Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ ; ପୋଲିସ ଉପରକୁ କଂଗ୍ରେସର ଟମାଟୋ ମାଡ଼...

ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ ; ପୋଲିସ ଉପରକୁ କଂଗ୍ରେସର ଟମାଟୋ ମାଡ଼... ଭୁବନେଶ୍ଵର,୧୨/୦୫(ନି.ପ୍ର): ବାଲିଅନ୍ତା ସୌମ୍ୟରଞ୍ଜନ ସ୍ଵାଇଁ ହତ୍ୟା ମାମଲ...

ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ ; ପୋଲିସ ଉପରକୁ କଂଗ୍ରେସର ଟମାଟୋ ମାଡ଼...


ଭୁବନେଶ୍ଵର,୧୨/୦୫(ନି.ପ୍ର): ବାଲିଅନ୍ତା ସୌମ୍ୟରଞ୍ଜନ ସ୍ଵାଇଁ ହତ୍ୟା ମାମଲା। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସର ଆନ୍ଦୋଳନ। କମିଶନରେଟ୍ ପୁଲିସ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ। 

Ad..


ପୁଲିସ ଉପରକୁ ଟମାଟୋ ମାଡ଼ କଲେ କଂଗ୍ରେସ କର୍ମୀ। ସିପି ଅଫିସ ବାହାରେ ଖଣ୍ଡଯୁଦ୍ଧ। ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍‌-ଲିଂଚିଂ ଘଟିଛି। 

    Ad..


ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି । ସର୍ବସମ୍ମୁଖରେ ବାରମ୍ୱାର ମଧ୍ୟଯୁଗୀୟ ବର୍ବରତା ଘଟିଚାଲିଥିଲେ ମଧ୍ୟ ସରକାର ମୁଖ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେଉନଥିବା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। 

    Ad..


ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅରାଜକତାକୁ ରୋକିବାରେ ନିଜ ବିଫଳତାର ଆତ୍ମସମୀକ୍ଷା କରନ୍ତୁ ବୋଲି ଭକ୍ତ କହିଛନ୍ତି। ସେହିପରି ପୁଲିସର ସ୍ଥାଣୁତାକୁ ନେଇ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁଲିସ କମିସନରେଟ ଘେରାଉ କରାଯାଇଛି।

ରବିବାର କଂଗ୍ରେସ ଭବନରେ ପ୍ରେସମିଟ୍ କରି ପିସିସି ସଭାପତି ସରକାରଙ୍କ ଉପରେ ବର୍ଷିଥିଲେ। ଭକ୍ତ କହିଥିଲେ ଯେ, ପ୍ରଥମରୁ ଅରାଜକତା ରୋକିବା ଦିଗରେ ପଦକ୍ଷେପ ନେଇଥିଲେ ଆଜି ଏପରି ଘଟଣାମାନ ଘଟାଇବାକୁ ଦୁର୍ବୃତ୍ତମାନେ ସାହସ କରିନଥାନ୍ତେ । 

ଆଇନର ଶାସନକୁ ଲାଗୁ କରି ଲୋକପ୍ରିୟତା ହାସଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଥିଲା। ହେଲେ ସେ ଦଳୀୟ କାମରେ ପୁଲିସକୁ ବ୍ୟବହାର କରିରାଜ୍ୟରେ ଏକ ଭୁଲ ଉଦାହରଣ ସୃଷ୍ଟି କରୁଛନ୍ତି। କୌଣସି ଜଘନ୍ୟ କାଣ୍ଡରେ କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ପୁଲିସର ମନୋବଳ ଦୁର୍ବଳ ହୋଇଛି । 

ଏକାଧିକ ଘଟଣାରେ ପୁଲିସକୁ ଲୋକେ ସଂଘବଦ୍ଧ ଆକ୍ରମଣ କରୁଥିବା ଆଜିକାଲି ଏକ ନିତିଦିନିଆ ଘଟଣା ହେଲାଣି । ଶାସନତନ୍ତ୍ର କିପରି ଭୁଶୁଡ଼ିଛି, ରାଜସ୍ୱମନ୍ତ୍ରୀଙ୍କ "ରାଜଧର୍ମ ପାଳନ ହେଉ' ପରାମର୍ଶ ତା'ର ପ୍ରମାଣ ଦେଉଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟରେ ଆଇନର ଶାସନ ଲାଗୁ କରନ୍ତୁ, ନଚେତ କଂଗ୍ରେସ ଦଳ ଲୋକସେବା ଭବନକୁ ଧସେଇ ପଶିବ ବୋଲି ଭକ୍ତ ଚେତାବନୀ ଦେଇଛନ୍ତି। 



Edited by k.s thakur...

No comments