ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ : ନଭେମ୍ବର ୨୮ ତାରିଖରୁ ଉଠିବ ଖରିଫ ଧାନ...

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ : ନଭେମ୍ବର ୨୮ ତାରିଖରୁ ଉଠିବ ଖରିଫ ଧାନ...


(ପଞ୍ଜିକୃତ ନହୋଇ ଧାରଣାରେ ବସିଥିବା ଚାଷୀଙ୍କ ନାମ ପଞ୍ଜିକରଣ ପାଇଁ ସରକାରଙ୍କୁ ଅନୁରୋଧ କରିବ ଜିଲ୍ଲା କମିଟି)

ବରଗଡ଼,୧୪/୧୧(ବିଜୟ କୁମାର ସାହୁ):ଖରିଫ ବର୍ଷ ୨୦୨୪-୨୫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । 

Ad..


ଚାଷୀ ଯେପରି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପାଇଁ ଅବଶ୍ୟକୀୟ ପ୍ରସ୍ତୁତି କରିବାପାଇଁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେବା ସହ ପ୍ରଶାସନର ଆଦେଶ ଖିଲାପକାରୀ ଅଧିକାରୀ, ମିଲର ତଥା ଦଲାଲଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀଙ୍କୁ ପ୍ରତିଶୃତି ଦେଇଛନ୍ତି । 

        Ad..


ବୈଠକରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ସମେତ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ବର୍ଷା ସିଂ ବରିହା, ବିଜେପୁର ବିଧାୟକ ସନତ କୁମାର ଗଡତିଆ ଏବଂ...

Ad..


ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଉପସ୍ଥିତ ରହି ଚାଷୀ କିଭଳି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ସହ ମାଣ୍ଡୀରେ ଦଲାଲଙ୍କ ସମ୍ପୃକ୍ତି ଏବଂ କଟନୀ ଛଟନି ଭଳି ବିଭିନ୍ନ ଅବ୍ୟବସ୍ଥା ବନ୍ଦ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । 

Ad..


ଜିଲ୍ଲାପାଳ ତଥା ଉପସ୍ଥିତ ଲୋକ ପ୍ରତିନିଧିଙ୍କ ଅନୁମୋଦନ କ୍ରମେ ଆଗାମୀ ନଭେମ୍ବର ୨୮ ତାରିଖରୁ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯିବା ସହ ଜିଲ୍ଲାର ସମୁଦାୟ ୧୨ ଗୋଟି ବ୍ଲକ ତଥା ବରଗଡ଼, ଅତାବିରା ଏବଂ ପଦ୍ମପୁର ଆରଏମସିରୁ ସମୁଦାୟ ୨୧୦ ଗୋଟି ପିପିସି ଦ୍ଵାରା ଧାନ ସଂଗ୍ରହ କରବା ବ୍ୟବସ୍ତା କରାଯାଇଛି। 

Ad..


ଚାଷୀଙ୍କ ସୁବିଧା ପାଇଁ  ଧାନ ସଂଗ୍ରହ କେନ୍ଦ୍ରରେ ଡିଜିଟାଲ ଆର୍ଦ୍ରତା ମିଟର, ତାରପୋଲିନ, ୱେଟବ୍ରିଜ, ବିଶ୍ଳେଷଣ କିଟ୍ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଲାଇଟ, ପାଇଖାନା, ସିସିଟିଭି ଏବଂ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦି ସୁବିଧା ଥିବା ମୋଡେଲ ମଣ୍ଡିର ବ୍ୟବସ୍ତା କରାଯାଇଛି। 

ସେହିଭଳି ଜିଲ୍ଲାର ସମସ୍ତ ମାର୍କେଟ ୟାର୍ଡ ଠାରେ କାଳବଜାରୀ ରୋକିବା ନିମନ୍ତେ ଜିଲ୍ଲା ଏବଂ ଉପଖଣ୍ଡର କଣ୍ଟ୍ରୋଲ ରୁମ୍ ସିସି ଟିଭି ଲାଇଭ ଫୁଟେଜ ଦ୍ଵାରା ୨୪ ଘଣ୍ଟା ତଦାରଖ କରିବ। 

