Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଝାରସୁଗୁଡ଼ାରେ ଏନକାଉଣ୍ଟର, ୨ ଅପରାଧୀ ଆହତ...

ଝାରସୁଗୁଡ଼ାରେ ଏନକାଉଣ୍ଟର, ୨ ଅପରାଧୀ ଆହତ... ଝାରସୁଗୁଡ଼ା,୧୨/୦୫(ନି.ପ୍ର): ଝାରସୁଗୁଡ଼ାରେ ଏନକାଉଣ୍ଟର। ବେଲପାହାଡ଼ ଫାଟକ ନିକଟରେ ଭୁଜାଲି ମାଡ଼ ଘଟଣାରେ ଦୁଇ ମୁଖ୍ୟ ଅଭି...

ଝାରସୁଗୁଡ଼ାରେ ଏନକାଉଣ୍ଟର, ୨ ଅପରାଧୀ ଆହତ...


ଝାରସୁଗୁଡ଼ା,୧୨/୦୫(ନି.ପ୍ର): ଝାରସୁଗୁଡ଼ାରେ ଏନକାଉଣ୍ଟର। ବେଲପାହାଡ଼ ଫାଟକ ନିକଟରେ ଭୁଜାଲି ମାଡ଼ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୁଲିସ। ମୁଖ୍ୟ ଅଭିଯୁକ୍ତ ଚାନ୍ଦ ବନଛୋର ଏବଂ ସୁନୀଲ ମହାନନ୍ଦକୁ ଏନକାଉଣ୍ଟର କରାଯାଇଛି। 

         Ad..


ଦୁଇ ଅଭିଯୁକ୍ତଙ୍କୁ ଲଖନପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନଙ୍କ ଭୁଜାଲି ମାଡ଼ରେ ରାହୁଲ ମହତଙ୍କ ମୃତ୍ୟୁ ହୋଇଥିବାବେଳେ ଆକାଶ ସାହୁ ଆହତ ହୋଇଥିଲେ। 

    Ad..


ସୂଚନାନୁଯାୟୀ,୧୧ ତାରିଖ ଦିନ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଫାଟକ ପାଖରେ ୨ ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ବେଲପାହାଡ଼ ଜୁନାଡିହି କଲେଜ ପଡାର ରାହୁଲ ମହତଙ୍କ ମୃତ୍ୟୁ ହୋଇଥିବାବେଳେ ଆକାଶ ସାହୁ ଆହତ ହୋଇଥିଲେ। 

Ad..


କିଛି ଦୁର୍ବୃତ୍ତ ଏକ କାରରେ ଆସି ରାହୁଲ ଓ ଆକାଶଙ୍କୁ ସଂଘବଦ୍ଧ ଭାବେ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଖବର ପାଇ ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। 

ସେଠାରେ ରାହୁଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆକାଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡ଼ା ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଥିଲା। ଆଜି ଭୋର୍ ସମୟରେ ଆଉ ୨ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିଛି।



Edited by k.s thakur...

No comments