Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ସେକ୍ସ ର‌୍ୟାକେଟ୍‌ ଠାବ : ବୃଦ୍ଧ ଘରେ ଚଳାଇଥିଲେ ଦେହ ବେପାର, ୨ ଦେହଜୀବୀ ଉଦ୍ଧାର...

ସେକ୍ସ ର‌୍ୟାକେଟ୍‌ ଠାବ : ବୃଦ୍ଧ ଘରେ ଚଳାଇଥିଲେ ଦେହ ବେପାର, ୨ ଦେହଜୀବୀ ଉଦ୍ଧାର... ଅନୁଗୁଳ,୦୮/୦୫(ନି.ପ୍ର): ଅନୁଗୁଳ ସହରର ସୌଭାଗ୍ୟନଗରର ଏକ ଘରେ ସେକ୍ସ ରାକେଟ୍ ଠ...

ସେକ୍ସ ର‌୍ୟାକେଟ୍‌ ଠାବ : ବୃଦ୍ଧ ଘରେ ଚଳାଇଥିଲେ ଦେହ ବେପାର, ୨ ଦେହଜୀବୀ ଉଦ୍ଧାର...


ଅନୁଗୁଳ,୦୮/୦୫(ନି.ପ୍ର): ଅନୁଗୁଳ ସହରର ସୌଭାଗ୍ୟନଗରର ଏକ ଘରେ ସେକ୍ସ ରାକେଟ୍ ଠାବ ହୋଇଛି। ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଚଳାଇଥିଲେ ଏ ଅନୈତିକ କାରବାର। 

Ad..


ପୁଲିସ୍ ବୁଧବାର ଚଢ଼ଉ କରି ବୃଦ୍ଧଙ୍କୁ କାବୁ କରିବା ସହିତ ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି। ପୁଲିସ୍ ସେମାନଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି। ସେକ୍ସ ରାକେଟ୍ ଚଳାଇଥିବା ବୃଦ୍ଧ ଘରେ ଏକୁଟିଆ ରୁହନ୍ତି। ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ବାହାରେ ରହୁଛନ୍ତି। 

    Ad..


ସେ ଦୀର୍ଘବର୍ଷ ହେଲା ନିଜ ଘରକୁ ରୂପଜୀବୀମାନଙ୍କୁ ଡକାଇ ସେକ୍ସ ରାକେଟ୍ ଚଳାଇଥିଲେ । ପୁଲିସ୍ ଚଢ଼ଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।ପ୍ରକାଶ ଯେ, ଗତ ମାସକ ମଧ୍ୟରେ ଟାଉନ୍ ଥାନା ପୁଲିସ୍ ଦ୍ୱିତୀୟ ଥର ପାଇଁ ସେକ୍ସ ରାକେଟ୍ ଠାବ କରିଛି। 

Ad..


ଗତମାସ ୯ ତାରିଖରେ ଟାଉନ୍ ଥାନା ପୁଲିସ୍ ସହର ଉପକଣ୍ଠ ତୁରଙ୍ଗ ଠାରେ ଏକ ଲଜ୍ରେ ଚାଲିଥିବା ସେକ୍ସ ରାକେଟ୍‌ର ପୁଲିସ୍ ପର୍ଦ୍ଦାଫାଶ କରିଥିଲା। ଏହି ଘଟଣାରେ ପୁଲିସ୍ ଲଜ୍ ମାଲିକ, ମ୍ୟାନେଜର ସମେତ ୨ ଗ୍ରାହକଙ୍କୁ ଗିରଫ କରିବା ସହିତ ୪ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା।



Edited by k.s thakur...

No comments