Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବାଲିଅନ୍ତା ଘଟଣାରେ ପୁଲିସ ଏଡିଜି ଦୟାଲ ଗଙ୍ଗୱାର ତଦନ୍ତ ପରିସରଭୁକ୍ତ ହେବେ କି ?

ବାଲିଅନ୍ତା ଘଟଣାରେ ପୁଲିସ ଏଡିଜି ଦୟାଲ ଗଙ୍ଗୱାର ତଦନ୍ତ ପରିସରଭୁକ୍ତ ହେବେ କି ? ଭୁବନେଶ୍ଵର,୧୨/୦୫(ନି.ପ୍ର) :  ଜିତୁ ମୁଣ୍ଡା ଘଟଣା ପରେ ଓଡ଼ିଶା ପୁଣି ଥରେ ଜାତୀୟ ଓ...

ବାଲିଅନ୍ତା ଘଟଣାରେ ପୁଲିସ ଏଡିଜି ଦୟାଲ ଗଙ୍ଗୱାର ତଦନ୍ତ ପରିସରଭୁକ୍ତ ହେବେ କି ?


ଭୁବନେଶ୍ଵର,୧୨/୦୫(ନି.ପ୍ର) : ଜିତୁ ମୁଣ୍ଡା ଘଟଣା ପରେ ଓଡ଼ିଶା ପୁଣି ଥରେ ଜାତୀୟ ଓ ଅନ୍ତର୍ଜାତୀୟ ମିଡ଼ିଆରେ ଛାଇଗଲା । ଏଥି ପାଇଁ ସୌମ୍ୟ ସ୍ୱାଇଁ ଅପେକ୍ଷା ପୁଲିସ ହିଁ ବେଶି କ୍ରେଡିଟ୍ ନେବା କଥା। ସୌମ୍ୟ ପ୍ରାଣ ହରାଇଛନ୍ତି।

Ad..


ସେ ଦୃଶ୍ୟ ଯିଏ ଦେଖିବ ତା’ର ଛାତି ନିଶ୍ଚିତ ଥରି ଉଠିବ। କିନ୍ତୁ ଆଜିର ମୁଖ୍ୟ ବିନ୍ଦୁ ହେଉଛନ୍ତି ବାଲିଅନ୍ତା ପୁଲିସ, ଡିସିପି ଜଗମୋହନ ମିନା ଏବଂ ଏଡିଜି ଦୟାଲ ଗଙ୍ଗୱାର। ମୋହନ ସରକାର ଖୁବ୍ ଅଡ଼ୁଆରେ ପଡ଼ିସାରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହ‌ନ ମାଝୀ ଅବଶ୍ୟ କେତେକ ତ୍ବରିତ ନିଷ୍ପତ୍ତି ନେଇଛନ୍ତି। 

     Ad..


ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ବାଲିଅନ୍ତା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦେଇଛନ୍ତି । ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ାଙ୍କର ବଦଳି ହୋଇଛି। ୪ ଜଣଙ୍କୁ ନିଲମ୍ବିତ କରାଯାଇଛି ଏବଂ ଜଣେ ଚାକିରୀ ହରାଇଛନ୍ତି।

Ad.. 


ମହିଳା କମିଶନ ସରଜମିନ ଅନୁଧ୍ୟାନ କରିଛନ୍ତି। ପୁଲିସ ଡିଜି ବରିଷ୍ଠ ଅଧିକାରୀଙ୍କ ସହ ଘଟଣା ସ୍ଥଳ ବୁଲି ଦେଖୁଛନ୍ତି। ଏବେ ଜାତୀୟ ମାନବାଧିକାର କମିଶନ ନିକଟକୁ ମାମଲା ଗଲାଣି।ବାଲିଅନ୍ତା ଥାନା ବାବୁ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ତଦନ୍ତ ନିରପେକ୍ଷ ହେବ କି ? 

