Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ସହ ଜାତିସଂଘର ଆବାସିକ ସଂଯୋଜକଙ୍କ ସାକ୍ଷାତ...

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ସହ ଜାତିସଂଘର ଆବାସିକ ସଂଯୋଜକଙ୍କ ସାକ୍ଷାତ... ଭୁବନେଶ୍ୱର,୦୬/୦୫(ନି.ପ୍ର):    ଭାରତରେ ଜାତିସଂଘର ଆବାସିକ ସଂଯୋଜକ ମ...

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ସହ ଜାତିସଂଘର ଆବାସିକ ସଂଯୋଜକଙ୍କ ସାକ୍ଷାତ...


ଭୁବନେଶ୍ୱର,୦୬/୦୫(ନି.ପ୍ର):  ଭାରତରେ ଜାତିସଂଘର ଆବାସିକ ସଂଯୋଜକ ମିଷ୍ଟର ଷ୍ଟିଫାନ ପ୍ରିସନର୍ ମଙ୍ଗଳବାର ଲୋକସେବା ଭବନଠାରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। 

Ad..


ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କମିସନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିଲେ।

     Ad..


ଓଡ଼ିଶା ସରକାର ଏବଂ ଜାତିସଂଘ ମଧ୍ୟରେ ପ୍ରମୁଖ ବିକାଶମୂଳକ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଏହି ଆଲୋଚନା ହୋଇଥିଲା। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ 'ଆତ୍ମନିର୍ଭର ଭାରତ' ସଂକଳ୍ପକୁ ସାକାର କରିବା ପଥରେ ଭାରତ ଦୃଢ଼ ପଦକ୍ଷେପ ନେଉଛି ଏବଂ ଓଡ଼ିଶା କୃଷି, ଶିଳ୍ପ ତଥା ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରି ଏଥିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି। 

     Ad..


ରାଜ୍ୟ ସରକାର କୃଷିକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି।ଏହି ଆଲୋଚନାରେ ପର୍ଯ୍ୟଟନ ଓ ଐତିହ୍ୟ ପ୍ରସଙ୍ଗ ମଧ୍ୟ ପ୍ରାଧାନ୍ୟ ପାଇଥିଲା। ରାଜ୍ୟର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ୟୁନେସ୍କୋ  ବିଶ୍ୱ ଐତିହ୍ୟ ସ୍ଥଳ ଏବଂ ରଣିପୁର-ଝରିଆଲ ଓ ହରିଶଙ୍କର ଭଳି ସମ୍ଭାବ୍ୟ ପର୍ଯ୍ୟଟନ ସ୍ଥଳଗୁଡ଼ିକର ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି । 

ଓଡ଼ିଶାର ଅନନ୍ୟ ଆଦିବାସୀ ଓ ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖି ଏହାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶାକୁ ଅକ୍ଷୟ ଶକ୍ତିର ଏକ କେନ୍ଦ୍ର ଭାବେ ଗଢ଼ିତୋଳିବା, ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ହାସଲ କରିବା ଦିଗରେ ଜାତିସଂଘର ସହଯୋଗ ନେଇ ଉଭୟ ପକ୍ଷ ଆଲୋଚନା କରିଥିଲେ। 



Edited by k.s thakur...

No comments