ଟ୍ରଲର୍ ଓ କାର୍ ମୁହାଁମୁହିଁ ଧକ୍କା : ଦୁଇ ମୃତ, ତିନି ଗୁରୁତର... ପାପଡାହାଣ୍ଡି,୧୮/୦୫(ନି.ପ୍ର): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଝିଟିକିଗୁଡା ଜାତୀୟ ରା...
ଟ୍ରଲର୍ ଓ କାର୍ ମୁହାଁମୁହିଁ ଧକ୍କା : ଦୁଇ ମୃତ, ତିନି ଗୁରୁତର...
ପାପଡାହାଣ୍ଡି,୧୮/୦୫(ନି.ପ୍ର): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଝିଟିକିଗୁଡା ଜାତୀୟ ରାଜପଥ ଠାରେ ଟ୍ରଲର୍ ଓ କାର୍ ମୁହାଁମୁହିଁ ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି।
Ad..
ସମସ୍ତଙ୍କୁ ଉଦ୍ଧାର କରାଯାଇ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଆନ୍ଧ୍ରର ଗୋଟିଏ ପରିବାରର ଦୁଇ ମହିଳା, ଦୁଇ ପୁରୁଷ ଓ ଜଣେ ଶିଶୁ AP40EP1223 କାର୍ ଯୋଗେ ପୁରୀ ଠାରୁ ନବରଙ୍ଗପୁର ଶଶୁର ଘରକୁ ଫେରୁଥିଲେ।
Ad..
ଏହି ସମୟରେ ଏକ ଟ୍ରଲର୍ TN28BK6116 କଳାହାଣ୍ଡି ଅଭିମୁଖେ ଯାଉଥିବା ସମୟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତୁରନ୍ତ ପୁଲିସ ଓ ଅଗ୍ନିଶ୍ରମ ବିଭାଗ ବିଭାଗ ପହଞ୍ଚି ୫ ଜଣଙ୍କୁ ଉଦ୍ଧାର କରିଥିଲେ।
ସମସ୍ତଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଦୁଇ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଆଉ ତିନି ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Edited by k.s thakur...




No comments