ଏଭଳି ସନ୍ଦେହ ପୋଷଣ କରିବାର ତିନିଟି ବଡ଼ ଦିଗ ଅଛି। ପ୍ରଥମ ଦିଗଟି ହେଉଛି ବାଲିଅନ୍ତା ପୁଲିସର ଭୂମିକା। ଘଟଣା ସମ୍ପର୍କରେ ଥାନାକୁ ଖବର ଯିବା ପରେ ବାଲିଅନ୍ତା ପୁଲିସର ପିସିଆର ଭ୍ୟାନ୍ ପ୍ରାୟ ୫୦ ମିନିଟ ବିଳମ୍ବରେ ସେଠାରେ ପହଞ୍ଚିଥିଲା । 

ଅର୍ଥାତ ଜିଆରପି କର୍ମଚାରୀ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ମାଡ଼ ଖାଇବା ପାଇଁ ଜନତାଙ୍କୁ ୫୦ ମିନିଟର ବିରାଟ ସମୟ ଦେଇଥିଲା ବାଲିଅନ୍ତା ପୁଲିସ। ସେତେବେଳକୁ ସୌମ୍ୟ ଉଦ୍ଧାର ହୋଇଥିଲେ ବଞ୍ଚିଯାଇଥାନ୍ତା।ମିଳିଥିବା କେତେକ ସୂତ୍ର ଅନୁସାରେ ସୌମ୍ୟ ଆଗ୍ରେସିଭ ଥିଲେ। 

ବାଲିଅନ୍ତା ପୁଲିସ ତାଙ୍କ ହାତଗୋଡ ବାନ୍ଧିବା ପାଇଁ ଉତ୍ୟକ୍ତ ଲୋକଙ୍କୁ କହିଥିଲେ ଓ ସାହାଯ୍ୟ କରିଥିଲେ। ସେହି ଅବସ୍ଥାରେ ତାଙ୍କୁ ଯେଉଁଭଳି ଅଟୋ ଡାଲାରେ ପକାଇ ଦିଆଗଲା ତାହା ମଧ୍ୟ ପୁଲିସର ନିର୍ଦ୍ଦେଶରେ ହୋଇଥିଲା ବୋଲି ବହୁ ଅଭିଯୋଗ ହସ୍ତଗତ ହୋଇଛି। 

ଆମ୍ବୁଲାନ୍ସ ନଡକାଇ ଅଟୋ ଡାଲାରେ ପଶୁଙ୍କୁ ନେଲା ଭଳି ସୌମ୍ୟଙ୍କୁ କାହିଁକି ନିଆଯାଇଥିଲା ? ପୁଲିସର ଭୂମିକା ନ ଥିଲା କି ?ଡାଲରେ ପଡ଼ିଥିବା ସମୟରେ ତାଙ୍କୁ ଲୋକେ ମାରିଥିଲେ। ସୌମ୍ୟଙ୍କ ମୁଣ୍ଡ ବାରମ୍ବାର ପିଟି ହୋଇଯାଉଥିବା କିଛି ଲୋକ ଏହି ପ୍ରତିନିଧିଙ୍କୁ କହିଛନ୍ତି।

ଯଦି ବରିଷ୍ଠ ପୁଲିସ ଅଧିକାରୀମାନେ ବାଲିଅନ୍ତା ପୁଲିସକୁ ପ୍ରଶଂସା କରି ସାର୍ଟିଫିକେଟ ଦେଇପାରୁଛନ୍ତି, ସେପରି ସ୍ଥଳେ ତଦନ୍ତରୁ ବାହାରିବ କ’ଣ ? ସବୁ ଦୋଷ ସୌମ୍ୟ ଏବଂ ଲୋକଙ୍କ ଉପରେ ଲଦି ଦିଆଯିବ । କୌଣସି ତଦନ୍ତରୁ ସୁଫଳ ଆଶା କରୁନାହାଁନ୍ତି କେହି। ଏ ବଡ଼ ବିଚିତ୍ର ପରିସ୍ଥିତି। 

ଆଶ୍ଚର୍ଯ୍ୟ ଲାଗୁଛି ଘଟଣା ଦିନ ଡିସିପି ଜଗମୋହନ ମିନା ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସକୁ ସାର୍ଟିଫିକେଟ ଦେଇଥିଲେ କେମିତି ? ଭିଡ଼ ହିଂସା ବେଳେ ପ୍ରଶଂସାଯୋଗ୍ୟ କାମ କରିଥିବାରୁ ସେହି ପୁଲିସକୁ ପୁରସ୍କୃତ କରାଯିବା କଥା ବୋଲି କହିଥିଲେ ଡିସିପି । 

ଏବେ ସରକାରୀ କାର୍ଯ୍ୟାନୁଷ୍ଠାନ ପରେ କି ଉତ୍ତର ଦେବେ ଡିସିପି ? ତଦନ୍ତ ପୂର୍ବରୁ ପ୍ରଶଂସା କରିବା ଗ୍ରହଣୀୟ ହୋଇପାରିବ କି ? ଯେଉଁସବୁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ପୁଲିସ କର୍ମଚାରୀ ଜଣଙ୍କ ସେତିକି ଥାଉ ବୋଲି ମାରୁଥିବା ଲୋକଙ୍କୁ ସ୍ପଷ୍ଟଭାବେ କହୁଛନ୍ତି। 

