Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ...

ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ... ଜୁନାଗଡ଼,୦୭/୦୫(ନି.ପ୍ର): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍...

ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ...


ଜୁନାଗଡ଼,୦୭/୦୫(ନି.ପ୍ର): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କିଛି ଅସାଧୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି।

Ad..


ଏପରି ଏକ ଅନିୟମିତତା ଆସିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ। ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି (ଆର ଏମ ସି) ପକ୍ଷରୁ ଏଠାରେ ଚାଷୀଙ୍କ ରହିବା ପାଇଁ ପ୍ରାୟ କୋଟିଏ ଟଙ୍କାରେ ଘର, ପାଚେରୀ ଓ ଧାନ ରଖିବା ପାଇଁ ପିଣ୍ଡା (ଫଡ) ନିର୍ମାଣ ହେଉଛି। 

   Ad..


ହେଲେ ବିଭାଗୀୟ ଯନ୍ତ୍ରୀ କିମ୍ବା ଦାୟିତ୍ବରେ ଥିବା ଆର ଏମ ସି କର୍ମଚାରୀ କାମ ନିର୍ମାଣ ସମୟରେ ଉପସ୍ଥିତ ରହୁ ନଥିବାରୁ ଠିକାଦାର ମନ ଇଚ୍ଛା କାର୍ଯ୍ୟ କରିଥିବା ନେଇ ଅଭିଯୋଗ ହୋଇଛି।ଵିଶେଷ କରି ପ୍ଲିନ୍ଥ ବିମ୍‌ରେ ନିର୍ଦ୍ଧାରିତ ୬ ଇଞ୍ଚରେ ରଡ୍ ପରିବର୍ତ୍ତେ ୯ ଇଞ୍ଚ ଦୂରତାରେ ରଡ୍ ବ୍ୟବହାର ହେଉଥିବା ସହିତ ବିନା ସୂଚନା ଫଳକରେ କାମ ଚାଲିଥିବା ଦେଖିବାକୁ ମିଳିଛି।

Ad..


କଙ୍କ୍ରିଟ୍ କାମ ସମୟରେ ଭାଇବ୍ରେଟର ବ୍ୟବହାର ପାଇଁ ନିୟମ ଥିବା ବେଳେ ଠିକାଦାର ଭାଇବ୍ରେଟର ବ୍ୟବହାର ନ କରିବାରୁ ରଡ୍ ବାହାରକୁ ଦେଖାଯାଉଛି । ସେହିପରି ଚୋରାରେ ବିଦ୍ୟୁତ ନେଇ ଏହି ସବୁ କାର୍ଯ୍ୟ କରାଯାଉଛି। ଯାହାଫଳରେ ଏହାର ସ୍ଥାୟିତ୍ୱକୁ ନେଇଁ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଏପରିକି ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି କାର୍ଯ୍ୟରତ ବ୍ୟକ୍ତି ଦୁର୍ବ୍ୟବହାର କରିଥିବା ଓ ପ୍ରତିକ୍ରିୟା ମାଗିବା ସମୟରେ ଉତକ୍ଷୀପ୍ତ ହୋଇ ତାଙ୍କର ବୁମ୍‌କୁ ଠେଲା-ପେଲା କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। 

ଏହାକୁ ନେଇ ବୁଧବାର ଜୁନାଗଡ଼ ମିଡିଆ କ୍ଳବ ପକ୍ଷରୁ ଧର୍ମଗଡ଼ ଉପଜିଲାପାଳ ପ୍ରେକ୍ଷା ଅଗ୍ରୱାଲଙ୍କୁ ସାକ୍ଷାତ କରି ନିମ୍ନ ମାନର କାମ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ତେବେ ଉପଜିଲାପାଳ ଅଗ୍ରୱାଲ ଘଟଣା ସ୍ଥଳକୁ ତଦନ୍ତ କରିବାକୁ ଯିବି ଓ ପରେ ଠିକାଦାରଙ୍କ ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ।



Edited by k.s thakur...

No comments