ଇଂଲଣ୍ଡରୁ ୮ ଜଣ ବିଦେଶୀ ମହିଳାଙ୍କ ସମ୍ବଲପୁରୀ ବସ୍ତ୍ରାଳୟର ରଙ୍ଗଘର ପରିଦର୍ଶନ...

ଇଂଲଣ୍ଡରୁ ୮ ଜଣ ବିଦେଶୀ ମହିଳାଙ୍କ ସମ୍ବଲପୁରୀ ବସ୍ତ୍ରାଳୟର ରଙ୍ଗଘର ପରିଦର୍ଶନ...


ବରଗଡ଼,୧୩/୧୧(ବିଜୟ କୁମାର ସାହୁ): ଇଂଲଣ୍ଡରୁ ୮ ଜଣ ବିଦେଶୀ ମହିଳା ସମ୍ବଲପୁରୀ ବସ୍ତ୍ରାଳୟର ରଙ୍ଗଘର ପରିଦର୍ଶନ କରି ସୂତାର Vat Dye ରଙ୍ଗ ପ୍ରଣାଳୀ ଦେଖିଥିଲେ। 

Ad..


ତଥା ବନ୍ଦେ ମାତରମ୍ ଡିଜାଇନ୍ ର ଲୁଗା ବୁଣା ହେଉଥିବାର ଅବଲୋକନ କରିଥିଲେ। ଉକ୍ତ ଟିମ୍ କୁ ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ, ସମ୍ପାଦକ, ଓ ଏସ୍ ଡି, ବାଣିଜ୍ୟ ଅଧିକାରୀ ସମିତିର ଲୁଗାର ବୈଶିଷ୍ଟ୍ୟ, ଗୁଣବତ୍ତା ଇତ୍ୟାଦି ତାଙ୍କ ପରିଦର୍ଶନ ସମୟରେ ବିସ୍ତୃତ ଭାବରେ ତାଙ୍କୁ ବୁଝାଇଥିଲେ। 

         Ad..


ଏହି ବିଷୟରେ ବିଦେଶିନୀ ମହିଳା ଦଳ ଅନୁପ୍ରାଣିତ ହୋଇ ସମ୍ବଲପୁରୀ ଲୁଗା, ଗାର୍ମେଣ୍ଟ୍ କିଣିବା ପାଇଁ ଆଗ୍ରହ ପ୍ରକାଶ କରିବାରୁ ତାଙ୍କୁ ବରଗଡ଼ ସ୍ଥିତ ମେଗା ସୋ ରୁମ୍ କୁ ପରିଦର୍ଶନ ରେ ନିଆ ଯାଇଥିଲା...

Ad..


ଏଵଂ ସେଠାରେ ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ହସ୍ତତନ୍ତ ପୋଷାକ ତଥା ଲୁଗା କିଣିଥିଲେ ଏଵଂ ସମ୍ବଲପୁରୀ ହସ୍ତତନ୍ତ ଲୁଗା କୁ ଭୂରୀୟସି ପ୍ରଶଂସା କରିଥିଲେ। ଉକ୍ତ ପରିଦର୍ଶନ ସମୟ ରେ ସମିତିର ସଭାପତି ଶ୍ରୀଯୁକ୍ତ ସମ୍ବିତ କୁମାର ଆଚାର୍ଯ୍ୟ ଅଫିସ ରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 

Ad..


ଏହାଦ୍ବାରା ସମ୍ବଲପୁରୀ ବସ୍ତ୍ରାଳୟ ର ଉତ୍ପାଦିତ ବସ୍ତ୍ର ର ବିଦେଶ ରେ ବହୁଳ ଭାବେ ପ୍ରଚାର ପ୍ରସାର ହେବ ବୋଲି ଆଶା କରାଯାଏ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post