ନିର୍ମାଣାଧୀନ କାନ୍ଥ ଭୁଶୁଡି ଶ୍ରମିକ ମୃତ... ପୁରୀ,୧୭/୦୫(ନି.ପ୍ର): ନିର୍ମାଣାଧୀନ କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ। ପୁରୀ ଚକ୍ରତୀର୍ଥ ରୋଡ୍ରେ ଘଟିଛି ଅଭାବନୀୟ ଘଟଣା।...
ନିର୍ମାଣାଧୀନ କାନ୍ଥ ଭୁଶୁଡି ଶ୍ରମିକ ମୃତ...
ପୁରୀ,୧୭/୦୫(ନି.ପ୍ର): ନିର୍ମାଣାଧୀନ କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ। ପୁରୀ ଚକ୍ରତୀର୍ଥ ରୋଡ୍ରେ ଘଟିଛି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।
Ad..
ମୃତ ଶ୍ରମିକ ଜଗତସିଂହପୁର ଅଞ୍ଚଳର ପପୁ ବୋଲି ଜଣାପଡିଛି।ପୁରୀ ଚକ୍ରତୀର୍ଥ ରୋଡ୍ ନିକଟରେ ଥିବା ଦୂର୍ଗା ଲଜ୍ରେ ଶ୍ରମିକ ମାନେ କାମ କରୁଥିଲେ। ସେହି ସମୟରେ କାନ୍ଥ ଶ୍ରମିକଙ୍କ ଉପରେ ଭୁଶୁଡ଼ି ଯାଇଥିଲା।
Ad..
ଜଗତସିଂହପୁରର ପପୁ ନାମକ ଜଣେ ଶ୍ରମିକ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ।ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ। ତେବେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଭୁଶୁଡ଼ି ପଡ଼ିଥିବା କାନ୍ଥ ତଳୁ ଶ୍ରମିକଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
Ad..
ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ମୃତଦେହ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । କିଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
Edited by k.s thakur...





No comments