ପରିତ୍ୟକ୍ତ କୂଅରୁ ହାତୀ ଛୁଆ ଉଦ୍ଧାର ; ଫରେଷ୍ଟର ଗୁରୁତର ଆହତ...

ପରିତ୍ୟକ୍ତ କୂଅରୁ ହାତୀ ଛୁଆ ଉଦ୍ଧାର ; ଫରେଷ୍ଟର ଗୁରୁତର ଆହତ...


କଣ୍ଟାବାଞ୍ଜି,୧୩/୧୧ : ଆଜି ସକାଳ ସମୟର ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବା ଏକ ହାତୀ ଛୁଆକୁ ଉଦ୍ଧାର କରାଯାଇଛି।ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ରେଞ୍ଜ ଅନ୍ତର୍ଗତ ବିଜାମାଲ ଗାଁ ନିକଟରେ କୂଅରେ ପଡ଼ିଥିଲା ହାତୀ ଛୁଆ।

Ad..


ସୂଚନା ଅନୁସାରେ,  ଆଜି ସକାଳେ ହାତୀ ଛୁଆଟି ପରିତ୍ୟକ୍ତ କୂଅରେ ପଡ଼ିଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ।ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। 

Ad..


ଏହା ସହିତ ମୁରିବାହାଲ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।କିଛି ସମୟ ଧରି କଠିନ ପରିଶ୍ରମ କରିବା ପରେ ହାତୀ ଛୁଆଟି କୁ ଉଦ୍ଧାର କରାଯାଇଥିଲା। 

Ad..


କିନ୍ତୁ ଉଦ୍ଧାର କାର୍ଯ୍ୟ ସମୟରେ ହାତୀ ଛୁଆଟି ଗୁଡିଘାଟର କେନ୍ଦୁ ପତ୍ର ଫରେଷ୍ଟର ପ୍ରଦୀପ ନାଥଙ୍କୁ ଆକ୍ରମଣ କରିଥିଲା।  ଫରେଷ୍ଟର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଅଣା ଯାଇଥିଲା। 

Ad..


ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ଗତ କିଛି ମାସ ଧରି ମୁରିବାହାଲ ଫରେଷ୍ଟ ରେଞ୍ଜରେ ୪୦ ଟିକିଆ ହାତୀ ପଲ ଗାଁରୁ ଗାଁକୁ ବୁଲୁଛନ୍ତି। 

Ad..


ଗତକାଲି ରାତିରେ, ହାତୀ ଛୁଆଟି ବିଜାମାଲ ଗାଁ ଦେଇ ଯାଉଥିବା ସମୟରେ ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିବା କୁହାଯାଉଛି।




Edited by k.s thakur...

Post a Comment

Previous Post Next Post