ପଦ୍ମପୁର ରାଜବାଟୀ ଦୁର୍ଗାପୂଜାରେ ନୂଆ ଚମକ : ସାଢେ ୬ କେଜି ରୂପା ମୁକୁଟରେ ପିନ୍ଧିବେ ଦେବୀ...

ପଦ୍ମପୁର ରାଜବାଟୀ ଦୁର୍ଗାପୂଜାରେ ନୂଆ ଚମକ : ସାଢେ ୬ କେଜି ରୂପା ମୁକୁଟରେ ପିନ୍ଧିବେ ଦେବୀ...


ବରଗଡ଼/ପଦ୍ମପୁର,୧୦/୧୦(ବିଜୟ ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଐତିହାସିକ ସାର୍ବଜନୀନ ରାଜବାଟୀ ଦୁର୍ଗାପୂଜା ଏଥର ନୂଆ ରୂପରେ ଦର୍ଶକଙ୍କୁ ଆକର୍ଷିତ କରିବ।

        Ad..


ଏଥର ଜଗତଜନନୀ ମା' ଦୁର୍ଗା ରୂପା ମୁକୁଟ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେବା ସହ ଅନ୍ୟ ଦେବାଦେବୀ ଙ୍କୁ ମଧ୍ୟ ସାଢେ ୩ କେଜି ଓଜନର ମୁକୁଟମାନ ପିନ୍ଧା ଜିବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି।

Ad..


ସୂଚନା ଅନୁସାରେ, କେବଳ ମା' ଦୁର୍ଗା ନୁହଁନ୍ତି, ମା' ଲକ୍ଷ୍ମୀ ଓ ମା' ସରସ୍ୱତୀଙ୍କ ପାଇଁ ମଧ୍ୟ ରୂପା ମୁକୁଟ ତିଆରି କରାଯାଇଛି। ପୂଜା କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପଦ୍ମପୁର ସହରର ସାଧାରଣ ଜନତାଙ୍କ ଠାରୁ ପ୍ରାୟ ୬ କେଜି ସଂଗୃହିତ ଦାନ ରୂପାରୁ ଏହି ମୁକୁଟ ନିର୍ମାଣ କରାଯାଇଛି।

        Ad..


ରାଜବାଟୀ ଦୁର୍ଗାପୂଜା ପଦ୍ମପୁର ଅଞ୍ଚଳର ସବୁଠୁ ପୁରାତନ ଓ ପ୍ରସିଦ୍ଧ ପୂଜା। ପ୍ରତିବର୍ଷ ହଜାର ହଜାର ଭକ୍ତ ଏଠାରେ ମା'ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏଥର ରୂପା ମୁକୁଟ ଏହି ପୂଜାର ଆକର୍ଷଣକୁ ଆହୁରି ବଢାଇ ଦେବ ବୋଲି ଆୟୋଜକ କମିଟି ଆଶା ରଖିଛି।

ମୁକୁଟ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବାବେଳେ ଖୁବ୍ ଶୀଘ୍ର ଏହା ମା'ଙ୍କୁ ଅର୍ପଣ କରାଯିବ। ଏହି ଖବର ପ୍ରଚାରିତ ହେବା ପରେ ସହରରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଆସନ୍ତା ଷଷ୍ଠୀ ପୂର୍ବରୁ ପଦ୍ମପୁର ସହରରେ ମୁକୁଟ ପହଞ୍ଚିବ।



Edited by k.s thakur...

Post a Comment

Previous Post Next Post

Tulsi nxt

Odisha Chronicle News

Ads