Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଟାଙ୍ଗୀ ଅଞ୍ଚଳରୁ ୫୦୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ...

ଟାଙ୍ଗୀ ଅଞ୍ଚଳରୁ ୫୦୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ... ଖୋର୍ଦ୍ଧା,୦୭/୦୫(ନି.ପ୍ର):  ଖୋର୍ଦ୍ଧା  ଜିଲ୍ଲା  ଟାଙ୍ଗୀ ଥାନା ଅଧୀନ କୁହୁଡ଼ି ବେଣିପଥର ରାସ୍ତାରେ ...

ଟାଙ୍ଗୀ ଅଞ୍ଚଳରୁ ୫୦୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ...


ଖୋର୍ଦ୍ଧା,୦୭/୦୫(ନି.ପ୍ର): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ କୁହୁଡ଼ି ବେଣିପଥର ରାସ୍ତାରେ ଚଢ଼ାଉ କରି ପୁଲିସ ୫ଶହ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ପ୍ରାୟ ୩୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି। 

Ad..


ଗତକାଲି ଏନେଇ ବାଲୁଗାଁ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶାନୁସାରେ ତାଙ୍କରି ତତ୍ତ୍ବାବଧାନରେ ଟାଙ୍ଗୀ ଥାନା ଆଇଆଇସି ଆର୍‌କେ ଭୁଜବଳ...

    Ad..


ଏଏସ୍‌ଆଇ ବସନ୍ତ ବେହେରା, କନଷ୍ଟେବଳ ପ୍ରଭଞ୍ଜନ ବେହେରା, ଓଏପିଏମ୍‌ ସନାତନ ପ୍ରଧାନଙ୍କୁ ନେଇ ଏକ ଟିମ୍‌ କୁହୁଡ଼ି ତାଳଗଡ଼ ନିକଟରେ ଛକି ରହିଥିଲେ। ବ୍ରାଉନ୍‌ସୁଗାର କାରବାର ନିମନ୍ତେ ଯୋଜନା କରାଯାଉଥିବା ବେଳେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛନ୍ତି। 

Ad..


ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ- ବାଲେଶ୍ବର ସୋରର ଅତଷୀ ରଞ୍ଜନ ମାଝି ଓରଫ ବାପୁ(୩୩), ବାଲେଶ୍ବର ନୟାବଜାରର ଏସ୍‌କେ ଅସରଫ୍‌ ଓରଫ ବିଭୂତି (୨୮), ଖୋର୍ଦ୍ଧା ଜମାଦେଈପୁରରେ ରହୁଥିବା ବୌଦ୍ଧ ବୁଟୁପାଲି-ରଞ୍ଜନପାଲିର ବାସିନ୍ଦା ଆକାଶ ସେଠୀ (୨୩)।

ସେମାନଙ୍କ ନିକଟରୁ ୫୦୦ ଗ୍ରାମ୍‌ ବ୍ରାଉନ୍‌ସୁଗାର, ଧଳାରଙ୍ଗର ଏକ ବଲେରୋ (ଓଡି ୨୨ ଟି୪୪୭୪), ତିନିଟି ମୋବାଇଲ୍‌ ଫୋନ୍‌, ୭୦ହଜାର ଟଙ୍କା ନଗଦ, ଗୋଟିଏ କେଟିଏମ୍‌ ମୋଟରସାଇକଲ୍‌ (ଓଡ଼ି ୦୧ ଜେଡ୍‌ ୯୮୨୯), ୨ଟି ସୁନା ଚେନ୍‌ ( ୮.୩୫ ଓ ୧୦ଗ୍ରାମ୍‌), କାନ ରିଂ (୨ଗ୍ରାମ୍‌), ୩ଟି କାନଫୁଲ (୯.୩୨ ଗ୍ରାମ୍‌), ନାକଫୁଲ ୨ଟି (୦.୮୪ ଗ୍ରାମ୍‌), ୨ ଲକେଟ୍‌ (୧.୮୦ ଗ୍ରାମ୍‌) ଜବତ କରାଯାଇଛି। 

ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଡିପିଏସ୍‌ର ଧାରା ୨୧ (ଖ)(୨) ସି/୨୯ରେ ୩୫୬/୨୦୨୬ ନଂରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମାମଲାର ପରବର୍ତ୍ତୀ ତଦନ୍ତ ଦାୟିତ୍ବ ଏସ୍‌ଆଇ ସୁନୀଲ କୁମାର ମୁର୍ମୁଙ୍କ ପ୍ରଦାନ କରାଯାଇଛି। 



Edited by k.s thakur...

No comments