Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଷାଠିଏ ଘର ଡୁମାଳ ସମାଜ ମୁରିବାହାଲ ଓ ଯମୁନା କେନ୍ଦ୍ରର ମିଳିତ ସାଂଗଠନିକ ବୈଠକ ଅନୁଷ୍ଠିତ,ନୂତନ କର୍ମକର୍ତ୍ତା ମନୋନୀତି...

ଷାଠିଏ ଘର ଡୁମାଳ ସମାଜ ମୁରିବାହାଲ ଓ ଯମୁନା କେନ୍ଦ୍ରର ମିଳିତ ସାଂଗଠନିକ ବୈଠକ ଅନୁଷ୍ଠିତ,ନୂତନ କର୍ମକର୍ତ୍ତା ମନୋନୀତି... ମୁରିବାହାଲ ,୦୭/୦୫(ଶଙ୍କର ମାଝୀ): ବଲାଙ୍ଗ...

ଷାଠିଏ ଘର ଡୁମାଳ ସମାଜ ମୁରିବାହାଲ ଓ ଯମୁନା କେନ୍ଦ୍ରର ମିଳିତ ସାଂଗଠନିକ ବୈଠକ ଅନୁଷ୍ଠିତ,ନୂତନ କର୍ମକର୍ତ୍ତା ମନୋନୀତି...


ମୁରିବାହାଲ ,୦୭/୦୫(ଶଙ୍କର ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ର ଷାଠିଏ ଘର ଡୁମାଳ ସମାଜ ମୁରିବାହାଲ ଓ ଯମୁନା କେନ୍ଦ୍ର(ଚକ୍)ର ଏକ ମିଳିତ ସାଂଗଠନିକ ବୈଠକ ବୁଧବାର ମୁରିବାହାଲ ମାହେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। 

Ad..


ପ୍ରଥମେ ମାଁ ମାହେଶ୍ୱରୀ ଙ୍କ ପିଠରେ ଦେହେରୀ ତ୍ରୀସିଙ୍ଗ ବଘାର ଓ ସେବକ ବିରଞ୍ଚି ମେର୍ଳୀ ପୂଜା ଅର୍ଚ୍ଚନା କରିଥିଲେ।ପରେ ଷାଠିଏ ଘର ଡୁମାଳ ସମାଜର ନୂତନ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ମହାକୁରଙ୍କ ସଭାପତିତ୍ବରେ ତଥା ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସାଂଗଠନିକ ବୈଠକରେ...

    Ad..


ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବଳ ଖମାରୀ,ଦନ୍ଦରା କେନ୍ଦ୍ର ସଭାପତି ଭୋପାଳ ଚନ୍ଦ୍ର ମହାକୁର ଓ ସମ୍ପାଦକ ଫକୀର ମୋହନ ଖମାରୀଙ୍କ ସହ ଉଭୟ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Ad..


ଏହି ବୈଠକରେ ମୁଖ୍ୟତଃ ଦୀର୍ଘ ଦିନ ଧରି  ଅସଂଗଠିତ ହୋଇ ରହିଥିବା ମୁରିବାହାଲ ଓ ଯମୁନା କେନ୍ଦ୍ରର ସାମାଜିକ ସମସ୍ୟାକୁ ବ୍ୟାପକ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ମିଳିତ ଭାବେ ସମସ୍ତ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଉଭୟ କେନ୍ଦ୍ରକୁ ସମ୍ମିଶ୍ରଣ ପରେ ଏହାକୁ ସୁପରିଚାଳନା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା।ଏଥିରେ ସଭାପତି ପ୍ରଫୁଲ୍ଲ କୁମାର ବଘାର,କାର୍ଯ୍ୟକାରୀ ସଭାପତି ବୁଦ୍ଧଦେବ ମହାକୁର,ଉପସଭାପତି ବସୁଦେବ ପଧାନ, ଦେବେନ୍ଦ୍ର ପଧାନ ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର...

ସାଂଗଠନିକ ସମ୍ପାଦକ ଅଭିମନ୍ୟୁ ପଧାନ,ସହସମ୍ପାଦକ ଗଜପତି ପଧାନ,ଦେବରାଜ ପାତ୍ର ଓ କୋଷାଧ୍ୟକ୍ଷ ରୂପେ ଦେବରାଜ ପଧାନଙ୍କୁ ମନୋନୀତ କରାଯାଇଥିଲା।ସେହିପରି ଉପଦେଷ୍ଟା କମିଟି ସଦସ୍ୟ ରୂପେ ରାଧେଶ୍ୟାମ ପଧାନ,ବ୍ରଜମୋହନ ମହାକୁର,ଶତୃଘ୍ନ ପାତ୍ର,ଘାସିରାମ ପାତ୍ର,ପିତାମ୍ବର ବଘାର,ଦୁଃଶାସନ ବଘାର...

ମଦନ ଥାଟି,ମକୁନ୍ଦ ପଧାନ,ଉପେନ୍ଦ୍ର କର୍ମୀ,ଶ୍ରୀମୁଖ ବଘାର,ଚିତ୍ରସେନ ମେର୍ଲି, ଖିତିପତି ମହାକୁର,ଭିକାରୀ ପାତ୍ର,ଗୋପାଳ ପଲତା,କେଦାର ପଧାନ,କୃଷ୍ଣଚନ୍ଦ୍ର ପାତ୍ର,ରମେଶ ବସ୍ତିଆ,ଦୀନବନ୍ଧୁ କମ୍ପ ଓ ଉପେନ୍ଦ୍ର ପଧାନ ତଥା ଆଇନ ପରାମର୍ଶଦାତା ରୂପେ କୁମାରଚନ୍ଦ୍ର ଖମାରୀ ଓ ପ୍ରଶାନ୍ତ କମ୍ପ ମନୋନୀତ ହୋଇଥିଲେ।

ଜିଲ୍ଲା ସଭାପତି ଶ୍ରୀ ମହାକୁର ଉଭୟ କେନ୍ଦ୍ରର ସମ୍ମିଶ୍ରଣ ପରେ ଡୁମାଳ ସମାଜର ଏକତା ଆହୁରି ସୁଦୃଢ଼ ହେବା ସହ ସମାଜର ସମସ୍ତ ଜାତିଭାଇ ବାଦବିବାଦ ଭୁଲି ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଉଭୟ ଚକର ସମସ୍ତ କର୍ମକର୍ତ୍ତା ଓ ଷାଠିଏ ଘର ଡୁମାଳ ସମାଜର ଜାତିଭାଇ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର ଧନ୍ୟବାଦ୍ ଦେଇଥିଲେ।



Edited by k.s thakur...

No comments