Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବରଗଡ଼ ଜିଲ୍ଲା ର ଅଧିକାଂଶ ସ୍ଥାନରେ ଝଡ଼ ତୋଫାନ ବର୍ଷା ବିଦ୍ୟୁତ କାଟ ଜନଜୀବନ ଅସ୍ତବ୍ୟସ୍ତ...

ବରଗଡ଼ ଜିଲ୍ଲା ର ଅଧିକାଂଶ ସ୍ଥାନରେ ଝଡ଼ ତୋଫାନ ବର୍ଷା ବିଦ୍ୟୁତ କାଟ ଜନଜୀବନ ଅସ୍ତବ୍ୟସ୍ତ... ବରଗଡ଼,୧୪/୦୫(ବିଜୟ କୁମାର ସାହୁ) :  ବରଗଡ଼ ଜିଲାରେ ଗତକାଲି ବୁଧବାର ଅ...

ବରଗଡ଼ ଜିଲ୍ଲା ର ଅଧିକାଂଶ ସ୍ଥାନରେ ଝଡ଼ ତୋଫାନ ବର୍ଷା ବିଦ୍ୟୁତ କାଟ ଜନଜୀବନ ଅସ୍ତବ୍ୟସ୍ତ...


ବରଗଡ଼,୧୪/୦୫(ବିଜୟ କୁମାର ସାହୁ) :  ବରଗଡ଼ ଜିଲାରେ ଗତକାଲି ବୁଧବାର ଅପରାହ୍ନ ରୁ ରାତି ପର୍ଯ୍ୟନ୍ତ ପ୍ରବଳ ଝଡବତାସ ସହିତ ବର୍ଷା ହୋଇ ବିଦ୍ୟୁତ କାଟ ହୋଇଥିଲା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଛି।

Ad..


ଏହାର ପ୍ରଭାବରେ ଧାନ ମଣ୍ଡି ପ୍ରଭାବିତ ହେବା ସହ ପନିପରିବା ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ପନିପରିବା ଓ ଧାନ ଭିଜି ଯାଇଛି। ସେହିପରି କ୍ଷେତରେ ଧାନ ଫସଲ ଜମିରେ ନଷ୍ଟ ହୋଇଯାଇଛି।ଅମଳ ସମୟରେ ଏଭଳି ଝଡ଼ବର୍ଷା ଚାଷୀମାନଙ୍କ ଦୁଃଖ ବଢାଇ ଦେଇଛି। 

   Ad..


ବିଭିନ୍ନ ସ୍ଥାନରେ ଗଛ ଗୁଡିକ ଭାଙ୍ଗି ଥିବାବେଳେ ରାସ୍ତା ଅବରୋଧ ହୋଇ ପଡିଥିବା ସୂଚନା ମିଳିଛି। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ମଧ୍ୟ ପ୍ରଭାବିତ ହୋଇଛି। ବିଦ୍ୟୁତ୍ ସରବରାହ ବନ୍ଦ ଥିବା ଯୋଗୁଁ ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡିଛି। 

Ad..


ଗୋଟିଏ ପଟେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଅନ୍ୟ ପଟେ ପ୍ରବଳ ଗରମ ଓ ପାନୀୟ ଜଳ ସମସ୍ୟା ଜିଲ୍ଲା ର ଜନସାଧାରଣ ଙ୍କୁ ଅତିଷ୍ଠ କରୁଛି। 

ତୋଫାନରେ ଘର ଛାତ ଆଜବେଷ୍ଟର ଉଡ଼ିଯିବା ସହ ଗାଇସିଲେଟ ବ୍ଲକ କଂସଡୋଲ ଗ୍ରାମର ଲୋକନାଥ ସାହୁ ଙ୍କ ହାତ ଭାଙ୍ଗି ଯାଇଥିବା ଅଭିଯୋଗ କରି ସାମାଜିକ ଗଣମାଧ୍ୟମରେ ଲକ୍ଷ୍ମଣ ମାଝି ସୂଚନା ଦେଇଛନ୍ତି। 

ସେହିପରି ପାଇକମାଳ, ପଦ୍ମପୁର, ସୋହେଲା, ଗାଇସିଲେଟ ଅଂଚଳ ରେ ଝଡ଼ ତୋଫାନ ସହ ବର୍ଷା ହୋଇ ବିଦ୍ୟୁତ ସରବରାହ ବିଛିନ୍ନ ହୋଇ ଦିର୍ଘ ଘଣ୍ଟା ଅନ୍ଧାର ହୋଇଛି।



Edited by k.s thakur...

No comments