Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ମାତୃ ଦିବସ ପାଳିତ...

ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ମାତୃ ଦିବସ ପାଳିତ... ଭୁବନେଶ୍ୱର,୧୧/୦୫(ନି.ପ୍ର) : ସମାଜରେ ମାଆଙ୍କ ଅସୀମ ତ୍ୟାଗ, ସ୍ନେହ ଓ ସଂସ୍କାରର ମହତ୍ତ୍ୱକୁ ସ୍ମରଣ କରିବା ଉଦ୍ଦ...

ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ମାତୃ ଦିବସ ପାଳିତ...


ଭୁବନେଶ୍ୱର,୧୧/୦୫(ନି.ପ୍ର) : ସମାଜରେ ମାଆଙ୍କ ଅସୀମ ତ୍ୟାଗ, ସ୍ନେହ ଓ ସଂସ୍କାରର ମହତ୍ତ୍ୱକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଆଜି  ଭୁବନେଶ୍ୱରଠାରେ ଭାବଗମ୍ଭୀର ପରିବେଶରେ “ମାତୃ ଦିବସ” ପାଳିତ ହୋଇଯାଇଛି। 

        Ad..


ସମାଜସେବୀ ଡକ୍ଟର ସିକ୍ତା ପତି  ଆବାହକତ୍ୱରେ ସମାରୋହରେ  ମାତୃତ୍ୱର ଗୌରବ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷ ସଜ୍ଜନ ଶର୍ମା କହିଥିଲେ   ଯେ, ମାଆ କେବଳ ପରିବାରର ଆଧାର ନୁହେଁ, ସେ ଏକ ସୁସଂସ୍କୃତ ସମାଜ ଗଠନର ପ୍ରମୁଖ ଶକ୍ତି। 

   Ad..


ମାଆଙ୍କ ଆଦର୍ଶ ଓ ଶିକ୍ଷା ହିଁ ଜଣେ ସନ୍ତାନଙ୍କୁ ସଫଳ ନାଗରିକରେ ପରିଣତ କରେ। ଆଜିର ଯୁଗରେ ପରିବାରିକ ମୂଲ୍ୟବୋଧକୁ ରକ୍ଷା କରିବାରେ ମାଆଙ୍କ ଭୂମିକା ଅପରିସୀମ ବୋଲି ସେ ମତ ପ୍ରକାଶ କରିଥିଲେ।ଅନୁଷ୍ଠାନରେ ଅତିଥିମାନେ ମାତୃତ୍ୱର ମହାନତା ବିଷୟରେ ନିଜ ମତାମତ ରଖିଥିଲେ। 

Ad..


ସେମାନେ କହିଥିଲେ ଯେ, ଜଣେ ମାଆ ସନ୍ତାନଙ୍କ ପ୍ରଥମ ଶିକ୍ଷକ ଓ ପ୍ରଥମ ପ୍ରେରଣା। ତାଙ୍କର ନିଷ୍କାମ ସ୍ନେହ ଓ ତ୍ୟାଗ ମାନବଜୀବନକୁ ସଠିକ୍ ଦିଗ ଦେଇଥାଏ। ଆଧୁନିକ ସମାଜରେ ବୃଦ୍ଧାଶ୍ରମର ସଂଖ୍ୟା ବୃଦ୍ଧି ନେଇ ଚିନ୍ତା ପ୍ରକାଶ କରି ଅତିଥିମାନେ ମାଆବାପାଙ୍କ ପ୍ରତି ସମ୍ମାନ ଓ ସେବାଭାବ ରଖିବାକୁ ଯୁବପିଢ଼ୀଙ୍କୁ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମରେ ସମାଜସେବୀ, ସାହିତ୍ୟିକ, ଶିକ୍ଷାବିଦ୍, ସଂସ୍କୃତିପ୍ରେମୀ ଓ ବିଶ୍ୱ ଓଡ଼ିଆ ପରିବାରର କନକଲତା ଭଞ୍ଜ, ସରୋଜିନୀ ବେହେରା, କଳ୍ପନା ମହାପାତ୍ର,  ଡକ୍ଟର ପ୍ରୀତିପ୍ରତିଭା ଭୋଳ, ବିଦ୍ୟୁତଲତା ଦେବୀ, ନୟନା ଚାଟାର୍ଜୀ,  ନନ୍ଦିନୀ ନାୟକ...

ଜଗନ୍ନାଥ ଚାଟାର୍ଜୀ, କୁଳମଣି ରାଉତ, ଡକ୍ଟର ବଂଶୀଧର ଦାଶ, ଅକ୍ଷୟ କୁମାର ସ୍ୱାଇଁ, ଚିନ୍ମୟ ବୋଡେ଼, ଡାକ୍ତର ସଂଜୀବ ଦୀକ୍ଷିତ  ଓ କମାଣ୍ଡର ଦାଶରଥୀ  ନନ୍ଦକିଶୋର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।



Edited by k.s thakur...

No comments