ରଥଯାତ୍ରା ସମନ୍ବୟ ବୈଠକ : ବିଶୃଙ୍ଖଳାରେ ଆରମ୍ଭ, ସମାପନ... ପୁରୀ,୦୯/୦୫(ନି.ପ୍ର) : ପ୍ରଥମ ରଥଯାତ୍ରା ସମନ୍ବୟ ବୈଠକ ବିଶୃଙ୍ଖଳାରେ ଆରମ୍ଭ ହୋଇ ବିଶୃଙ୍ଖଳାରେ ଶେ...
ରଥଯାତ୍ରା ସମନ୍ବୟ ବୈଠକ : ବିଶୃଙ୍ଖଳାରେ ଆରମ୍ଭ, ସମାପନ...
ପୁରୀ,୦୯/୦୫(ନି.ପ୍ର): ପ୍ରଥମ ରଥଯାତ୍ରା ସମନ୍ବୟ ବୈଠକ ବିଶୃଙ୍ଖଳାରେ ଆରମ୍ଭ ହୋଇ ବିଶୃଙ୍ଖଳାରେ ଶେଷ ହୋଇଛି। ପୌର ସଦନରେ କେନ୍ଦ୍ରାଞ୍ଚଳ ଆର୍ଡିସି ସୁଧାଂଶୁ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସେବାୟତ-ସାମ୍ବାଦିକ ମୁହାଁମୁହିଁ ହେବାରୁ ଆଲୋଚନା ବାଧାପ୍ରାପ୍ତ ହୋଇଥିଲା।
Ad..
ବିଦ୍ୟୁତ୍, ସ୍ବାସ୍ଥ୍ୟସେବା, ରେଳବାଇ ଓ ଆଇନଶୃଙ୍ଖଳାକୁ ନେଇ ପ୍ରବଳ ହୋହଲ୍ଲା ହୋଇଥିଲା। ଅଧିକାରୀମାନେ ବର୍ଷବର୍ଷ ଧରି ସମାନ ପ୍ରକାରର ଉତ୍ତର ଓ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ସ୍ଥିତିରେ ଉନ୍ନତି ଆସୁନାହିଁ।
Ad..
ଏଣୁ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ସେବାୟତ,ସାମ୍ବାଦିକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ଘେରିଥିଲେ। ନଳା ସଫା ହେଉ ନଥିବା ଓ ଆବର୍ଜନାକୁ ନେଇ ପ୍ରଶ୍ନ ଉଠିଥିଲା। ବଡ଼ଦାଣ୍ଡ ଉଭୟ ପାର୍ଶ୍ବ ନଳାର ଅନେକ ଜାଗାରେ ଲୋକମାନେ କଂକ୍ରିଟ୍ କରିଦେଇଥିବାରୁ ନଳା ସଫା ହୋଇ ପାରୁନି।
Ad..
ଏଣୁ ପ୍ରତ୍ୟେକ ବର୍ଷ ରଥଯାତ୍ରାରେ ବର୍ଷା ହେଲେ ବଡ଼ଦାଣ୍ଡ ଭାସୁଛି। କୌଣସି ବଡ଼ବଡ଼ିଆ କିମ୍ବା ରାଜନୈତିକ ଚାପରେ ନ ପଡ଼ି ଏହି କଂକ୍ରିଟ୍କୁ ଭାଙ୍ଗିବା ଲାଗି ପରାମର୍ଶ ଦିଆଯାଇଥିଲା।ଚଳିତମାସ ଶେଷ ସୁଦ୍ଧା ଡ୍ରେନ୍ ସଫା ଶେଷ ହେବ ବୋଲି ପିଏମ୍ସି କମିସନର ସ୍ନେହା ଅରୁଗୁଳା କହିଥିଲେ।
Ad..
ଗତବର୍ଷ ହୋଇଥିବା ବିଶୃଙ୍ଖଳାକୁ ଏଥର କିଭଳି ଏଡ଼ାଇ ଦିଆଯାଇ ପାରିବ ସେ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ପ୍ରାଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ପାରସ୍ପରିକ ସମନ୍ୱୟରେ ରଥଯାତ୍ରାକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରି ହେବ ବୋଲି ରାଜସ୍ବ ଆୟୁକ୍ତ କହିଥିଲେ।
ବୈଠକରେ ପୁରୀ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର ଓ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ଯୋଗ ଦେଇଥିଲେ। ସ୍ବାଗତ ଅଭିଭାଷଣରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରଥଯାତ୍ରା ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ଶୌଚାଳୟ ଅଭାବରୁ ଭକ୍ତମାନେ ହଇରାଣ ହେଉଥିବା ପ୍ରସଙ୍ଗ ଉଠିଥିଲା। ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି ରଥକାଠ ବାବଦରେ ସୂଚନା ଦେଇଥିଲେ।କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସତ୍ୟଜିତ ନାୟକ, ଦେବୋତ୍ତର କମିସନର ସତ୍ୟସୁନ୍ଦର ଷଡ଼ଙ୍ଗୀ, ଏସ୍ପି ପ୍ରତୀକ ସିଂ, ପଞ୍ଚାୟତରାଜ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ...
ଯୋଗାଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା.ମହେଶ ମୋହନ ପଣ୍ଡା, ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଡା. ନୀଳକଣ୍ଠ ମିଶ୍ର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ପୁଷ୍ପିତା ମହାନ୍ତି, ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ଶିବବ୍ରତ ତରାଇ, ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ବିନୟ କୁମାର ଦାଶ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ।
Edited by k.s thakur...






No comments