୪୧ ଡେଇଁଲା ପାରଦ : ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା... ଭୁବନେଶ୍ୱର,୧୮/୦୫(ବ୍ୟୁରୋ) : ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ । ଆସନ୍ତା ୨ ଦିନ ପରେ ରାଜ୍ୟର...
୪୧ ଡେଇଁଲା ପାରଦ : ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା...
ଭୁବନେଶ୍ୱର,୧୮/୦୫(ବ୍ୟୁରୋ) : ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ । ଆସନ୍ତା ୨ ଦିନ ପରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Ad..
ରାଜ୍ୟରେ ବର୍ତ୍ତମାନ ଗରମ ଓ ଗୁଳୁଗୁଳି ବଢ଼ିଛି।ରାଜ୍ୟର ୯ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ହୀରାକୁଦ ୪୧.୫, ଝାରସୁଗୁଡ଼ା ୪୧.୪, ସମ୍ବଲପୁର ୪୧.୪, ଭବାନୀପାଟଣା ୪୧, ଅନୁଗୁଳ ୪୧.୧, ତାଳଚେର ୪୦.୨, ଟିଟିଲାଗଡ଼ ୪୦.୨, ସୋନପୁର ୪୦.୩, ନୟାଗଡ଼ ୪୦ ଡିଗ୍ରୀ ତାତିରେ ସିଝିଥିଲା।
Ad..
ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭-୩୮ ଡିଗ୍ରୀ ଛୁଇଁଥିଲା । ବାଲେଶ୍ୱର ୩୮, ଚାନ୍ଦବାଲି ୩୮.୮, ଭୁବନେଶ୍ୱର ୩୭.୮ ଡିଗ୍ରୀ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଅନୁଭୂତ ହୋଇଥିଲା।ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଶନିବାର ଆଣ୍ଡାମାନ ଛୁଇଁଛି ମୌସୁମୀ ।
ଦକ୍ଷିଣ ପୂର୍ବ ଆରବସାଗର ଓ ଦକ୍ଷିଣ ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର କିଛି ଅଂଶ ସହ ଆଣ୍ଡାମାନ ସାଗରର ଅନେକ ଅଂଶ, ଆଣ୍ଡାମାନ ଦ୍ୱୀପର କିଛି ଅଂଶ ଏବଂ ନିକୋବରକୁ ସମ୍ପୂର୍ଣ୍ଣ ଭାବେ ସ୍ପର୍ଶ କରିଛି ମୌସୁମୀ । ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଛି ।
୨୬ ତାରିଖବେଳକୁ ଏହା କେରଳ ଉପକୂଳ ଛୁଇଁପାରେ । ରାଜ୍ୟର ବିଭିନ୍ନ ସ୍ଥାନରେ ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା, ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ସତର୍କ ସୂଚନା ଜାରି କରାଯାଇଛି।
ରବିବାର ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ। ପବନ ବେଗ ୪୦ ରୁ ୫୦ କିଲୋମିଟର ରହିପାରେ।
Edited by k.s thakur...




No comments