Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବିଦ୍ୟୁତ ସଂସ୍ପର୍ଶରେ ଆସି ବରାହ ମୃତ୍ !

ବିଦ୍ୟୁତ ସଂସ୍ପର୍ଶରେ ଆସି ବରାହ ମୃତ୍ ! ମୁରିବାହାଲ,୧୧/୦୫(ଶଙ୍କର ମାଝୀ ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନଖଣ୍ଡରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଏବେ ସଂପୂର୍ଣ...

ବିଦ୍ୟୁତ ସଂସ୍ପର୍ଶରେ ଆସି ବରାହ ମୃତ୍ !


ମୁରିବାହାଲ,୧୧/୦୫(ଶଙ୍କର ମାଝୀ ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନଖଣ୍ଡରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଏବେ ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି।

        Ad..


ହାତୀ ମୃତ୍ୟୁର କଳାବାଦଲ ଏଯାଏଁ ହଟିନଥିବା ବେଳେ, ଏବେ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ବାର୍‌ହାର ମୃତ୍ୟୁ ଘଟଣାକୁ ବନ ବିଭାଗ ଯେଉଁଭଳି ଭାବେ ତରବରିଆ ଭାବେ ‘ଦଫନ’ କରିବାକୁ ଚେଷ୍ଟା କରିଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ତାହା ବିଭାଗୀୟ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

    Ad..


ଶିକାରୀଙ୍କ ମୁକାବିଲା କରିବା ପରିବର୍ତ୍ତେ ନିଜର ବିଫଳତା ଲୁଚାଇବା ପାଇଁ ବନ ବିଭାଗ ତତ୍ପରତା ଦେଖାଉଥିବା ଅଭିଯୋଗ ହେଉଛି।ସୂଚନା ଅନୁଯାୟୀ, ଗତ ୭ ତାରିଖ ରାତିରେ ହଳଦୀ ପଞ୍ଚାୟତ ଚାଉଳଫୁପୁଡ଼ା ଗାଁ ନିକଟରେ ଶିକାରୀଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ ଫାଶରେ ଫସି ଏକ ବରାହ ମୃତ୍ୟୁ ଘଟିଥିଲା। 

    Ad..


ମାତ୍ର ଆଶ୍ଚର୍ଯ୍ୟର ବିଷୟ, ଘଟଣାର ପରଦିନ ଅର୍ଥାତ ୮ ତାରିଖ ଦିନ ବନ ବିଭାଗ କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁପସ୍ଥିତିରେ ଅତି ଗୋପନୀୟ ଭାବେ ବାର୍‌ହାଟିକୁ ପୋତି ଦେଇଥିଲା।ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ, କୌଣସି ବନ୍ୟଜନ୍ତୁର ଅସ୍ୱାଭାବିକ ମୃତ୍ୟୁ ଘଟିଲେ ନିମ୍ନଲିଖିତ ପ୍ରକ୍ରିୟା ପାଳନ କରିବା ବାଧ୍ୟତାମୂଳକ:

ଘଟଣା ସମ୍ପର୍କରେ ଦାୟିତ୍ୱରେ ଥିବା ବନ କର୍ମଚାରୀ ତୁରନ୍ତ ଉଚ୍ଚପଦସ୍ଥ ଅଧିକାରୀ ଡି.ଏଫ୍.ଓ, ଏ.ସି.ଏଫ୍ ଓ ସ୍ଥାନୀୟ ପୋଲିସକୁ ସୂଚନା ପ୍ରଦାନ କରିବା କଥା ।ଅତିକମରେ ଦୁଇଜଣ ସରକାରୀ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବା ସହ ସଂପୂର୍ଣ୍ଣ ଭିଡିଓଗ୍ରାଫି ହେବା ଆବଶ୍ୟକ।

ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଶିକାର କରାଯାଇଥିବା ସ୍ଥାନରୁ ବିଦ୍ୟୁତ ତାର କିମ୍ବା ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ଫରେନସିକ୍ ପରୀକ୍ଷା ପାଇଁ ପଠାଇବା।ତଦନ୍ତ ସରିବା ପୂର୍ବରୁ କିମ୍ବା ପଞ୍ଚନାମା ନହେବା ଯାଏଁ ଶବକୁ ପୋତିବା ବା ପୋଡ଼ିବା ଆଇନତଃ ଅପରାଧ।ମାତ୍ର ମୁରିବାହାଲ ରେଞ୍ଜରେ ଏହି ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇଥିବା ଦେଖିବାକୁ ମିଳିଛି।

ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ଡି.ଏଫ୍.ଓ ଅଜିତ୍ ବିଶି ଗଣମାଧ୍ୟମ ଆଗରେ ଏ ସମ୍ପର୍କରେ କିଛି ଜାଣି ନଥିବା କହିବା ସମସ୍ତଙ୍କୁ ଚକିତ କରିଛି । ଜିଲ୍ଲାର ଜଣେ ଦାୟିତ୍ୱବାନ ଅଧିକାରୀ ନିଜ ଅଧୀନରେ ଚାଲିଥିବା ଏଭଳି ଏକ ସଙ୍ଗୀନ ମାମଲା ବିଷୟରେ ଜାଣିନପାରିବା ବିଭାଗୀୟ ସମନ୍ୱୟର ଅଭାବ ଅପେକ୍ଷା ଘଟଣାକୁ ଚପାଇ ଦେବାର ଏକ ସୁଚିନ୍ତିତ ପ୍ରୟାସ ଭଳି ମନେହେଉଛି।

ମୁରିବାହାଲ ଫରେଷ୍ଟର ଧୃବ ଚରଣ ବଗର୍ତ୍ତି କହିଛନ୍ତି ଯେ, ନମୁନା ସଂଗ୍ରହ କରାଯାଇଛି। ମାତ୍ର ପ୍ରଶ୍ନ ଉଠୁଛି ଯଦି ଶିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଥିଲା, ତେବେ ତରବରିଆ ଭାବେ ବାର୍‌ହାଟିକୁ କାହିଁକି ପୋତାଗଲା ? ବାରମ୍ବାର ଏହି ଅଞ୍ଚଳରେ ହାତୀ ଓ ବାର୍‌ହା ଶିକାର ହେଉଥିବା ବେଳେ ବନ ବିଭାଗର ପାଟ୍ରୋଲିଂ କେବଳ କାଗଜପତ୍ରରେ ସୀମିତ କି ?

ବନ୍ୟପ୍ରାଣୀ ସୁରକ୍ଷା ନାଁରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ବାସ୍ତବରେ କେଉଁଠି ଖର୍ଚ୍ଚ ହେଉଛି, ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ ନକରେ, ତେବେ ଆଗାମୀ ଦିନରେ ମୁରିବାହାଲ ରେଞ୍ଜ ବନ୍ୟପ୍ରାଣୀ ଶୂନ୍ୟ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।



Edited by k.s thakur...

No comments