ବାଲେଶ୍ଵରରେ ଦାୟିତ୍ବଭାର ଗ୍ରହଣ କଲେ ନୂଆ ଅତିରିକ୍ତ ଜିଲାପାଳ... ବାଲେଶ୍ବର,୦୭/୦୫(ନି.ପ୍ର):କାର୍ଯ୍ୟରେ ଯୋଗଦେଇ ଦାୟିତ୍ବଭାର ଗ୍ରହଣ କଲେ ନୂଆ ଅତିରିକ୍ତ ଜିଲାପାଳ।ବ...
ବାଲେଶ୍ଵରରେ ଦାୟିତ୍ବଭାର ଗ୍ରହଣ କଲେ ନୂଆ ଅତିରିକ୍ତ ଜିଲାପାଳ...
ବାଲେଶ୍ବର,୦୭/୦୫(ନି.ପ୍ର):କାର୍ଯ୍ୟରେ ଯୋଗଦେଇ ଦାୟିତ୍ବଭାର ଗ୍ରହଣ କଲେ ନୂଆ ଅତିରିକ୍ତ ଜିଲାପାଳ।ବାଲେଶ୍ଵରରେ ନୂଆ ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ତପନ କୁମାର ଖୁଣ୍ଟିଆ।
Ad..
ଓଡ଼ିଶା ପ୍ରଶାସନିକ ସେବାଧିକାରୀ ତପନ କୁମାର ଖୁଣ୍ଟିଆ ବୁଧବାର ବାଲେଶ୍ଵର ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦେଇଛନ୍ତି। ସେ ପୂର୍ବରୁ ନବରଙ୍ଗପୁର ଜିଲାରେ ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ।
Ad..
ସେ ସମସ୍ତ ସରକାରୀ ଅଧିକାରୀ, ପ୍ରଶାସନିକ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ଜିଲାର ମଙ୍ଗଳ ପାଇଁ କାର୍ଯ୍ୟ କରିବେ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି।ସୂଚନା ଯୋଗ୍ୟ ପୂର୍ବରୁ କାର୍ଯ୍ୟରତ ଅତିରିକ୍ତ ଜିଲାପାଳ ସୁଧାକର ନାଏକଙ୍କ ପଦୋନ୍ନତି ହୋଇ ବଦଳି ହେବାପରେ ଅତିରିକ୍ତ ଜିଲାପାଳ ପଦବୀ ଖାଲି ଥିଲା।
Ad..
Edited by k.s thakur...





No comments