Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବ୍ରାହ୍ମଣ ସମାଜ ତରଫରୁ ଗୌରୀଶଙ୍କର ତ୍ରିପାଠୀ ମେଧା ସମ୍ମାନ...

ବ୍ରାହ୍ମଣ ସମାଜ ତରଫରୁ ଗୌରୀଶଙ୍କର ତ୍ରିପାଠୀ ମେଧା ସମ୍ମାନ... ପଦ୍ମପୁର,୧୮/୦୫(ବିଜୟ କୁମାର ସାହୁ) : ପଦ୍ମପୁର ବ୍ରାହ୍ମଣ ସମାଜ ତରଫରୁ ସ୍ଥାନୀୟ ବ୍ରାହ୍ମଣ ସମାଜ ସାଂ...

ବ୍ରାହ୍ମଣ ସମାଜ ତରଫରୁ ଗୌରୀଶଙ୍କର ତ୍ରିପାଠୀ ମେଧା ସମ୍ମାନ...


ପଦ୍ମପୁର,୧୮/୦୫(ବିଜୟ କୁମାର ସାହୁ) : ପଦ୍ମପୁର ବ୍ରାହ୍ମଣ ସମାଜ ତରଫରୁ ସ୍ଥାନୀୟ ବ୍ରାହ୍ମଣ ସମାଜ ସାଂସ୍କୃତିକ ଭବନଠାରେ ଚତୁର୍ଥ ଗୌରୀଶଙ୍କର ତ୍ରିପାଠୀ ମେଧା ସମ୍ମାନ ସୁଶ୍ରୀ ଅପର୍ଣ୍ଣା ଦେବତାଙ୍କୁ ପ୍ରଦାନ କରାଯାଇଛି। 

Ad..


ଉକ୍ତ ସମ୍ମାନ ଦଶମ ବୋଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ନଗଦ ରାଶି, ମାନପତ୍ର, ଉପଢୌକନ ତଥା ପୁଷ୍ପମାଲ୍ୟ ଦେଇ ଭବିଷ୍ୟତରେ ଶିକ୍ଷା କ୍ଷେତ୍ରରେ ଆହୁରି ଉନ୍ନତି କରିବା ସଙ୍ଗେ ସଙ୍ଗେ ମନୋବଳ ବଢ଼ାଇବା ସକାଶେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ। 

    Ad..


ସମାଜର ସଭାପତି ଜୟନାରାୟଣ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ମହାନ୍ତି ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ। ସଂପାଦକ ସଦାନନ୍ଦ ପୁରୋହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜ୍ୟୋତ୍ସ୍ନାରାଣୀ କର ମାନପତ୍ର ପଠନ କରିଥିଲେ। 

ଡାକ୍ତର ପ୍ରଭାତ ନାରାୟଣ ତ୍ରିପାଠୀ ଉତ୍ତରୀୟ ଓ ସତ୍ୟନାରାୟଣ ତ୍ରିପାଠୀ ନଗଦ ରାଶି ପ୍ରଦାନ କରିଥିଲେ । ମନୋଜ  କୁମାର ପଣ୍ଡାଙ୍କ ଦ୍ଵାରା ପରିଚାଳିତ ସଭାରେ ପଣ୍ତିତ ଅତ୍ରାହିଭଞନ ପାଣିଗ୍ରାହୀ, ପଣ୍ଡିତ ରଘୁନାଥ ତ୍ରିପାଠୀ, ଭାସ୍କର ଦାଶ, ତ୍ରିବିକ୍ରମ ପାଣିଗ୍ରାହୀ...

ଦିବ୍ୟ କିଶୋର ପଣ୍ଡା, ମେଜର ଚିତ୍ତରଞ୍ଜନ ଦାଶ, ତୃପ୍ତିମୟୀ ଦାଶ,ସନ୍ତୋଷିନି ରଥ, ପ୍ରକାଶ କୁମାର ଦାଶ, ବୁଦ୍ଧଦେବ ପାଣିଗ୍ରାହୀ, ରୀନା ତ୍ରିପାଠୀ, ନବକୃଷ୍ଣ ଦେବତା , ଆଲୋକ ନାରାୟଣ ତ୍ରିପାଠୀ ପ୍ରଭୂତି ଉପସ୍ଥିତ ଥିଲେ । ଡକ୍ଟର ବାଞ୍ଛାନିଧି ପଣ୍ଡା ବହୁମୂଲ୍ୟ ଉପଦେଶ ଦେବା ସଙ୍ଗେ ସଙ୍ଗେ ଧନ୍ୟବାଦ ଦେଇଥିଲେ।



Edited by k.s thakur...

No comments