ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍ କୋର୍ଟ ଅମିନ ... କଣ୍ଟାବାଞ୍ଜି,୦୬/୦୫(ନି.ପ୍ର): ଜମି ବିଭାଜନ ଓ ଅଲଗା ଆର୍ଓଆର୍ (ପଟ୍ଟା) ପ୍ରଦାନ କରିବା ନିମନ୍ତେ ...
ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍ କୋର୍ଟ ଅମିନ...
କଣ୍ଟାବାଞ୍ଜି,୦୬/୦୫(ନି.ପ୍ର): ଜମି ବିଭାଜନ ଓ ଅଲଗା ଆର୍ଓଆର୍ (ପଟ୍ଟା) ପ୍ରଦାନ କରିବା ନିମନ୍ତେ ହିତାଧିକାରୀଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଇ ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ତହସିଲର କୋର୍ଟ ଅମିନ ନିର୍ମଳେନ୍ଦୁ କବି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ହାତରେ ଧରାପଡ଼ିଛନ୍ତି।
Ad..
ଭିଜିଲାନ୍ସ ଠାରୁ ମିଳିଥିବା ସୂଚନାନୁସାରେ, ଆବେଦନକାରୀ (ଅଭିଯୋଗକାରୀ) ଜମିର ବିଭାଜନ ନିମନ୍ତେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ଏଥିପାଇଁ ପ୍ରତ୍ୟେକ ଆବେଦନକାରୀଙ୍କ ଠାରେ ଜମିର ସ୍କେଚ୍ ନକ୍ସା ରହିବା ଜରୁରି ଅଟେ।
Ad..
ଏଣୁ ଆବେଦନକାରୀ ଉକ୍ତ ଅମିନଙ୍କୁ ଭେଟିଥିଲେ। ମ୍ୟାପ୍ ପ୍ରସ୍ତୁତ କରିବାକୁ ଆବେଦନ କରିଥିଲେ। ଏଥିପାଇଁ ଉକ୍ତ କୋର୍ଟ ଅମିନ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଆବେଦନକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
Ad..
ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ ଟିମ୍ ଛକି ବସି ଆବେଦନକାରୀଙ୍କ ଠାରୁ ମାଗିଥିବା ଲାଞ୍ଚଟଙ୍କା ନେବା ବେଳେ ରଙ୍ଗେହାତ ଧରିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ମଇ ୪ରେ ପିସିଆଇନ, ୨୦୧୮ର ଧାରା ୭ରେ ଏକ ମାମଲା ରୁଜୁ କରିଥିଲା।
ଏହା ପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଆଶଙ୍କାରେ ବଲଙ୍ଗାରୀ ଜିଲ୍ଲା କଣ୍ଟାବାଞ୍ଜି ଠାରେ ଥିବା ଭଡ଼ାଘର, କଟକ ଜଗତପୁରର ତରୋଲା ପୈତୃକ ବାସଭବନ, ଯାଜପୁର ବରୀ ବାଲିଆପାଳ ଠାରେ ଥିବା ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଯାଞ୍ଚ ଆରମ୍ଭ କରିଛି।
ଅଭିଯୁକ୍ତ କୋର୍ଟ ଅମିନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଏହା ପୂର୍ବରୁ ୮ ଫେବ୍ରୁଆରି ୨୦୨୪ରେ ଉକ୍ତ କୋର୍ଟ ଅମିନ ବଲାଙ୍ଗୀର ସଇଁତଳା ତହସିଲରେ କାମ କରିବା ବେଳେ ୮ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ।
Edited by k.s thakur...





No comments