ରାଜ୍ୟରେ ସୋମବାର ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ: ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ... ଭୁବନେଶ୍ଵର,୧୭/୦୫(ନି.ପ୍ର) : ରାଜ୍ୟରେ ଦେଖାଦେଇଥିବା ପେଟ୍ରୋଲ ଓ ଡିଜ...
ରାଜ୍ୟରେ ସୋମବାର ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ: ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ...
ଭୁବନେଶ୍ଵର,୧୭/୦୫(ନି.ପ୍ର) : ରାଜ୍ୟରେ ଦେଖାଦେଇଥିବା ପେଟ୍ରୋଲ ଓ ଡିଜେଲ ସଂକଟ ସୋମବାର ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହୋଇଯିବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।Ad..
ତାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସମସ୍ତ ପେଟ୍ରୋଲ ପମ୍ପକୁ ତୈଳ ଯୋଗାଣ ଆରମ୍ଭ ହୋଇଯାଇଛି। ରବିବାର ଦିନ ମଧ୍ୟ ନିରବଚ୍ଛିନ୍ନ ଭାବେ ତୈଳ ଯୋଗାଣ ଜାରି ରହିବ।
Ad..
ଯଦି ଯୋଗାଣ ଏହି ଭଳି ଜାରି ରହେ, ତେବେ ସୋମବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ପେଟ୍ରୋଲ, ଡିଜେଲର ଉପଲବ୍ଧତା ସ୍ୱାଭାବିକ ସ୍ତରକୁ ଫେରିଆସିବ ବୋଲି ସେ କହିଛନ୍ତି।
Ad..
ଗତ କିଛି ଦିନ ଧରି ତୈଳ ଯୋଗାଣରେ ସମସ୍ୟା ଦେଖାଦେବା ପରେ ରାଜ୍ୟର ଅନେକ ପେଟ୍ରୋଲ ପମ୍ପରେ ଗାଡ଼ିର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।
Edited by k.s thakur...





No comments