ପାଟଣାଗଡ଼ ବ୍ଲକ୍ ଅଫିସରେ ଅଭାବନୀୟ ଘଟଣା,ଟେବୁଲରୁ ଫାଇଲ୍ ନେଇ ଚିରିଦେଲେ ଚେୟାରମ୍ୟାନ୍... ପାଟଣାଗଡ଼,୦୮/୦୫(ନି.ପ୍ର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅଫିସ ...
ପାଟଣାଗଡ଼ ବ୍ଲକ୍ ଅଫିସରେ ଅଭାବନୀୟ ଘଟଣା,ଟେବୁଲରୁ ଫାଇଲ୍ ନେଇ ଚିରିଦେଲେ ଚେୟାରମ୍ୟାନ୍...
ପାଟଣାଗଡ଼,୦୮/୦୫(ନି.ପ୍ର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅଫିସ ଭିତରେ ଫାଇଲ ଚିରିଦେଲେ ଚେୟାରମ୍ୟାନ।ମୁଖ୍ୟକିରାଣୀଙ୍କ ଅଫିସ ରୁମ୍ ଟେବୁଲ ଉପରେ ଥିବା ରାସ୍ତା କାମର ଫାଇଲକୁ ଚିରିଦେଇଛନ୍ତି ବ୍ଲକ ଚେୟାରମେନ ନୀଳକାନ୍ତ ବାଗ।
Ad..
ଚେୟାରମ୍ୟାନ ଫାଇଲ୍ କାଗଜ ପତ୍ର ଚିରି ଦେଉଥିବା ପୁରା ଭିଡ଼ିଓ ସିସିଟିଭିରେ କଏଦ ହୋଇଛି ।ଅଫିସ୍ ଭିତରେ ଫାଇଲ ଚିରିବା ନେଇ ବ୍ଲକ ଅଧିକାରୀ ଖବର ପାଇବା ଅଭିଯୋଗ ନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଡିଓ ସୁମନ ମିଞ୍ଜ ।
Ad..
ବିଡ଼ିଓଙ୍କ ଅଭିଯୋଗକୁ ଭିତ୍ତି କରି ପାଟଣାଗଡ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।ସୂଚନା ଅନୁଯାୟୀ ମଲ୍ଲିକମୁଣ୍ଡାରୁ ଧାତୁକ ରାସ୍ତା ତିଆରି ହୋଇଥିବା କାମର ଫାଇନାଲ ବିଲ୍ କରିବା ପାଇଁ ମୁଖ୍ୟକିରାଣୀଙ୍କ ଟେବୁଲ୍ ନିକଟରେ ଲାଗିଥିଲା ଫାଇଲ୍।
Ad..
ଚେୟାରମ୍ୟାନ ଏହା ଜାଣିବା ପରେ ମୁଖ୍ୟ କିରାଣୀଙ୍କ ଅଫିସ ଭିତରକୁ ପଶି ଆସି ଫାଇଲରେ ଥିବା କାଗଜପତ୍ରକୁ ଚିରିଦେଇଥିବା ବେଳେ ଠିକା କାମ ଭାଗବଣ୍ଟାକୁ ନେଇ ଏପରି ଘଟଣା ଘଟିଥିବା ବ୍ଲକ ଅଫିସରେ ଏବେ ଚର୍ଚ୍ଚା ହେଉଛି।
Edited by k.s thakur...





No comments