Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବରଗଡ଼ରେ ଫାଇଟର୍ସ ଗୃପ ପକ୍ଷରୁ ୭ ଜୁନ୍‌ରେ ପାଳିତ ହେବ “ନ୍ୟାସନାଲ କ୍ୟାନ୍ସର ସର୍ଭାଇଭର୍ସ ଡେ”...

ବରଗଡ଼ରେ ଫାଇଟର୍ସ ଗୃପ ପକ୍ଷରୁ ୭ ଜୁନ୍‌ରେ ପାଳିତ ହେବ “ନ୍ୟାସନାଲ କ୍ୟାନ୍ସର ସର୍ଭାଇଭର୍ସ ଡେ”... ବରଗଡ଼,୧୮/୦୫(ବିଜୟ କୁମାର ସାହୁ) : ଆସନ୍ତା ୭ ଜୁନ୍ ୨୦୨୬ ରବିବାର...

ବରଗଡ଼ରେ ଫାଇଟର୍ସ ଗୃପ ପକ୍ଷରୁ ୭ ଜୁନ୍‌ରେ ପାଳିତ ହେବ “ନ୍ୟାସନାଲ କ୍ୟାନ୍ସର ସର୍ଭାଇଭର୍ସ ଡେ”...


ବରଗଡ଼,୧୮/୦୫(ବିଜୟ କୁମାର ସାହୁ) : ଆସନ୍ତା ୭ ଜୁନ୍ ୨୦୨୬ ରବିବାର ଦିନ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଫାଇଟର୍ସ ଗୃପ ପକ୍ଷରୁ “National Cancer Survivors Day” ପାଳନ କରାଯିବ। 

        Ad..


ଏହି ଅବସରକୁ ସଫଳ କରିବା ନିମନ୍ତେ ଆଜି ଫାଇଟର୍ସ ଗୃପ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଗୃପର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦର୍ଜୀ ବୈଠକରେ ଅଧ୍ୟକ୍ଷତା କରିଥିଲେ।
    Ad..


ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷର ସର୍ଭାଇଭର୍ସ ଡେ ଅବସରରେ କ୍ୟାନ୍ସର ବିଶେଷଜ୍ଞମାନଙ୍କ ଦ୍ୱାରା କ୍ୟାନ୍ସର ଚିକିତ୍ସା, ପ୍ରାରମ୍ଭିକ ଚିହ୍ନଟ ଓ ସଚେତନତା ସମ୍ପର୍କିତ ବିଶେଷ ଆଲୋଚନା କରାଯିବ। ସେହିପରି “Cancer Care Volunterism” ପ୍ରସଙ୍ଗକୁ ନେଇ ବିଭିନ୍ନ ସ୍ୱେଚ୍ଛାସେବୀ ବିଶେଷଜ୍ଞମାନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଆୟୋଜିତ ହେବ।

ଚଳିତ ବର୍ଷ ଫାଇଟର୍ସ ଗୃପର ସର୍ବମାନ୍ୟ “ବିନ୍ଧ୍ୟବାସିନୀ ଷଡ଼ଙ୍ଗୀ କ୍ୟାନ୍ସର ସ୍ୱେଚ୍ଛାସେବୀ ସମ୍ମାନ” ସୋହେଲାର ସେକ୍ ମହମ୍ମଦ ଗଜନବିଙ୍କୁ ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଏହା ବ୍ୟତୀତ ଫାଇଟର୍ସ ଗୃପର ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ “ଗାଁକୁ ଯିବା”କୁ ସହଯୋଗ କରୁଥିବା ବରଗଡ଼ ଜିଲ୍ଲାର ୧୨ଟି ବ୍ଲକର ବିଭିନ୍ନ କ୍ୟାନ୍ସର ସହଯୋଗୀଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ। ବୈଠକରେ ଫାଇଟର୍ସ ଗୃପର ବହୁ ସଦସ୍ୟ ଉପସ୍ଥିତ ଥିଲେ।



Edited by k.s thakur...

No comments