ନିଖିଲ ହତ୍ୟା ପଛରେ ଜୁଆ ଆଡ୍ଡା ଲୁଟ୍ ଓ ଗ୍ୟାଙ୍ଗ୍ ୱାର୍... ରାୟଗଡା,୧୮/୦୫(ନି.ପ୍ର): ରାୟଗଡ଼ା ଜିଲ୍ଲାର ବହୁ ଚର୍ଚ୍ଚିତ ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟାକାଣ୍ଡ ଘ...
ନିଖିଲ ହତ୍ୟା ପଛରେ ଜୁଆ ଆଡ୍ଡା ଲୁଟ୍ ଓ ଗ୍ୟାଙ୍ଗ୍ ୱାର୍...
ରାୟଗଡା,୧୮/୦୫(ନି.ପ୍ର): ରାୟଗଡ଼ା ଜିଲ୍ଲାର ବହୁ ଚର୍ଚ୍ଚିତ ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟାକାଣ୍ଡ ଘଟଣାରେ ପଛରେ ଜୁଆ ଖେଳରୁ ଲୁଟ୍ ଓ ଗୋଷ୍ଠୀ ବିବାଦ ପ୍ରମୁଖ କାରଣ। ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିଭିନ୍ନ କାରଣରୁ ତିକ୍ତତା ଲାଗିରହିଥିଲା।
Ad..
ହତ୍ୟାକାଣ୍ଡ ପାଇଁ ରାୟଗଡା ସହର ସ୍ଥିତ ତେଜସ୍ୱୀ ହୋଟେଲରେ ଯୋଜନା ହୋଇଥିଲା। ଏହା ସହ ଏହି ମାମଲାରେ ଗିରଫ ସଂଖ୍ୟା ୯କୁ ବୃଦ୍ଧି ପାଇଛି ବୋଲି ରବିବାର ସାମ୍ବାଦିକ ସମ୍ମିଳନୀରେ ଏସ୍ପି ସ୍ବାଥୀ ଏସ୍ କୁମାର ସୂଚନା ଦେଇଛନ୍ତି।
Ad..
ନିଖିଲ ହତ୍ୟା ମାମଲାରେ, ରାୟଗଡା ପୁଲିସ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲା ମଦନପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ମୁଖ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ହେଲେ- ଉମେଶ ହିଆଲ, ବିଲସନ ସେମିଲି ଓରଫ ରାଜ ସିମେଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ।
ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ୱାଇ ଶ୍ୟାମ ସୁନ୍ଦର, ଭି ଲୋକେଶ କୁମାର, ବି ପବନ କୁମାର ଓ ଏସ ପ୍ରେମ କୁମାରକୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଗିରଫ କରାଯାଇଛି। ଅଭିଯୁକ୍ତ ସୁମିତ ଜୈନକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଏବଂ ରାୟଗଡାରୁ ରାଜା ହୁଇକା ଓରଫ ବରୁଣକୁ ଗିରଫ କରାଯାଇଛି।
ବିହାରରୁ ଗିରଫ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ପୁଲିସ ଆଇନ ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଇଛି । ରାୟଗଡା ଆରକ୍ଷୀ ଅଧିକ୍ଷକ ସ୍ବାଥୀ ଏସ୍ କୁମାରଙ୍କ ନେତୃତ୍ବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ପୁଲିସର ଟେକନିକାଲ ଟିମ ସହାୟତାରେ ତଦନ୍ତ ଚଳାଇଛନ୍ତି।
ଏହି ଘଟଣାରେ ପୁଲିସ ୬ଟି ଟିମ ଗଠନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ତଦନ୍ତ କରିଥିଲା । ଏ ଏସ୍ ପି ମନୋଜ ପୂଜାରୀ, ଏସ୍ଡିପିଓ ଗୌରହରୀ ସାହୁ, ରାୟଗଡା ଆଇଆଇସି ପ୍ରସନ୍ନ କୁମାର ବେହେରା, ସାଇବର ସେଲ୍ର ଇନିସପେକ୍ଟର ଅବିନାଶ ରେଡ୍ଡୀ ଓ ଅନ୍ୟ ଅଧିକାରୀମାନେ ଏହି ହତ୍ୟା ଘଟଣାର ତଦନ୍ତ କରୁଥିଲେ ବୋଲି ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଚଳିତ ମାସ ୯ ତାରିଖ ରାତିରେ ରାୟଗଡା ସହର ଇନ୍ଦିରା ନଗର ୩ୟ ଲାଇନରେ ଆମ୍ବେଦକର ସାହିର ନିଖିଲ ହାଡ଼ପାକୁ ଗୋଡାଇ ଗୋଡାଇ ହତ୍ୟା କରାଯାଇଥିଲା। ସେହିଦିନ ରାତି ପ୍ରାୟ ୧୦ଟା କିଛି ଯୁବକ ୨ଟି ଚାରି ଚକିଆ ଗାଡ଼ିରେ ନିଖିଲକୁ ପିଛା କରିଥିଲେ।
ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ନିଖିଲି ଦୌଡି ପଳେଇବାକୁ ଉଦ୍ୟମ କରିଥିଲା, କିନ୍ତୁ ଅଭିଯୁକ୍ତମାନେ ଗୁଳି ମାରି ଆହତ କରିବା ପରେ ଅପହରଣ କରିଥିଲେ । ପରେ ହତ୍ୟା କରି ନିଖିଲକୁ ସହର ସ୍ଥିତ ତୁ୍ମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ ପଠାରେ ମୃତ ଦେହକୁ ଫିଙ୍ଗି ଦେଇଥିଲେ।
ପୁଲିସ ଏହି ଘଟଣାରେ ଗୋଟିଏ ପିସ୍ତଲ, ୨ଟି ଚାରି ଚକିଆ ଯାନ, ୧୧ଟି ଫୋନ, କ୍ରେଡିଟ କାର୍ଡ ଓ ଟଙ୍କା ଜବତ କରିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରିଛି। ତେମେ ସମୁଦାୟ ୨୧ ଜଣ ସମ୍ପୃକ୍ତ ଥିବା ରାୟଗଡା ଏସ୍ ପି ସ୍ଵାଥୀ ଏସ କୁମାର ସୂଚନା ଦେଇଛନ୍ତି। ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ମଧ୍ୟ ତଦନ୍ତ ଜାରି ରହିଛି।
Edited by k.s thakur...




No comments