ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ୱ ରେଡକ୍ରସ ଦିବସ ପାଳିତ... କଣ୍ଟାବାଞ୍ଜି,୦୮/୦୫(ନି.ପ୍ର) :କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ ପରାମ...
ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ୱ ରେଡକ୍ରସ ଦିବସ ପାଳିତ...
କଣ୍ଟାବାଞ୍ଜି,୦୮/୦୫(ନି.ପ୍ର) :କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ ପରାମର୍ଶ ଦାତ୍ରୀ ଖେଳ ଶିକ୍ଷୟତ୍ରୀ ରଞ୍ଜୁ ବନଛୋର ଙ୍କ ସଭାପତିତ୍ୱରେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବିଶ୍ୱ ରେଡକ୍ରସ ଦିବସ ପାଳନ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି।
Ad..
ପ୍ରଥମେ ଆନ୍ତର୍ଜାତୀୟ ରେଡକ୍ରସ ସଂସ୍ଥାର ସଂସ୍ଥାପକ ହେନେରୀ ଦୁନାଣ୍ଟ ଙ୍କ ତୈଳଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ସଭା ଆରମ୍ଭ କରାଯାଇଥିଲା।ଏହି ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର୍ ପୁରୋହିତ ମୁଖ୍ୟଅତିଥି ରୂପେ ଯୋଗଦେଇ...
Ad..
ତାଙ୍କ ବକ୍ତବ୍ୟରେ ରେଡକ୍ରସ ର ୭ ଟି ମୌଳିକ ନୀତି - ଯଥା " ମାନବିକତା ", " ନିରପେକ୍ଷତା", " ସମ ଦର୍ଶିତା"," ସ୍ୱାଧୀନତା "," ସ୍ୱେଚ୍ଛାକୃତ ସେବା", " ଏକତା " ଓ" ବିଶ୍ୱ ଜନନୀତା"ର ପ୍ରଚାର ଓ ପ୍ରସାର ଦିଗରେ , କେବଳ ରେଡକ୍ରସ ସ୍ୱେଚ୍ଛାସେବୀ ବା କର୍ମଚାରୀ ନୁହନ୍ତି ବରଂ ଯେକୌଣସି ସାଧାରଣ ବ୍ୟକ୍ତି ମଧ୍ୟ ଏହି ମାନବବାଦୀ କାର୍ଯ ତୁଲାଇବା ଉଚିତ୍ ଓ ନିଜକୁ ପ୍ରେରିତ କରିବା ଉଚିତ୍ ବୋଲି ମନ୍ତବ୍ୟ ଦେଇଥିଲେ।
Ad..
ଅଧ୍ୟାପକ ଜିତେନ୍ଦ୍ର ସୁନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଯୁଧିଷ୍ଠିର ବେହେରା ଓ ସୋମନାଥ ମେହେର ରେଡକ୍ରସ ସୋସାଇଟୀ ର ମୂଲ୍ୟବୋଧ ଉପରେ ବକ୍ତବ୍ୟ ଦେଇଥିଲେ।
ଯୁବ ରେଡକ୍ରସ ସଦସ୍ୟା ଜାଗୃତି ବେହେରା ଓ ସୁଶୀଳା ବେହେରା ,ସେମାନେ ଯୋଗଦେଇଥିବା ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ରେଡକ୍ରସ କ୍ୟାମ୍ପ ରେ ଯୋଗଦେଇ ଯେଉଁ ଅନୁଭୂତି ଓ ପ୍ରେରଣା ପାଇଛନ୍ତି , ଉପସ୍ଥିତ ରେଡକ୍ରସ ସଦ୍ୟଶା ଓ ଜାତୀୟ ସେବା ସଂସ୍ଥା ର ଭଲୁଣ୍ଟିଆର ଙ୍କ ସମ୍ମୁଖରେ ବଖାଣି ପ୍ରେରିତ କରିଥିଲେ।
ଏହି ଦିବସ ପାଳନ ଅବସରରେ ମହାବିଦ୍ୟାଳୟ ର ଅଧ୍ୟାପିକା ସୁନନ୍ଦା ରଥ , ରଶ୍ମି ରମିତା ମେହେର, ନୀରବାତୀ ପଧାନ , ଗ୍ରନ୍ଥାଗାର ରକ୍ଷକ ସନ୍ତୋଷ ମହାନ୍ତି, କର୍ମଚାରୀ ସନ୍ତୋଷ ତ୍ରିପାଠୀ, ନାଜନିନ୍ ପରମାର, ବିବେକ ସାହୁ, ହିତେଶ ରଣା, ତପନ ସତନାମୀ...
ସାବିତ୍ରୀ ପୁଟେଲ୍, ଲୀନା ଖଟୁଆ ସଫଳ କରିବାରେ ସହଯୋଗ କରିଥିଲେ।ମହାବିଦ୍ୟାଳୟ ର ଯୁବ ରେଡକ୍ରସ ର ସଦସ୍ୟା ଓ ଜାତୀୟ ସେବା ସଂସ୍ଥା ର ସ୍ଵେଚ୍ଛା କର୍ମୀ ମାନେ ଉପସ୍ଥିତ ଥିଲେ।ଶେଷରେ ଶ୍ରୀମତୀ ବନଛୋର ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।
Edited by k.s thakur...





No comments