ପଦ୍ମପୁର ସହରର ଦିର୍ଘଦିନର ସମସ୍ୟା ସମାଧାନ ପାଇଁ ବିଭିନ୍ନ ଅନୁଷ୍ଠାନ ର ଉଦ୍ୟମ ; ଉପଜିଲ୍ଲାପାଳଙ୍କୁ ଭେଟି ଦାବି ଉପସ୍ଥାପନ...
ବରଗଡ଼,୧୩/୧୧(ବିଜୟ କୁମାର ସାହୁ):ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଲାଗିରହିଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ବିଭିନ୍ନ ସଂଗଠନ ଉଦ୍ୟମ ଆରମ୍ଭ କରି ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି।
Ad..
ଆଜି ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରଗୁଲା ଙ୍କୁ ଅଫିସ ପ୍ରକୋଷ୍ଠ ରେ ପଦ୍ମପୁର ର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତାମାନେ ସାକ୍ଷାତ କରି ପଦ୍ମପୁର ସହର ର ବିଭିନ୍ନ ଅସୁବିଧା ଗୁଡ଼ିକ ଦର୍ଶାଇ ଏହାର ନିରାକରଣ ପାଇଁ ଅନୁରୋଧ କରିଥିଲେ।
Ad..
ପ୍ରଥମେ ପଦ୍ମପୁର ସହରାଞ୍ଚଳ କୁ ପିଇବା ପାଣି ପାଇଁ ଅଂଗ ନଦୀ ଉପରେ ଦରବେକେଲା ଠାରେ ନିର୍ମାଣାଧୀନ ବେରେଜ ର ଅଗ୍ରଗତି ଓ ଆଗାମୀ ଗ୍ରୀଷ୍ମ ରୁତୁ ରେ ଜନସାଧାରଣ ପିଇବା ପାଣିର ଯେମିତି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିନିମନ୍ତେ ବିସ୍ତୃତ ଭାବରେ ଆଲାଚନା କରିଥିଲେ।
Ad..
ବିଭିନ୍ନ ବିଭାଗୀୟ ଅଧିକାରୀ , ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ,ଏବଂ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତାମାନଙ୍କ ସହିତ ଏକ ଯୁଗ୍ମ ବୈଠକ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା।
Ad..
ପ୍ରାରମ୍ଭ ରେ ସଦସ୍ଯ ମାନେ ଭେଉଁରିଆ ଛକରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ଅଧିକ ପୋଲିସ କର୍ମଚାରୀମାନଙ୍କ ନିଯୁକ୍ତି ସକାଶେ ବିଭାଗ ର ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ଅତିଶୀଘ୍ର ବନ୍ଦ ହୋଇ ପଡିଥିବା ଭେଉରିଆଛକ ଟ୍ରାଫିକ ସିଗନାଲ କୁ କାର୍ଯ୍ୟକ୍ଷମ କରାଯିବା ପାଇଁ ଉପଜିଲ୍ଲାପାଳ କୁଂ ଅନୁରୋଧ କରିଥିଲେ।
Ad..
ବୈଠକ ରେ ନାଗରିକ କମିଟୀର କର୍ମକର୍ତ୍ତା ଉମେଶ ସାହୁ ଓକିଲ ସଂଘର ସଭାପତି ରାମରତନ ପୁରୋହିତ, ସମ୍ପାଦକ ଚିନ୍ମୟ ପଣ୍ଡା, ବଣିକ ସଂଘ ର ସଭାପତି ପ୍ରତାପ ମିଶ୍ର,ଓକିଲ ସଂଘ ର ବରିଷ୍ଠ ସଦସ୍ଯ ଗୌନ୍ତିଆ କୁମାର ସାହୁ...
ବରିଷ୍ଠ ନାଗରିକ ଗୋବିନ୍ଦ ଅଗ୍ରୱାଲ, ଓକିଲ ସଂଘ ର ପୂର୍ବତନ ସଭାପତି ସନ୍ତୋଷ ଶତପଥୀଙ୍କ ସହିତ ଆଶା ଓ ସତ୍କାର ର ସଭାପତି ,ସାମାଜିକ କର୍ମୀ ନିରୋଜ ଦୋରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
memorandum
odisha daily current affairs
odisha news
padamapur
sub collector






