ତିଆରି ହେଲା ନୂଆ ପିଚୁ ରାସ୍ତା ଦୂର୍ଘଟଣା ସମ୍ଭାବନା ଆଶଙ୍କା...

ତିଆରି ହେଲା ନୂଆ ପିଚୁ ରାସ୍ତା ଦୂର୍ଘଟଣା ସମ୍ଭାବନା ଆଶଙ୍କା...


ବରଗଡ଼,୧୩/୧୧(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଭେଉରିଆଛକ ଠାରୁ ରଜାପଡା ପର୍ଯ୍ୟନ୍ତ ନୂଆ ପିଚୁ ରାସ୍ତା ତିଆରି ହେବାର ମାତ୍ର ଦୁଇଦିନ ଭିତରେ ଚାରୋଟି ଛୋଟ ବାଇକ୍ ଦୂର୍ଘଟଣା ଘଟିଲାଣି...

Ad..


ଆଗକୁ ବଡ ଧରଣର ଦୂର୍ଘଟଣା ଘଟି ଜୀବନ ହାନି ଘଟିବା ପୂର୍ବରୁ ବିଭାଗୀୟ ଅଧିକାରୀ ଗୁରୁତର ସହ ବିକଳ୍ପ ଚିନ୍ତା କରନ୍ତୁ ନଚେତ୍ ବଡ ଧରଣର ଆନ୍ଦୋଳନ ହେବାର ସମ୍ଭାବନା ରହିଛି। 

         Ad..


ପଦ୍ମପୁର ସହର ଭିତରେ ଭେଉରିଆଛକ ଠାରୁ ରଜାପଡା ପର୍ଯ୍ୟନ୍ତ ନୂଆ ପିଚୁ ରାସ୍ତା ତିଆରି ହୋଇଛି। ଜବରଦଖଲ ଉଚ୍ଛେଦ ସହ ଶହଶହ ବର୍ଷ ବଡ ବଡ ଗଛ ସବୁକୁ କାଟି ରାସ୍ତା ଚଉଡା କରାଗଲା ଏବେ ଚଉଡା ରାସ୍ତା ରେ ଦୃତ ଗତିରେ ଯାତାୟାତ ହେଲାଣି...

Ad..


ଆଗକୁ ଆହୁରି ଦୃତଗାମୀ ଯାନବାହାନ ଚଳାଚଳ ଯୋଗୁଁ ଥାନା ଛକ, ସରକାରୀ ଡାକ୍ତରଖାନା, କଚେରୀଛକ ସହ ଭେଉରିଆ ଛକ ରେ ମୁଣ୍ଡ ଉପରେ ଦୂର୍ଘଟଣା ର ବିପଦ ରହିଛି ପୁଣି ଶନିବାର ଓ ମଙ୍ଗଳବାର ସପ୍ତାହ ର ଦୁଇଦିନ ବଜାର ରାସ୍ତା ଉପରେ ରହିଛି।

Ad..


ଫଳରେ ଦୂର୍ଘଟଣା ସୁନିଶ୍ଚିତ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରୁଛନ୍ତି ଯଦି ବଡ ଦୂର୍ଘଟଣା ଘଟେ ତାହେଲେ ସହର ଭିତରେ ଆନ୍ଦୋଳନ ସୁନିଶ୍ଚିତ ବୋଲି ଆଲୋଚନା ହେଉଛି। ବିଭାଗୀୟ ଅଧିକାରୀ ଗୁରୁତର ସହ ବିକଳ୍ପ ଚିନ୍ତା କରନ୍ତୁ ନଚେତ୍ ସମସ୍ୟା ଦ୍ୱିଗୁଣିତ ହେବାର ଆଶଙ୍କା ରହିଛି।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post