କୌଣସି ସମୟରେ ସୌମ୍ୟଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରିନାହାନ୍ତି ପିସିଆର୍‌ରେ ଥିବା ପୁଲିସ କର୍ମଚାରୀମାନେ।କାହାଣୀର ତୃତୀୟ ବିନ୍ଦୁଟି ହେଲେ ଯୋଗାଯୋଗ ସଂକ୍ରାନ୍ତ ପୁଲିସ ଏଡିଜି ଦୟାଲ ଗଙ୍ଗୱାର। ମୃତ ସୌମ୍ୟ ସ୍ୱାଇଁ ରେଳବାଇ ରଙ୍ଗବଜାରରେ କନଷ୍ଟେବଳ ଥିବା ଜିମ୍‌ରେ ତାଲିମଦାତା ଭାବେ କାମ କରୁଥିଲେ ସୌମ୍ୟ। 

ମାଗଣାରେ ବସ୍‌ ଙ୍କ ପାଇଁ ସେବା । ଏହି ଜିମ୍‌ଟି ଗଙ୍ଗୱାରଙ୍କ ବୋଲି ଗଣମାଧ୍ୟମରେ ପ୍ରଚାର ହୋଇସାରିଛି। କିନ୍ତୁ ଗଙ୍ଗଓ୍ବାର କିମ୍ବା ପୁଲିସ ବଡ଼ ବାବୁମାନେ ଏସମ୍ପର୍କରେ ନିରବ ଅଛନ୍ତି। ଏହାମଧ୍ୟ କୁହାଯାଉଛି ଯେ, ଡିଜିପି ଖୁରାନିଆଙ୍କର ଅତ୍ୟନ୍ତ ବିଶ୍ୱସ୍ତ । 

ଗତ ରଥଯାତ୍ରା ବେଳେ ସିସିଟିଭି କେଳେଙ୍କାରୀ ବାବଦରେ ତତ୍କାଳୀନ ଉନ୍ନୟନ କମିଶନର ଏବଂ ବର୍ତ୍ତମାନର ମୁଖ୍ୟ ସଚିବ ଅନୁଗର୍ଗ ତଦନ୍ତ କରି ଯେଉଁ ରିପୋର୍ଟ ଦେଇଥିଲେ ସେଥିରେ ସିସିଟିଭି କେଳେଙ୍କାରୀ ଓ ଗଙ୍ଗୱାରଙ୍କ ଭୂମିକା ବାବଦରେ କିଛି ନାହିଁ । 

ଏହାର ଅର୍ଥ ହେଲା ଗଙ୍ଗୱାରଙ୍କ ଉପରେ ବଡ଼ବଡ଼ ହାତ ଅଛି। ତା’ଛଡା ସେ ପାଣ୍ଡିଆନପନ୍ଥୀ ଅଫିସର ଭାବେ ଜଣାଶୁଣା।ମୟୁରଭଞ୍ଜ ଏସ୍‌ପି ଥିବା ବେଳେ ଗଙ୍ଗୱାରଙ୍କ ନାଟକ ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା। 

ଗୋଟିଏ ନାବାଳକକୁ ମାଓବାଦୀଙ୍କ ଡ୍ରେସ୍ ପିନ୍ଧାଇ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମଙ୍କ ଆଗରେ ଉପସ୍ଥାପନ କରାଇବା ଘଟଣାର ଅଦାଲତଦ୍ବାରା ସେ ଭସ୍ଥିତ ହୋଇଛନ୍ତି। କିନ୍ତୁ ଏହି ପାଣ୍ଡିଆନପନ୍ଥୀ ଅଧିକାରୀ ଜଣଙ୍କ ମୁଖ୍ୟମନ୍ତ୍ରୀ ମୋହନଙ୍କର କେମିତି ପ୍ରିୟ ହେଲେ ତାହା ମଧ୍ୟ ଆଶ୍ଚର୍ଯ୍ୟର ବ୍ୟାପାର। ତେଣୁ ମୋଟାମୋଟି ଭାବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁ କିମ୍ବା ଆଉ କେହି, କିଛି ବାହାରିବାର ନାହିଁ।



Edited by k.s thakur...

No comments