ରଥଯାତ୍ରା ପୂର୍ବରୁ ପୁରୀରେ ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ...

ରଥଯାତ୍ରା ପୂର୍ବରୁ ପୁରୀରେ ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ...


ପୁରୀ, ୧୪/୦୫(ନି.ପ୍ର): ଆଗାମୀ ରଥଯାତ୍ରାକୁ ନେଇ ପୁରୀ ମେଡ଼ିକାଲରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ସଚିବ ଏସ. ଅଶ୍ୱସ୍ଥି । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବଙ୍କ ସହିତ ଅନ୍ୟ ଦୁଇଜଣ ସ୍ପେଶାଲ ସେକ୍ରେଟାରୀ ମଧ୍ୟ ଉପସ୍ଥିତ ଥିଲେ। 

        Ad..


ମେଡ଼ିକାଲରେ କିଭଳି ରହିଛି ସ୍ୱାସ୍ଥ୍ୟ ସେବା ତାହାର ସମୀକ୍ଷା କରିଛନ୍ତି ସଚିବ। ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।ତେବେ ରଥଯାତ୍ରା ପୂର୍ବରୁ ପୁରୀ ମେଡ଼ିକାଲ ପରିସରରେ ନୂଆ ବିଲଡିଂ କାମ ସାରିବା ସହିତ ଡାକ୍ତରଙ୍କ ସଂଖ୍ୟା ପୂରଣ, ଶ୍ରୀଜଗନ୍ନାଥ ମେଡ଼ିକାଲକୁ କାର୍ଯ୍ୟକ୍ଷମ କରିବା ଆଦି ପ୍ରସଙ୍ଗକୁ ନେଇ ସମୀକ୍ଷା କରାଯାଇଛି। 

    Ad..


ରୋଗୀଙ୍କ ଭିଡ଼ କମାଇବା ନେଇ ପ୍ରଥମ କରି TRIAGE, ବଡ଼ଦାଣ୍ଡରେ ୮ଟି ଅସ୍ଥାୟୀ ହସ୍ପିଟାଲ ଖୋଲାଯିବ। ଜୁନ ୩୦ ସୁଦ୍ଧା ପୁରୀ ହସ୍ପିଟାଲରେ ଚାଲିଥିବା ନୂଆ ବିଲଡିଂର କାର୍ଯ୍ୟକ୍ଷମ ହେବ। ଏହା ସହ ୨୩୭ ଡାକ୍ତର, କାର୍ଡ଼ିଓଲୋଜିଷ୍ଟ, ପ୍ଲାଷ୍ଟିକ ସର୍ଜରୀ, ନ୍ୟୁରୋ ଆଦି ୨ ଜଣ ଲେଖାଏଁ ଡ଼ାକ୍ତର ନିୟୋଜିତ ରହିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ।

Ad..


ତେବେ ଜୁଲାଇ ୧୬ ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରାରେ ୧୦ ରୁ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆକଳନ କରିଛି ପ୍ରଶାସନ। ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ଆୟୋଜନ କରିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। 

ଏନେଇ ରଥଯାତ୍ରା ପ୍ରଥମ ସମନ୍ବୟ କମିଟି ବୈଠକ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ ବୈଠକରେ ପ୍ରବଳ ହୋହାଲ୍ଲା ହୋଇଥିଲା। 

ରଥଯାତ୍ରା ପୂର୍ବରୁ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଈଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ ପରେ ପୁରୀ ହସ୍ପିଟାଲରେ ସ୍ବାସ୍ଥ୍ୟ ସେବାରେ କିଭଳି ସୁଧାର ଆସୁଛି ତାହା ସମୟ କହିବ ବୋଲି କହିଛନ୍ତି ବୁଦ୍ଧିଜୀବୀ।



Edited by k.s thakur...

Post a Comment

Previous Post Next Post