ନବରଙ୍ଗପୁରରେ ୫୧୧.୧୨କୋଟିର ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ ଓ ଲୋକାର୍ପଣ... ନବରଙ୍ଗପୁର,୦୭/୦୫(ନି.ପ୍ର): ବୁଧବାର, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟ...
ନବରଙ୍ଗପୁରରେ ୫୧୧.୧୨କୋଟିର ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ ଓ ଲୋକାର୍ପଣ...
ନବରଙ୍ଗପୁର,୦୭/୦୫(ନି.ପ୍ର): ବୁଧବାର, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ୫୧୧.୧୨କୋଟିର ବିଭିନ୍ନ ପ୍ରକଳ୍ପର ଭୂମିପୂଜା ଓ ଲୋକାର୍ପଣ କରିଥିଲେ।
Ad..
ମୁଖ୍ୟ ଅତିଥି ପ୍ରଥମେ ଡିଆଇଇଟି ନିକଟସ୍ଥ କୋଇଗୁଡ଼ା ଠାରେ ବଣିଆ,ଚିଲିଗୁଡ଼ା ଓ ମାଲିଗୁଡ଼ା ଦେଇ ୨୦ .୭୨କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
Ad..
ଲମତାଗୁଡ଼ା ଠାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପଞ୍ଚାୟତ ସହାୟତା ଓ ବ୍ୟାଙ୍କିଙ୍ଗ ସେବା କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଫଟାଗୁଡା ଠାରେ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ଵାରା ଫଟାଗୁଡା ଠାରୁ ପଣସଡୁକା ପର୍ଯ୍ୟନ୍ତ ୩୭କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ରାସ୍ତାର ଶିଳାନ୍ୟାସ କରିବା ସହ ଦେଓପାଲି ଡ୍ୟାମ ପରିଦର୍ଶନ କରିଥିଲେ।
Ad..
ତେନ୍ତୁଳିଖୁଣ୍ଟି ବ୍ଲକର ଲମତାଗୁଡ଼ା ଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ସେତୁବନ୍ଧ ଯୋଜନା,ପାନୀୟ ଜଳ ଯୋଗାଣ ପ୍ରକଳ୍ପ,ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି।
ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ୨୨ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୧୪୯.୩୯କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ୧୦୦ଟି ଗ୍ରାମର ୩୮୬୦୯ଗୋଟି ପରିବାରଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ।
ମୁଖ୍ୟଅତିଥି ଜିଲ୍ଲା ଗ୍ରାମ୍ୟଉନ୍ନୟନ ବିଭାଗ ଭାଗ୧ ଓ ୨ର ୨୬୭.୨୭କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ୩୨ଗୋଟି ରାସ୍ତା ଓ ୪ଗୋଟି ସେତୁବନ୍ଧର ଶିଳାନ୍ୟାସ ଦେଇଥିଲେ।ପଞ୍ଚାୟତିରାଜ ବିଭାଗର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ୨୯. ୧୧କୋଟି ଟଙ୍କା ବ୍ୟୟରେ ୭୧୮ଗୋଟି ପ୍ରକଳ୍ପର ଶିଳାନ୍ୟାସ ମନ୍ତ୍ରୀ କରିଥିଲେ।
ରାଇଘର ପଞ୍ଚାୟତ ସମିତିରେ ଜଳ ଜୀବନ ଅନ୍ତର୍ଗତ ୨ଟି ପ୍ରକଳ୍ପ ୭.୫୩ କୋଟି ଟଙ୍କା ବ୍ୟୟରେ ଛତାବେଡା ଓ ଦେଓଭରାଣ୍ଡି ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ସାଂସଦ ଇଂ ବଳଭଦ୍ର ମାଝୀ, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବାସନ୍ତୀ ମାଝୀ, ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା...
ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷ ନୀଳାଦ୍ରି ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋୟୀ , ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ମୁଖ୍ୟଯନ୍ତ୍ରୀ ରତ୍ନାକର ସିଆଲ, ନିର୍ବାହୀ ଯନ୍ତ୍ରୀ ଇଂ ପ୍ରତୀକ ରାଉତ ଉପସ୍ଥିତ ଥିଲେ।
ଲମତାଗୁଡା ସଭାରେ ମନ୍ତ୍ରୀ ଯୋଗ ଦେଇ ସବୁ କ୍ଷେତ୍ରରେ ରାଜ୍ୟସରକାର ନବରଙ୍ଗପୁର ଜିଲ୍ଲାକୁ ଆଦର୍ଶ ଜିଲ୍ଲା ଭାବେ ଗଠନ କରିବା ଲକ୍ଷ୍ୟ ରହିଛି ବୋଲି କହିଥିଲେ। ଏହି ଅବସରରେ ଅନ୍ତୋଦୟ ଗୃହ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ମନ୍ତ୍ରୀ ବିତରଣ କରିଥିଲେ।
ନବରଙ୍ଗପୁର ବିଡିଓ ସୁନିଲ ଖରା, ନନ୍ଦାହାଣ୍ଡି ବିଡିଓ କ୍ଷୀରୋଧ ଚନ୍ଦ୍ର ସାହୁ, ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ, ଡିପିଓ ପଦ୍ମନାଭ ତ୍ରିପାଠୀ, ଡିଆଇପିଆରଓ ମନୋଜ ବେହେରା, ଏସଡିପିଆରଓ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
Edited by k.s thakur...





No comments