ଦିନ ଦ୍ବିପହରରେ ମୋବାଇଲ ଦୋକାନ ରୁ ସିନ୍ଧି କରି ଚୋରି ଉଦ୍ୟମ... ମୁରିବାହାଲ,୧୮/୦୫(ଶଙ୍କର ମାଝୀ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୂମା ର ଏକ ମୋବାଇଲ ...
ଦିନ ଦ୍ବିପହରରେ ମୋବାଇଲ ଦୋକାନ ରୁ ସିନ୍ଧି କରି ଚୋରି ଉଦ୍ୟମ...
ମୁରିବାହାଲ,୧୮/୦୫(ଶଙ୍କର ମାଝୀ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୂମା ର ଏକ ମୋବାଇଲ ଦୋକାନ କୁ ପଛପଟୁ ସିନ୍ଧି କରି ଚୋରି ଉଦ୍ୟମ କରାଯାଇଥିବା ଚର୍ଚ୍ଚା ର ବିଷୟ ହୋଇଛି।
Ad..
ଏ ସଂପର୍କରେ କୁମ୍ଭାରି ଗ୍ରାମର ମୋବାଇଲ ଦୋକାନ ମାଲିକ ଯୋଗେଶ୍ୱର ଖେତି ମୁରିବାହାଲ ଥାନା ରେ ଲିଖିତ ଏତଲା ଦେବା ପରେ ପୋଲିସ୍ ଆସି ବିଭିନ୍ନ ସି ସି ଟିଭି ଫୁଟେଜ ଯାଞ୍ଚ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।
Ad..
ଶ୍ରୀ ଖେତି ଙ୍କ ଏତଲା ମୁତାବକ ସେ ମୁରିବାହାଲ ରାଧାକୃଷ୍ଣ, ଶିବ ମନ୍ଦିର ରେ ଥିବା ୬ ନମ୍ବର ଷ୍ଟଲ ରେ ଗତ ୨୦୧୭ ମସିହା ରୁ ଜେକେ ମୋବାଇଲ ଦୋକାନ ଦେଇଛନ୍ତି।ସେ ନିଜ ମୋବାଇଲ ଦୋକାନ ଖୋଲି ଦିନ ସାଢେ଼ ୧୨ ଟାରେ ବନ୍ଧ କରି ନିଜ ଗାଁକୁ ଖାଇବା କୁ ଯାଇଥିଲେ।
ଅପରାହ୍ନ ସାଢେ ୩ ଟାରେ ପୁଣି ଦୋକାନ ଖୋଲିବା ବେଳକୁ ମନ୍ଦିର ର କାନ୍ଥ କୁ ଲାଗି ଦୋକାନ ର ପଛ ପଟେ ସିନ୍ଧି କରି ଚୋରି ଉଦ୍ୟମ କରାଯାଇଥିବା। ଦେଖିବାକୁ ପାଇଥିଲେ।ଛଦ ରୁ ଦୃର୍ବୁତ୍ତ ମାନେ ମନ୍ଦିର ପାର୍ଶ୍ୱକୁ ଦୋକାନ ର ପଛ ପଟେ ଇଟା ସିମେଣ୍ଟ ରେ ତିଆରି କାନ୍ଥ କୁ ସିନ୍ଧି କରି ଚୋରି କରିନେବାକୁ ଉଦ୍ୟମ କରିଥିଲେ।
ସିନ୍ଧି ସ୍ଥାନରେ ପଡ଼ିଥିବା ଏକ ସାବଲ କୁ ପୁଲିସ ଜବତ କରି ପାଖ ଏକ ସାର ଦୋକାନ ଓ ସହି ମୋବାଇଲ ଦୋକାନ ର ସି ସି ଟିଭି ଆଦି ଯାଞ୍ଚ କରୁଛି। ମୋବାଇଲ ଦୋକାନୀ ଘଟଣା ସ୍ଥଳକୁ ପହଞ୍ଚିବା ସମୟରେ ଜଣେ ଯୁବକ ସନ୍ଦେହ ଜନକ ଭାବେ ସେଠାରେ ବୁଲାବୁଲି କରୁଥିବା ସେ ପୁଲିସ କୁ ସୂଚନା ଦେଇଛନ୍ତି।
ସମ୍ପୂର୍ଣ ଦିନ ଦ୍ବିପହରରେ ଖୋଦ ମୁରିବାହାଲ ଥାନା ସଦର ମହକୂମା ରେ ଯଦି ଦୃର୍ବୁତ୍ତ ମାନେ ଦୋକାନ, ହୋଟେଲ ଆଦି ବ୍ୟବସାୟ ପ୍ରତିଷ୍ଠାନ ରୁ ଚୋରି କରିବା କୁ ଉଦ୍ୟମ କରି ପାରୁଛନ୍ତି। ତାହେଲେ ରାତିବେଲା କିପରି ସମ୍ପୂର୍ଣ୍ଣ ଅଞ୍ଚଳ ସୁରକ୍ଷିତ ଥିବ।ଏଥିରୁ ସହଜରେ ଅନୁମେୟ ବୋଲି ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି।
ଦିନକୁ ଦିନ ପୁଲିସ ପ୍ରତି ଦୃର୍ବୁତ୍ତ ଓ ଅପରାଧୀ ଙ୍କ ଭୟ ରହୁନଥିବା ଓ ଥାନା ଅଞ୍ଚଳରେ ଅବାଧରେ ମଦ, ଗଞ୍ଜେଇ,କପସିରଫ ଓ ନିଶା ଇଞ୍ଜେକସନ ବହୁତ ମାତ୍ରାରେ ବିକ୍ରି ଚାଲିଥିବାରୁ ଅସାମାଜିକ ଯୁବକ ମାନେ ଚୋରି ଆଦି ଅପରାଧ କରୁଥିବା ଅଭିଯୋଗ ହୋଇଛି।
ପୁଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଙ୍ଗ କୁ କଢାକୁଡି କରାଯିବାକୁ ଦାବି ହେଉଛି। ଏତଲା ଆଧାରରେ ପୁଲିସ ବିଭିନ୍ନ ସି ସି ଟିଭି ଆଦି ଯାଞ୍ଚ ସହ ସନ୍ଦେହ ଜନକ ବ୍ୟକ୍ତି ମାନଙ୍କ ସମ୍ପର୍କ ରେ ଅଧିକ ତଦନ୍ତ ଜାରି ରଖିଛି ବୋଲି ଥାନା ଆଇ ଆଇ ସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି।
Edited by k.s thakur...




No comments