ପାଇକମାଳ କପିଳଧାର ଜଳପ୍ରପାତରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର...

ପାଇକମାଳ କପିଳଧାର ଜଳପ୍ରପାତରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର...


ପାଇକମାଳ, ୧୪/୦୫(ବିଜୟ କୁମାର ସାହୁ): ପାଇକମାଳ ଥାନା ଅନ୍ତର୍ଗତ ପ୍ରସିଦ୍ଧ କପିଳଧାର ଜଳପ୍ରପାତ ନିକଟରୁ ବୁଧବାର ଏକ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି। 

        Ad..


ମୃତ ଯୁବତୀଙ୍କ ବୟସ ପ୍ରାୟ ୨୩ ବର୍ଷ ହେବ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି। ସ୍ଥାନୀୟ ଲୋକମାନେ ଜଳପ୍ରପାତ ନିକଟରେ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ।ଖବର ପାଇ ପାଇକମାଳ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। 

    Ad..


ପରେ ନିର୍ବାହୀ ମାଜିଷ୍ଟ୍ରେଟ ଓ ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯାଇଥିଲା। ଏନେଇ ପାଇକମାଳ ଥାନାରେ ୟୁଡି କେସ୍ ନଂ-୦୭/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପୁଲିସ ସୂଚନା ଦେଇଛି।

Ad..


ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଯୁବତୀଙ୍କ ପରିଚୟ ମିଳିନଥିବାରୁ ମୃତଦେହକୁ ୯୬ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖାଯିବ ବୋଲି ପୁଲିସ କହିଛି। 

ଯୁବତୀଙ୍କ ପରିଚୟ ସମ୍ପର୍କରେ କାହାରି ପାଖରେ ସୂଚନା ଥିଲେ ନିକଟସ୍ଥ ପୁଲିସ ଥାନା କିମ୍ବା ପାଇକମାଳ ଥାନା ସହ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।



Edited by k.s thakur...

Post a Comment

Previous Post Next Post