Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଜାତୀୟ ଜନଗଣନା ରେ ଓବିସି କଲମ ଯୋଡିବା ଦାବୀ କଲା ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ...

ଜାତୀୟ ଜନଗଣନା ରେ ଓବିସି କଲମ ଯୋଡିବା ଦାବୀ କଲା ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ... ବରଗଡ଼,୧୪/୦୫(ବିଜୟ କୁମାର ସାହୁ) : ଚଳିତ ଜନଗଣନା ରେ ୧୨ ନମ୍ବର ପ୍ରଶ୍ନ ରେ ...

ଜାତୀୟ ଜନଗଣନା ରେ ଓବିସି କଲମ ଯୋଡିବା ଦାବୀ କଲା ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ...


ବରଗଡ଼,୧୪/୦୫(ବିଜୟ କୁମାର ସାହୁ) : ଚଳିତ ଜନଗଣନା ରେ ୧୨ ନମ୍ବର ପ୍ରଶ୍ନ ରେ ଓବିସି କଲମ ଯୋଡିବା ଦାବୀ କଲା ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ, ବରଗଡ଼ ଜିଲ୍ଲା।ମହାମହିମ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀଙ୍କୁ ପୃଥକ ଭାବେ ଜିଲ୍ଲାପାଳଙ୍କ ମାଧ୍ୟମରେ ଚିଠି ଦ୍ୱାରା ଜଣାଇଛନ୍ତି। 

Ad..


ସଠିକ ଜନଗଣନା ନହେବାରୁ ଓବିସି ମାନଙ୍କ ପାଇଁ ଯୋଜନା ହୋଇ ପାରୁନାହିଁ ବୋଲି ମଞ୍ଚ ପକ୍ଷରୁ ପଦ୍ମଲୋଚନ ସାହୁ କହିଛନ୍ତି। ଶିକ୍ଷା, ଚାକିରୀ ଓ ରାଜନୀତି ରେ ଓବିସି ମାନଙ୍କୁ ସଂରକ୍ଷଣ ମିଳୁ ନଥିବା ବେଳେ ସାଧାରଣ ବର୍ଗ ସହ ଗଣନା କରାଯାଉଛି। 

   Ad..


ସେହିପରି ଓବିସି ମାନଙ୍କ ସଂଖ୍ୟା ୫୨% ରୁ ଅଧିକ ଥିବା ବେଳେ ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହୁଥିବାରୁ ଚଳିତ ବର୍ଷ ହେଉ ଥିବା ଜନଗଣନା ରେ ୧୨ ନମ୍ବର ପ୍ରଶ୍ନ ରେ ଓବିସି କଲମ କୁ ଯୋଡିବାକୁ ଦାବୀ କରାଯାଇଛି। 

Ad..


ତାହା କରାଗଲେ ପ୍ରକୃତ ରେ କେତେ ସଂଖ୍ୟା ଓବିସି ଅଛନ୍ତି ଓ ସେମାନଙ୍କୁ ମୁଖ୍ୟ ସ୍ରୋତ ରେ ଅଣା ଯାଇ ସାମାଜିକ ନ୍ୟାୟ କରାଯାଇ ପାରିବ ବୋଲି ଶ୍ରୀ ସାହୁ କହିଛନ୍ତି। 

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀପତି ଭୋଇ, ଆଇନଜୀବୀ ଶଶୀ ପ୍ରଧାନ, ବୈଷ୍ଣବ ଚରଣ ତ୍ୟାଗୀ, ଆଇନଜୀବୀ ରବି ପ୍ରଧାନ,ଅନାଥ ନାଏକ,ଭୃସବାନୁ ସାହୁ, ସଂଜୟ ନାଏକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।



Edited by k.s thakur...

No comments