - ୧୪ ଜଣ ,ନାରଦ - ୨୦ ଜଣ...
Ad..
ଚାଣୁର - ୧୭ ଜଣ ,ସାର୍ତ୍ତକି - ୧୦ ଜଣ,ମୁଷ୍ଟିକ- ୧୮ ଜଣ,ବସୁଦେବ - ୩୦ ଜଣ,ଅକ୍ରୁର - ୨୦ ଜଣ,ଉଗ୍ରସେନ - ୧୧ ଜଣ ସର୍ବ ମୋଟ- ୨୯୧ ଜଣ କଳାକାର ଆବେଦନ କରିଥିବା ଧନୁଯାତ୍ରା ମସୋତ୍ସବ ପାଳନ କମିଟି ତରଫରୁ ସୂଚନା ଦିଆଯାଇଛି।
Report : Bijay ku sahu
Edited by k.s thakur...
Tags:
78 th dhanujatra
audition
Bargarh
bargarh news
latest news
latest update
odisha daily current affairs
odisha news
preparation






