Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଗଜପତିରୁ ୨୧ ମେଟ୍ରିକ ଟନ୍‌ ଗଞ୍ଜେଇ ଜବତ...

ଗଜପତିରୁ ୨୧  ମେଟ୍ରିକ ଟନ୍‌ ଗଞ୍ଜେଇ ଜବତ... କଟକ,୦୮/୦୫(ନି.ପ୍ର):  ଓଡ଼ିଶା ପୁଲିସର ଚାଲିଥିବା ’ନିଶା ମୁକ୍ତ ଓଡ଼ିଶା’ ଅଭିଯାନରେ ବିଭିନ୍ନ ଜିଲ୍ଲାରେ ଚାଲିଥିବା ଗୁଇନ୍...

ଗଜପତିରୁ ୨୧  ମେଟ୍ରିକ ଟନ୍‌ ଗଞ୍ଜେଇ ଜବତ...


କଟକ,୦୮/୦୫(ନି.ପ୍ର): ଓଡ଼ିଶା ପୁଲିସର ଚାଲିଥିବା ’ନିଶା ମୁକ୍ତ ଓଡ଼ିଶା’ ଅଭିଯାନରେ ବିଭିନ୍ନ ଜିଲ୍ଲାରେ ଚାଲିଥିବା ଗୁଇନ୍ଦା ଭିତ୍ତିକ ସ୍ୱତନ୍ତ୍ର ଚଢ଼ାଉରେ ବିପୁଳ ପରିମାଣର ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି। 

Ad..


ବିଶେଷକରି ଗଜପତିରୁ ୨୧ ମେଟ୍ରିକ୍‌ ଟନ୍‌, ବରଗଡ଼ରେ ୧୯୧୪ କେଜି ଓ ସୁବର୍ଣ୍ଣପୁରରେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି।ଗଜପତି ଜିଲ୍ଲାର ଆର୍‌. ଉଦୟଗିରି ଓ ଅଡବା ଥାନା ପୋଲିସ ପକ୍ଷରୁ ବିଗତ କିଛି ଦିନ  ମଧ୍ୟରେ କିରାମା, ସମ୍ବଲପୁର, କେଶରୀଗୁଡା ଓ ରାଇପଙ୍କା ଗ୍ରାମପଞ୍ଚାୟତ ଅଞ୍ଚଳରେ  ମୋଟ  ୨୧ ଟି ଚଢ଼ାଉ କରାଯାଇ ପ୍ରାୟ ୨୧  ମେଟ୍ରିକ  ଟନ ଗଞ୍ଜେଇ ଜବତ କରାଯାଇଛି। 

    Ad..


ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୧  କୋଟି ଟଙ୍କା ହେବ । ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧୦ରୁ ୧୨ ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି। ସେଥିସହ ଅପରାଧରେ ବ୍ୟବହୃତ ୩ଟି ଯାନବାହନ ମଧ୍ୟ ଜବତ କରାଯାଇଛି।

Ad..


ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ଅଞ୍ଚଳରେ ଚାଲିଥିବା ନିଶାଦ୍ରବ୍ୟ ଓ ଅବୈଧ ମଦ ବିରୋଧୀ ଅଭିଯାନରେ ମଧ୍ୟ ବଡ଼ ସଫଳତା ମିଳିଛି। ଗୁଜା ଗ୍ରାମରେ ବେଆଇନ ଗଞ୍ଜେଇ ଓ ଦେଶୀ ମହୁଲି ମଦ କାରବାର ସମ୍ପର୍କରେ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା। 

ଅଭିଯାନ ସମୟରେ ମୋଟ ୧ କ୍ୱିଣ୍ଟାଲ ୫୮ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ସରକାରୀ ମୂଲ୍ୟାଙ୍କନ ଅନୁଯାୟୀ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ୮୫ ହଜାର ଟଙ୍କା। ଏହାସହ ୨୦୦ ଲିଟର ଦେଶୀ ରନ୍ଧା ମହୁଲି  ମଦ ଜବତ କରାଯାଇଥିବା ବେଳେ ପ୍ରାୟ ୫୦୦୦ ଲିଟର ମହୁଲି  ପୋଚ ନଷ୍ଟ କରାଯାଇଛି।

ବରଗଡ଼ ଜିଲ୍ଲାର ଝାରବନ୍ଧ ଥାନା ପୁଲିସ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ବଡ଼ ସଫଳତା ହାସଲ କରିଛି। ଗତ ୫ ତାରିଖ ରାତିରେ ପାଇକମାଲ ଥାନା କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ କରୁଥିବା ସମୟରେ ଝାରବନ୍ଧ ଅଞ୍ଚଳରେ ଏକ ଟ୍ରକ ତଲାସି କରି ୧୯୧୪ କେଜି ଗଞ୍ଜେଇ ଜବତ କରିଥିଲେ। 

ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ  ଅଧିକ ତଦନ୍ତ ଜାରି ରହିଛି। ସେଥିସହ ଅପରାଧରେ ବ୍ୟବହୃତ ୩ଟି ଯାନବାହନ ମଧ୍ୟ ଜବତ କରାଯାଇଛି।



Edited by k.s thakur...

No comments