ସ୍ତ୍ରୀକୁ ହତ୍ୟା ପାଇଁ ଶଳାକୁ ଅପହରଣ... ଜଗତସିଂହପୁର,୦୯/୦୫(ନି.ପ୍ର) : ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଲାଗି ରହିଥିବା କଳହ ଉଗ୍ରରୂପ ନେଇଥିଲା। ସ୍ତ୍ରୀଙ୍କୁ ସବୁଦିନ ପ...
ସ୍ତ୍ରୀକୁ ହତ୍ୟା ପାଇଁ ଶଳାକୁ ଅପହରଣ...
ଜଗତସିଂହପୁର,୦୯/୦୫(ନି.ପ୍ର): ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଲାଗି ରହିଥିବା କଳହ ଉଗ୍ରରୂପ ନେଇଥିଲା। ସ୍ତ୍ରୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ସ୍ବାମୀ। ଏଥିପାଇଁ ଶଳାକୁ ଅପହରଣ କରି ମୁଣ୍ଡଜାମିନ ରଖିବା ସହ ସ୍ତ୍ରୀକୁ ଡକାଇଥିଲେ।
Ad..
ପେଟ୍ରୋଲ ଢାଳି ଜାଳିଦେବାକୁ ଧମକ ଦେଇଥିଲେ। କିନ୍ତୁ ସ୍ତ୍ରୀ ଉପସ୍ଥିତ ବୁଦ୍ଧି ଖଟାଇ ପୁଲିସକୁ ଖବର ଦେବାରୁ ତାଙ୍କ ଭାଇଙ୍କ ଜୀବନ ବଞ୍ଚି ଯାଇଥିଲା। ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ସମେତ ୪ ଜଣଙ୍କୁ ଗିରଫ କରିଛି।
Ad..
ସେମାନେ ହେଲେ ନାଉଗାଁ ପାଳପୋଖରୀ ଅଞ୍ଚଳର ସମୀର କୁମାର ମୁଦୁଲି (୩୮), ଜାମୁଗାଁ ଅଞ୍ଚଳର ଆଲୋକ କୁମାର ନାୟକ (୩୪), ଜାମୁଦଣ୍ଡାର ସତ୍ୟବ୍ରତ ଦାସ (୧୮) ଓ କାନୁନଗୋ ସାହିର ସୂର୍ଯ୍ୟକାନ୍ତ ସେନାପତି (୩୦)।
Ad..
ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ସମୀରର ପତ୍ନୀ ହେଉଛନ୍ତି ପୁରୀ ଅସ୍ତରଙ୍ଗ ଅଞ୍ଚଳର ମୋନାଲିସା ମୁଦୁଲି। ୨୦୦୮ ଜୁନ୍ ୨୫ରେ ସେମାନଙ୍କର ବିବାହ ହୋଇଥିଲା।
Ad..
ଉଭୟଙ୍କର ୧୬ ବର୍ଷର ପୁଅଟିଏ ମଧ୍ୟ ରହିଛି। ନାଉଗାଁରେ ସମୀରର ଜଗନ୍ନାଥ ବେକରୀ ନାମରେ ଏକ ଦୋକାନ ରହିଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା। ବିଭିନ୍ନ ସମୟରେ ସେମାନଙ୍କ ଭିତରେ ଝଗଡ଼ା, ମାରପିଟ ହୁଏ।
୨୦୨୪ରେ ସମୀର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତ ଏପ୍ରିଲ ୨୦ରେ ସମୀର ପତ୍ନୀ ମୋନାଲିସାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। କିନ୍ତୁ ଏ ନେଇ କୌଣସି ଅଭିଯୋଗ କରି ନଥିଲେ ମୋନାଲିସା। ୨୧ ତାରିଖରେ ମୋନାଲିସା ପୁଅକୁ ନେଇ ବାପଘରକୁ ଚାଲି ଯାଇଥିଲେ।
Edited by k.s thakur...






No comments