Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଭୁବନେଶ୍ବର ଓ କଟକରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବୈଠକ...

ଭୁବନେଶ୍ବର ଓ କଟକରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବୈଠକ... ଭୁବନେଶ୍ବର,୦୬/୦୫(ନି.ପ୍ର): ଭୁବନେଶ୍ବର ଏବଂ କଟକର ବିଭିନ୍ନ ଛକ ସ୍ଥାନମାନଙ୍କରେ ଦେଖା ଦେଉଥୁବା ଟ୍ର...

ଭୁବନେଶ୍ବର ଓ କଟକରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବୈଠକ...


ଭୁବନେଶ୍ବର,୦୬/୦୫(ନି.ପ୍ର): ଭୁବନେଶ୍ବର ଏବଂ କଟକର ବିଭିନ୍ନ ଛକ ସ୍ଥାନମାନଙ୍କରେ ଦେଖା ଦେଉଥୁବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ   ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ  ଅଧ୍ୟକ୍ଷତା କରିଥିଲେ।

Ad..


ସୂଚନା ଯୋଗ୍ୟ ଯେ, ଭୁବନେଶ୍ବର-କଟକ ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜନସାଧାରଣ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖ୍ ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ପଦ୍ଧତିଗତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । 

    Ad..


ଏହି ନିର୍ଦ୍ଦେଶ ଅନୁସାରେ ଉନ୍ନୟନ କମିଶନରଙ୍କ ଅଧ୍ଯକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ, ଭୁବନେଶ୍ବର-କଟକ ପୁଲିସ୍ କମିଶନର, ପରିଚାଳନା ନିର୍ଦ୍ଦେଶକ କ୍ୟାପିଟାଲ ରିଜିଅନ ଅର୍ବାନ୍ ଟ୍ରାନସପୋର୍ଟ(କ୍ରୁଟ୍), ଭୁବନେଶ୍ବର ମହାନଗର ନିଗମ କମିଶନର...

Ad..


ଉପାଧ୍ୟକ୍ଷ-ବିଡିଏ, ପରିଚାଳନା ନିର୍ଦ୍ଦେଶକ, ଭୁବନେଶ୍ବର ସ୍ମାର୍ଟ ସିଟି ଲି. (ବିଏସସିଏଲ), ପୂର୍ବ ବିଭାଗର ମୁଖ୍ୟଯନ୍ତ୍ରୀ(ସଡ଼କ-୧), ପ୍ରମୁଖ ସଦସ୍ୟ ରହିଥିବା ବେଳେ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ଶାସନ ସଚିବ ସଦସ୍ୟ ଆବାହକ ଅଛନ୍ତି।

ବୈଠକରେ ପ୍ରଥମେ ଭୁବନେଶ୍ବର ସହରର ଟ୍ରାଫିକ୍ ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରାଯାଇଥିଲା । ଭୁବନେଶ୍ବରର ରବି ଟକିଜ ଛକ, ମାଉସୀମା ମନ୍ଦିର ଛକ, ଶିଶୁ ଭବନ ଛକ, ମ୍ୟୁଜିୟମ ଛକ, କଳ୍ପନା ଛକ, ଜୟଦେବ ବିହାର ଛକ, ଏଜି ଛକ, କିଟ୍ ଛକ, କଳିଙ୍ଗ ହରିଚାଲ ଛକ, ରାଜମହଲ ଛକ ଆଦି ବିଭିନ୍ନ ଛକରେ ରହୁଥିବା ଟ୍ରାଫିକ୍ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଉପସ୍ଥିତ କମିଟିର ସଦସ୍ୟମାନେ ବିସ୍ତୃତ ଆଲୋଚନା କରିଥିଲେ । 

ବିଭିନ୍ନ ଛକ ଯାଗା ମାନଙ୍କରେ ପ୍ରଥମେ ଟ୍ରାଫିକ ସମସ୍ୟାର ଅସ୍ଥାୟୀ ସମାଧାନ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଦୀର୍ଘକାଳୀନ ଭିତ୍ତିରେ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା।

ଉନ୍ନୟନ କମିଶନର ଏହି ପରିପ୍ରେକ୍ଷୀରେ ବିଡିଏ, ପୂର୍ତ୍ତ ବିଭାଗ, ବିଏମସି, ପୁଲିସ୍, ଟ୍ରାଫିକ ପୋଲିସ ଆଦି ତରଫରୁ ଏକ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ଛକ ମାନଙ୍କରେ ଯାନବାହନ ଚଳାଚଳ ଏବଂ ପଦଚାରୀମାନଙ୍କ ନିମନ୍ତେ ଟ୍ରାଫିକ୍ ପରିଚାଳନା ସଂପର୍କିତ ସ୍ଥିତି ଓ ଏହାର ପ୍ରତିକାରାତ୍ମକ ସାମୟିକ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଏଥି ସହିତ ମିଳିତ ପ୍ରସ୍ତାବ ପାଇବା ପରେ ପ୍ରଥମେ ତୁରନ୍ତ ପରୀକ୍ଷାମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ୟାଗୁଡ଼ିକର ପର୍ଯ୍ୟାୟକ୍ରମେ ସମାଧାନ କରିବା ସହ ପରବର୍ତ୍ତୀ ସମୟରେ ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ସୂତ୍ରୀ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି। 

ପରବର୍ତ୍ତୀ ବୈଠକରେ କଟକ ସହରର ଟ୍ରାଫିକ ସମସ୍ୟାର ସମାଧାନ ନେଇ ଆଲୋଚନା କରାଯିବ ବୋଲି ଜଣାଯାଇଛି । ଆହୁରି ମଧ୍ୟ ପ୍ରତି ମାସରେ ଭୁବନେଶ୍ବର-କଟକ ସହରର ଟ୍ରାଫିକ୍ ସମସ୍ୟାର ସମାଧାନ ସମାଧାନ ପାଇଁ ବୈଠକ ଅନୁଷ୍ଠିତ ହେବ ବୋଲି ବୈଠକରୁ ଜଣାପଡ଼ିଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ବିଏମସି କମିଶନର ଏବଂ ଏମଡି, ବିଏମସିଏଲ ତଥା ଉପାଧ୍ଯକ୍ଷ ବିଡିଏ ଚଞ୍ଚଳ ରାଣା, ଭୁବନେଶ୍ବର-କଟକ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂଙ୍କ ସମେତ ପୁଲିସ୍ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।



Edited by k.s thakur...

No comments