Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବରଗଡ଼ ଜିଲ୍ଲା ସୀମାନ୍ତ ରେ ଚାଞ୍ଚଲ୍ୟ, ଦୁଇଦିନ ଭିତରେ ୪ କୋଟି ଟଙ୍କା ର ନିଶା ସାମଗ୍ରୀ ଜବତ...

ବରଗଡ଼ ଜିଲ୍ଲା ସୀମାନ୍ତ ରେ ଚାଞ୍ଚଲ୍ୟ, ଦୁଇଦିନ ଭିତରେ ୪ କୋଟି ଟଙ୍କା ର ନିଶା ସାମଗ୍ରୀ ଜବତ... ବରଗଡ଼,୦୮/୦୫(ବିଜୟ କୁମାର ସାହୁ): ଦୁଇ ଦିନ ପୂର୍ବରୁ ବ୍ୟାପକ ଗଞ୍ଜେ...

ବରଗଡ଼ ଜିଲ୍ଲା ସୀମାନ୍ତ ରେ ଚାଞ୍ଚଲ୍ୟ, ଦୁଇଦିନ ଭିତରେ ୪ କୋଟି ଟଙ୍କା ର ନିଶା ସାମଗ୍ରୀ ଜବତ...


ବରଗଡ଼,୦୮/୦୫(ବିଜୟ କୁମାର ସାହୁ): ଦୁଇ ଦିନ ପୂର୍ବରୁ ବ୍ୟାପକ ଗଞ୍ଜେଇ ଏବେ ୮୫ ଲିଟର ଦେଶୀ ମଦ ଜବତ, ୧୨୦୦ ଲିଟର ମହୁଳ ପୋଚ ନଷ୍ଟ କରାଯାଇଛି।

Ad..


ବରଗଡ ଜିଲ୍ଲା ରେ ବଢ଼ିବାରେ ଲାଗିଛି ବେଆଇନ ନିଶା କାରବାର। ଓଡ଼ିଶା ସୀମାନ୍ତରେ ଚାଲିଛି ଡିଲ୍। ବେଆଇନ ମଦ କାରବାର ଚାଲିଥିବା ବେଳେ ଅମ୍ବାଭୋନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । 

      Ad..


ପୋଲିସ ତିଲେଇମାଲ ଓ ପରୁଆଭାଡ଼ି ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରି ୮୫ ଲିଟର ଦେଶୀ ମଦ ଜବତ କରିଛି । ସେହିପରି  ପ୍ରାୟ ୧୨୦୦ ଲିଟର  ମହୁଳ ପୋଚକୁ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ପୋଲିସ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି କୁହାଯାଇଛି।

     Ad..


ସେହିପରି ଦୁଇଦିନ ପୂର୍ବରୁ ସୀମାନ୍ତ ଝାରବନ୍ଧ ଜଗଦଳପୁର ରୁ ୟୁପି ନମ୍ବର ଥିବା ଏକ ଟ୍ରକରେ ବ୍ୟାପକ ଗଞ୍ଜେଇ ପ୍ରତିଥର ପରି ଏଥର ମଧ୍ୟ ଝାରବନ୍ଧ ଏରିଆକୁ ଆସୁଥିଲା। ଗଞ୍ଜେଇ ମାଫିଆ ମାନଙ୍କ ମଧ୍ୟରେ ଶତ୍ରୁତା କାରଣରୁ ଅନ୍ୟ ଏକ ଗ୍ୟାଙ୍ଗ ଏହି ଟ୍ରକ ଟିକୁ ଲୁଟ କରି ଅନ୍ୟତ୍ର ନେଇଯାଉଥିଲେ। 

ତେବେ ଗଞ୍ଜେଇ ମାଫିଆ ଟ୍ରକଟିକୁ ଉଦ୍ଧାର କରିବାକୁ ଝାରବନ୍ଧ ଥାନାର କିଛି ପୋଲିସ କର୍ମଚାରୀଙ୍କୁ ଖବର ଦେଇଥିଲା ଓ ଟ୍ରକଟିକୁ ଉଦ୍ଧାର କରି ସମସ୍ତ ମାଲ ସୁରକ୍ଷିତ ଫେରାଇଦେବାକୁ  ୨୫ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା। 

ତେବେ ଏକ ଆର୍ଟିକା ଗାଡ଼ିରେ ଝାରବନ୍ଧ ଥାନାର କିଛି ପୋଲିସ କର୍ମଚାରୀ ପ୍ରଥମେ ୮ ଲକ୍ଷ ଟଙ୍କା ନେଇଥିଲେ ଓ ଉକ୍ତ ଟ୍ରକଟିକୁ ଅଟକାଇଥିଲେ।ତେବେ ଟ୍ରକକୁ ଲୁଟ କରିଥିବା ଅନ୍ୟ ଗେଙ୍ଗ ର ଗୁଣ୍ଡା ମାନେ ପୋଲିସ ଦେଖି ଫେରାର ମାରିଥିଲେ। 