ଚାଷୀଙ୍କ ପୂର୍ବ ସମସ୍ୟା ଗୁଡିକର ଆଲୋଚନା ତଥା ପରାମର୍ଶ ଆଧାରରେ ଜିଲ୍ଲାପାଳ ଏବର୍ଷ ଧାନ ସଂଗ୍ରହରେ ସ୍ୱଛତା ଆଣିବା ନିମନ୍ତେ କୌଣସି ମିଲର, ଆରଏମସି ଅଧିକାରୀ ଏବଂ ଯୋଗାଣ ଅଧିକାରୀ ଠକେଇ କଲେ ତୁରନ୍ତ ଥାନାରେ ଏତେଲା ଦେବା କିମ୍ବା ଟୋଲ ଫ୍ରି ନଂ-୧୯୬୭ କିମ୍ବା ୦୬୬୪୬-୨୪୬୦୪୧ ରେ ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ଭିତ୍ତିଭୂମିର ସୁବିଧା ନିମନ୍ତେ ପ୍ରଶାସନ ତରଫରୁ ମଡେଲ ମଣ୍ଡି ବ୍ୟବସ୍ତା କରିବା ସହିତ ଚାଷୀଙ୍କୁ ଗ୍ରାମ ପଂଚାୟତ ସ୍ତରରେ ଜୁଟ ବ୍ୟାଗ ଯୋଗାଇବା କିମ୍ବା ଚାଷୀ ଦେଇଥିବା ବ୍ୟାଗର ଉଚିତ ମୂଲ୍ୟ ମିଲର ବହନ କରିବେ ଏବଂ ଏହାର ତଦାରଖ ନିମନ୍ତେ ସ୍ୱତନ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ, ସେ ମଣ୍ଡି ସ୍ତରରେ ସମସ୍ତ ଚାଷୀ କିଭଳି ସଠିକ ଭାବେ ପଇସା ପାଇବେ ସେ ବ୍ୟବସ୍ତା କରିବେ ବୋଲି ଜିଲ୍ଲାପାଳ କହିଥିଲେ।

ଏତଦବ୍ୟତୀତ ପ୍ରତ୍ୟକ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀଙ୍କ ଅଭିଯୋଗ ଗ୍ରହଣ ନିମନ୍ତେ ସ୍ୱତନ୍ତ୍ର ରେଜିଷ୍ଟର କରିବା ସହ ଜିଲ୍ଲା ମୁଖ୍ୟାଳୟରେ ଅଭିଯୋଗ ଗ୍ରହଣ ନିମନ୍ତେ ଏକ ସ୍ୱତନ୍ତ୍ର ଟୋଲ ଫ୍ରୀ ନମ୍ବର ଜାରି କରାଯିବ ଏବଂ ରେଜିଷ୍ଟ୍ରେସନ ପରେ ଚାଷୀଙ୍କ ମୋବାଇଲରେ ମଣ୍ଡିକୁ ଧାନ ନେଇ ଯିବା ତାରିଖର ସୂଚନା  ଆସିବ ଏବଂ ଗୋଟିଏ ଟୋକନର ଅବଧି ୩୦ ଦିନ ପର୍ଯ୍ୟନ୍ତ ରହିବ। 

ଧାନ ଦେବା ୪୪ ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ଡ଼ିବିଟି ଦ୍ୱାରା ଟଙ୍କା ପଠାଯିବ। ପ୍ରତ୍ୟକ ଆରଏମସି ଦ୍ୱାରା ଡ଼ାକବାଜି ଯନ୍ତ୍ର ଦ୍ୱାରା ଧାନ ସଂଗ୍ରହ ତାରିଖ, ତଥା ଅନ୍ୟାନ୍ୟ ବିବରଣୀ ବିଷୟରେ ସଚେତନ କରାଯିବ ବୋଲି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍ ଏମ ସିର ଅଧ୍ୟକ୍ଷ ମାନଙ୍କୁ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗା ଯୋଗ ରଖିବା ସହ ଧାନର ଏଫଏକ୍ୟୁ ମାନ ବିଷୟରେ ଚଷିକୁ ପୂର୍ବରୁ ସଚେତନ କରିବା  , ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା...

କଳାବଜାରୀ କିମ୍ବା ଆବଶ୍ୟକୀୟ ଧାନ ପଡୋଶୀ ଜିଲ୍ଲାକୁ ସ୍ଥାନାନ୍ତରଣ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ସୀମାରେଖାରେ ପୋଲିସ୍ ମୁତୟନ କରିବା ସହିତ କଡାକଡି ଯାଞ୍ଚ୍ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। 

ବୈଠକରେ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ସମେତ ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପଦ୍ମପୁର ଉପଜିଲ୍ଲାପାଳ ଆରାଗୁଲା ସ୍ନେହା, ଜିଲ୍ଲାର କୃଷକ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ  ବୈଠକୁ  ପରିଚାଳନା କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post