Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

୯ ରାଜ୍ୟର ପ୍ରତିନିଧିଙ୍କୁ ନେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ସମୀକ୍ଷା...

୯ ରାଜ୍ୟର ପ୍ରତିନିଧିଙ୍କୁ ନେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ସମୀକ୍ଷା... ଭୁବନେଶ୍ୱର,୦୮/୦୫(ନି.ପ୍ର):  ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍...

୯ ରାଜ୍ୟର ପ୍ରତିନିଧିଙ୍କୁ ନେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ସମୀକ୍ଷା...


ଭୁବନେଶ୍ୱର,୦୮/୦୫(ନି.ପ୍ର): ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସୱାଇ) ପ୍ରସଙ୍ଗରେ ଦୁଇ ଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଗୁରୁବାର ଭୁବନେଶ୍ୱର ଠାରେ ଆରମ୍ଭ ହୋଇଯାଇଛି।

        Ad..


ୱେଲକମ୍ ହୋଟେଲରେ ଚାଲିଥିବା ଏହି ବୈଠକର ଆଜିର କାର୍ଯ୍ୟକ୍ରମରେ, ଓଡ଼ିଶା ସହିତ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା ଓ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି।

    Ad..


ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଜାତୀୟ ଗ୍ରାମୀଣ ଭିତ୍ତିଭୂମି ବିକାଶ ସଂସ୍ଥା (ଏନ୍‌ଆର୍‌ଆଇଡିଏ) ଓ ବିଭିନ୍ନ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସଂସ୍ଥାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

Ad..


ବୈଠକରେ ବରିଷ୍ଠ ଅଧିକାରୀମାନେ ଯୋଜନାର ଅଗ୍ରଗତି ଓ କାର୍ଯ୍ୟନ୍ବୟନ ସମ୍ପର୍କରେ ଆଲୋଚନା କରି କହିଛନ୍ତି, ପିଏମଜିଏସୱାଇର ଗୁରୁତ୍ୱ କେବଳ ସଡକ ନିର୍ମାଣରେ ସୀମିତ ନ ରହି, ନିର୍ମାଣ କାର୍ଯ୍ୟର ଗୁଣବତ୍ତା ବୃଦ୍ଧି ଓ ସଠିକ ରକ୍ଷଣାବେକ୍ଷଣା ଉପରେ ମଧ୍ୟ କେନ୍ଦ୍ରିତ ହୋଇଛି। 

ପୂର୍ବ ପର୍ଯ୍ୟାୟଗୁଡିକର ଅପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସମାପ୍ତ କରିବା ସହିତ ପିଏମଜିଏସୱାଇ-୪ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଉଛି। ସୂଚନାଯୋଗ୍ୟ ଯେ ପୂର୍ବ ତିନି ପର୍ଯ୍ୟାୟରେ ଓଡ଼ିଶା ୯୯.୬୩ ପ୍ରତିଶତ କାର୍ଯ୍ୟ ସମାପ୍ତ କରିଥିବା ବେଳେ,ପିଏମଜିଏସୱାଇ-୪ର ପ୍ରଥମ ବ୍ୟାଚରେ ୮୨୭ଟି ସଡକ (୧,୭୦୧.୮ କି.ମି.) ଅନୁମୋଦିତ ହୋଇଛି। 

ପାହାଡ଼ିଆ ଅଞ୍ଚଳ, ଅଧିକ ବର୍ଷା ଓ ବିକୀର୍ଣ୍ଣ ବସତି ଭଳି ଏହି ଅଞ୍ଚଳର ରାଜ୍ୟମାନଙ୍କ ଅନନ୍ୟ ସମସ୍ୟା ଗୁଡିକୁ ଏହି ବୈଠକରେ ଉଲ୍ଲେଖ କରାଯାଇଛି।ଦ୍ୱିତୀୟ ଦିନରେ ଗୁଣମାନ ସୁଧାର, ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର, ଅର୍ଥ ପରିଚାଳନା ଓ ସଡକ ରକ୍ଷାଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ। 

ଏହି ବୈଠକ ମାଧ୍ୟମରେ ରାଜ୍ୟମାନଙ୍କ ମଧ୍ୟରେ ଅନୁଭବ ବିନିମୟ ହେବା ସହିତ ବ୍ୟବହାରିକ ସମାଧାନ ଚିହ୍ନଟ କରାଯାଇ, ଭାରତରେ ଗ୍ରାମୀଣ ସଡକ ବିକାଶକୁ ଆହୁରି ଦ୍ରୁତ, ଉନ୍ନତ ଓ ଦୀର୍ଘସ୍ଥାୟୀ କରିବାର ଲକ୍ଷ୍ୟ ରହିଛି।



Edited by k.s thakur...

No comments