ଏହାପରେ ଝାରବନ୍ଧ ଥାନାର କିଛି କର୍ମଚାରୀ ଉକ୍ତ ଗଞ୍ଜେଇ ବୋଝେଇ ଟ୍ରକ ଟିକୁ ଝାରବନ୍ଧ ଥାନାକୁ ନନେଇ ଅନ୍ୟତ୍ର ସ୍ଥାନକୁ ନେଇଯାଇଥିଲେ ଓ ସେଠାରେ ଟ୍ରକରେ ଥିବା ଗଞ୍ଜେଇ ସବୁକୁ ପାର କରେଇଦେବାକୁ ପ୍ଲାନ କରୁଥିଲେ।

ଏହି ଘଟଣା ବିଷୟରେ ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନା ଜାଣିବା ପରେ ସେ ତୁରନ୍ତ ପାଇକମାଲ ଆଇଆଇସି ଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ ଓ ଉକ୍ତ ଟ୍ରକ ଟିକୁ ଜବତ କରିଥିଲେ। ଟ୍ରକରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ବାହାରିଥିଲା ଯାହା କି ଏବେ ପୋଲିସ ହେପାଜତରେ ରହିଛି।

କିଛି ଦୁର୍ନୀତି ଖୋର ପୋଲିସ କର୍ମଚାରୀଙ୍କ ପାଇଁ ପୁରା ପୋଲିସ ବିଭାଗ ବଦନାମ ହେଉଛି। ବରଗଡ଼ରେ କୋରେକ୍ସ ଓ ନିଶା କାରବାର ପାଇଁ ଅପରାଧିକ କାର୍ଯ୍ୟକଳାପ ଵୃଦ୍ଧି ପାଇବା ସହିତ ଶାନ୍ତିପୂର୍ଣ୍ଣ ବରଗଡ଼ର ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି।

ଏପରି ସ୍ଥିତିରେ କିଭଳି ବରଗଡ଼କୁ ନିଶା ମୁକ୍ତ କରାଯାଇପାରିବ ସେନେଇ ବରଗଡ଼ ଏସପି ବ୍ୟାପକ ପ୍ରୟାଶ ଚଳାଇଛନ୍ତି କିନ୍ତୁ ଦୁଃଖର ବିଷୟ ଯେ ଖୋଦ ପୋଲିସ ବିଭାଗର କିଛି ତଳିଆ ପୋଲିସ କର୍ମଚାରୀଙ୍କ ହୀନ ମାନସିକତା ପାଇଁ ଆଜି ବରଗଡ଼ରେ ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ପାରୁନାହିଁ। 

ନିଶା ମାଫିଆ ମାନଙ୍କ ସହିତ ହାତ ମିଳାଇ ବରଗଡ଼ ଜିଲ୍ଲାରେ ନିଶାର ଆତଙ୍କ ଖେଳାଉଥିବା ଏଏସ୍ଆଇ, ଏବଂ ହୋମଗାର୍ଡ଼ ମାନଙ୍କୁ ଯଥା ଶୀଘ୍ର ଚାକିରୀରୁ ନିଲମ୍ବିତ କରାଯାଉ ନଚେତ ଝାରବନ୍ଧ ଏବଂ ଜଗଦଳପୁର ଅଞ୍ଚଳରେ ଏପରି ନିଶା କାରବାର ଜାରିରହିଥିବ ଓ ସମାଜରେ ଗୁଣ୍ଡାରାଜ, ଚୋରୀ,ଡକାୟତି, ଲୁଟପାଟ ଓ ହତ୍ୟା ପରି ଅପରାଧିକ ମାମଲା ବଢି ଚାଲିଥିବ।

ମୁଖ୍ଯକରି ବରଗଡ଼ ଜିଲ୍ଲା ର ଜଗଦଳପୁର, ଝାରବନ୍ଧ, ଅମ୍ବାଭନା ପ୍ରଭୃତି ପଡ଼ୋଶୀ ଛତିଶଗଡ଼ ପଟରେ ନିଶା କାରବାର ମାମଲା ସର୍ବାଧିକ ରହୁଥିବା ରୁ ପୋଲିସ ର ଭୂମିକା ନିର୍ବାହ ରେ ମଧ୍ୟ ଜନସାଧାରଣ ଙ୍କ ସନ୍ଦେହ ଘନୀଭୂତ ହେଉଥିବା ର ଆଲୋଚନା ହେଉଛି।



Edited by k.s thakur...

No comments