ରାଜ୍ୟରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର... ଭୁବନେଶ୍ଵର,୦୮/୦୫(ନି.ପ୍ର) : ରାଜ୍ୟ ଭିତରେ ଓ ବାହାରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ...
ରାଜ୍ୟରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର...
ଭୁବନେଶ୍ଵର,୦୮/୦୫(ନି.ପ୍ର) : ରାଜ୍ୟ ଭିତରେ ଓ ବାହାରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିକୁ ସରକାର ନିଜ ଅଧୀନକୁ ନେବେ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି।
Ad..
ବୈଠକରେ ସୂଚନା ଦିଆଯାଇଛି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟରେ ପାଖାପାଖି ୩୬ ହଜାର ଏକର ଜମି ରହିଛି। ଏଥିରୁ ୨୫ରୁ ୨୬% ଜମି ବର୍ତମାନ ବେଆଇନ ଦଖଲରେ ରହିଛି।
Ad..
ଏହି ଜମିଗୁଡ଼ିକୁ ଚିହ୍ନଟ କରି ଉଦ୍ଧାର କରାଯିବ।ଆଇନ ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଲମ୍ବା ସମୟ ଧରି ଜଗନ୍ନାଥ ଜମିରେ ବସବାସ କରୁଛନ୍ତି, ସେମାନଙ୍କୁ ଉଚିତ୍ ପ୍ରକ୍ରିୟାରେ ଜମି ସେଟଲମେଣ୍ଟରେ ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରାଯିବ।
Ad..
Edited by k.s thakur...





No comments