Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଅଭିଯୁକ୍ତକୁ ଗିରଫ ଦାବିରେ ନିଆଁ ଜାଳି ବୈଶିଙ୍ଗା-ରୁପ୍ସା ରାସ୍ତା ଅବରୋଧ କଲେ ଗ୍ରାମବାସୀ...

ଅଭିଯୁକ୍ତକୁ ଗିରଫ ଦାବିରେ ନିଆଁ ଜାଳି ବୈଶିଙ୍ଗା-ରୁପ୍ସା ରାସ୍ତା ଅବରୋଧ କଲେ ଗ୍ରାମବାସୀ... ବୈଶିଙ୍ଗା,୧୨/୦୫ (ନି.ପ୍ର): ମୟୂରଭଂଜ ଜିଲ୍ଲା  ବୈଶିଙ୍ଗା ଥାନା ଅଞ୍ଚଳର...

ଅଭିଯୁକ୍ତକୁ ଗିରଫ ଦାବିରେ ନିଆଁ ଜାଳି ବୈଶିଙ୍ଗା-ରୁପ୍ସା ରାସ୍ତା ଅବରୋଧ କଲେ ଗ୍ରାମବାସୀ...


ବୈଶିଙ୍ଗା,୧୨/୦୫ (ନି.ପ୍ର):ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଛକ ନିକଟରେ ବୈଶିଙ୍ଗା-ରୁପ୍ସା ଅବରୋଧ କରିଲେ ଜନସାଧାରଣ। 

Ad..


ସୂଚନା ଅନୁଯାଇ ମୟୂରଭଞ୍ଜ ଜିଲ୍ଲା ପୂରୁଣିଆ ପଂଚାୟତ ପଥରସାହି ଗ୍ରାମରେ ଥିବା ଜଙ୍ଗଲ କାଟିବା ପାଇଁ ନିଲାମ ପ୍ରକ୍ରିୟାକୁ ନେଈ ଗତକାଲି ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ ନେଈ ଗତକାଲି ଜଙ୍ଗଲ କାଟିବାକୁ ଆସିଥିବା ଯୁବକମାନେ ଧମକ ଚମକ ଦେବା ସହ ଖଣ୍ଡା ଭୁଜାଲି ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇଥିଲେ।

    Ad..


ତେବେ ରବିବାର ସନ୍ଧ୍ୟାରେ ଏନେଇ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା କିନ୍ତୁ ପୁଲିସ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଇନଥିଲା କି ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। 

Ad..


ତେବେ ଆଜି ପୁଣି ବିଜେପି ନେତା ଚନ୍ଦ୍ରହାଶ୍ୟ ପାଣିଗ୍ରାହୀଙ୍କ ଘର ସମ୍ମୁଖରେ ଉକ୍ତ ଯୁବକମାନେ ଖଣ୍ଡା ଭୁଜାଲି ଦେଖାଇବା ସହ ଧମକ ଚମକ ଦେଇଥିଲେ।ଏହାକୁ ନେଇ ସ୍ଥାନୀୟ ଲୋଡ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ ଵି ୨ଘଣ୍ଟା ପର୍ଯ୍ୟନ୍ତ କେହି ଘଟଣା ସ୍ଥଳରେ ପହଞ୍ଚି ନଥିଲେ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ପୁଲିସ ପ୍ରତି ଆକ୍ରୋଶ ବଢିଥିଲା।

ଯୋଉଁଥିପାଇଁ  ବୈଶିଙ୍ଗା ଥାନାରେ ବିଗିଡି ଯାଇଥିବା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ନେଈ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିବା ସହ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ ପୂର୍ବକ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦାବି ନେଈ ନିଆଁ ଜାଳି ବୈଶିଙ୍ଗା-ରୁପ୍ସାକୁ ମହୁଲପାଟଣା ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ।

ତେବେ ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ଯେତେ ବୁଝାବୁଝି କରିଥିଲେ ଵି ସେମାନେ ରାସ୍ତା ଉପରୁ ଉଠିନଥିଲେ।ପରେ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ ପହଞ୍ଚି ଅଭିଯୁକ୍ତଙ୍କୁ ୨ଦିନ ଭିତରେ ଗିରଫ କରିବା ନେଇ ଦୃଢ଼ ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା ଓ ଯାତାୟତ ସ୍ୱାଭାବିକ ହୋଇଥିଲା।



Edited by k.s thakur...

No comments