Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

କାନାଡା ହାଇକମିଶନର ଏବଂ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଙ୍କ ସାକ୍ଷାତ...

କାନାଡା ହାଇକମିଶନର ଏବଂ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଙ୍କ ସାକ୍ଷାତ... ଭୁବନେଶ୍ୱର,୦୮/୦୫(ନି.ପ୍ର):  କାନାଡାର ହାଇକମିଶନର କ୍ରିଷ୍ଟୋଫର କୁଟର ନିଜ ପତ୍ନ...

କାନାଡା ହାଇକମିଶନର ଏବଂ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଙ୍କ ସାକ୍ଷାତ...


ଭୁବନେଶ୍ୱର,୦୮/୦୫(ନି.ପ୍ର): କାନାଡାର ହାଇକମିଶନର କ୍ରିଷ୍ଟୋଫର କୁଟର ନିଜ ପତ୍ନୀଙ୍କ ସହ ଗୁରୁବାର (୭ ମଇ) ଲୋକସେବା ଭବନଠାରେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। 

Ad..


ବୈଠକରେ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ନିମନ୍ତେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ସିଏମଡ଼ି ଓପିଟିସିଏଲ୍ ଭାସ୍କର ଜ୍ୟୋତି ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

    Ad..


ଏହି ଆଲୋଚନାରେ ଭାରତ ବିଶେଷତଃ ଓଡ଼ିଶା ଓ କାନାଡା ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସଦୃଢ଼ କରିବା ପାଇଁ ବିଭିନ୍ନ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ କୃଷି-ରପ୍ତାନି, ବୈଷୟିକ ସହଯୋଗ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ଅନ୍ତର୍ଭୁକ୍ତ। 

Ad..


ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଖଣିଜ ଉତ୍ପାଦନ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଦେଶର ମୋଟ କ୍ରୋମାଇଟ୍ ଭଣ୍ଡାରର ୯୨% ଓଡ଼ିଶାରେ ରହିଛି ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଚୁର ପରିମାଣରେ 'ବିରଳ ମୃତ୍ତିକା' ଖଣିଜ ସମ୍ପଦ ରହିଛି। 

ବିଶେଷ କରି ଖଣି ଏବଂ ମୂଲ୍ୟଯୁକ୍ତ ଶିଳ୍ପରେ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶର ସମ୍ଭାବନା ଉପରେ ବିସ୍ତୃତ ଭାବେ ଆଲୋଚନା ମଧ୍ୟ କରାଯାଇଥିଲା। 

କାନାଡା ପ୍ରତିନିଧି ଦଳ ଓଡ଼ିଶାର ଅଟୋମୋବାଇଲ୍ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଉଭୟ ପକ୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ଏବଂ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ପାଇଁ ବୈଷୟିକ ଭାଗିଦାରୀର ସୁଯୋଗ ନେବା ସମ୍ପର୍କରେ ଆଲୋଚନା କରିଥିଲେ।



Edited by k.s thakur...

No comments